Search for:
  • Home/
  • Bda/
  • ବିଜେବି କଲେଜ ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡ୍ ସ ” ର ବାର୍ଷିକ ବନ୍ଧୁ ମିଳନ

ବିଜେବି କଲେଜ ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡ୍ ସ ” ର ବାର୍ଷିକ ବନ୍ଧୁ ମିଳନ

Spread the love

Loading

*ବିଜେବି କଲେଜ ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡ୍ ସ ” ର ବାର୍ଷିକ ବନ୍ଧୁ ମିଳନ ଉତ୍ସବରେ ମାନ୍ୟବର ଆଇନ ଓ ପୂର୍ତବିଭାଗ ମନ୍ତ୍ରୀ ପୃଥୀବିରାଜ ହରିଚନ୍ଦନ ଓ ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ନର ଟି. ରବିଶଙ୍କର ସମ୍ବର୍ଦ୍ଧିତ।*

ଭୁବନେଶ୍ୱର ୧୫/ ୧୨:  ଭୁବନେଶ୍ୱର : ବିଜେବି କଲେଜ  ପୁରାତନ ଛାତ୍ର ସଂଘ “ବିଜେବି ଫ୍ରେଣ୍ଡସ ” ର ବାର୍ଷିକ ବନ୍ଧୁ ମିଳନ ରବିବାର ଡିସେମ୍ବର ୧୫ ତାରିଖ ଦିନ ବିଜେବି କଲେଜ ପ୍ରାଙ୍ଗଣରେ ଆୟୋଜିତ ହୋଇ ଯାଇଛି  |

ରବିବାର ସକାଳେ ବକ୍ସି ଜ୍ୟୋତି କଲେଜ ପ୍ରାଙ୍ଗଣରେ ପହଂଚିବା ପରେ ବକ୍ସି ଜଗବନ୍ଧୁ ଓ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ତତ୍ପରେ ଉପସ୍ଥିତ ପୂରାତନ ଛାତ୍ର ତଥା ଓଡିଶା ସରକାରଙ୍କ ଆଇନ ଓ ପୂର୍ତବିଭାଗ ମାନ୍ୟବର ମନ୍ତ୍ରୀ ପୃଥୀବିରାଜ ହରିଚନ୍ଦନ, ରିଜର୍ଭ ବ୍ୟାଙ୍କ ର ଡେପୁଟି ଗଭର୍ଣ୍ଣର ଟି. ରବିଶଙ୍କର, ପୂର୍ବତନ ବାଚସ୍ପତି ଶ୍ରୀଯୁକ୍ତ ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଙ୍କ ଦ୍ଵାରା  ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା |

ପ୍ରାରମ୍ଭ ରେ ସଙ୍ଘ ର ସଭାପତି ଶ୍ରୀ ଦେବାଶିଷ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ ଓ ସମ୍ପାଦକ ଶ୍ରୀ ସତ୍ୟବ୍ରତ ଧୂପାଳ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ବିଜେବି କଲେଜର ଅଧ୍ୟକ୍ଷା ଡ଼କ୍ଟର ଇତିଶ୍ରୀ ପାଢ଼ୀ ମଧ୍ୟ ତାଙ୍କ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ଓଡିଶାର ଆଇନ ଓ ପୂର୍ତବିଭାଗ ମାନ୍ୟବର ମନ୍ତ୍ରୀ ପୃଥୀବିରାଜ ହରିଚନ୍ଦନ, ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ନର ଟି. ରବିଶଙ୍କର, ଶୌର୍ଯ୍ୟ ଚକ୍ର ବିଜେତା କ୍ୟାପଟେନ ପ୍ରିୟଦର୍ଶୀ ଚୌଧୁରୀ ଓ ବରିଷ୍ଠ କ୍ରୀଡା ସାମ୍ବାଦିକ ଶ୍ରୀ ଦିଗବିଜୟ ସିଂହଦେଓ ମହୋଦୟ ଙ୍କୁ ସେମାନଙ୍କ ସଫଳତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏଥିସହିତ ଚଳିତ ବର୍ଷ ବିଜେବି କଲେଜର କଳା, ବିଜ୍ଞାନ  ଓ ବାଣିଜ୍ୟ ରେ ସର୍ବାଧିକ ମାର୍କ ରଖିଥିବା କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଅଲ ରାଉଣ୍ଡର ଭାବେ ଛାତ୍ରୀ ଶ୍ରାବଣୀ ସାମନ୍ତରାୟ ଓ ତପସ୍ୱିନୀ ଦାସ ଙ୍କୁ ଖଣ୍ଡପଡା ଟ୍ରଫି ପ୍ରଦାନ କରାଯାଇଥିଲା |

ସେହିପରି ଗତ ନଭେମ୍ବର ୩୦ ତାରିଖରେ ଆୟୋଜିତ ହୋଇଥିବା ଆନ୍ତଃ କଲେଜ କୁଇଜ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବା ସହ ଅର୍ଥ ରାଶି ପ୍ରଦାନ କରାଯାଇଥିଲା।

ଏହି ଅବସରରେ ସଙ୍ଘ ର ସ୍ମରଣିକା ଶୋଭେନିୟର-୨୦୨୪ ଉନ୍ମୋଚିତ ହୋଇଥିଲା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା |

ବିଜେବି ଫ୍ରେଣ୍ଡସ ର ଉପ ସଭାପତି ଶ୍ରୀ ରାଜ କିଶୋର ଚୌଧୁରୀ, ଶ୍ୟାମସୁନ୍ଦର ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କେଦାର ପଟ୍ଟନାୟକ, ରିଜର୍ଭ ବ୍ୟାଙ୍କ ର ପୂର୍ବତନ ଡେପୁଟି ଗଭର୍ନର ହାରୁନ ରଶିଦ ଖାଁ, ଶିବାନନ୍ଦ ରାୟ, ଚିତ୍ରା କାନୁନଗୋ, ଶୁଭଦର୍ଶିନୀ ମିଶ୍ର, ସଂପ୍ରିତି ପଣ୍ଡା, ନମିତା ପଟନାୟକ, ପିଙ୍କି ପ୍ରଧାନ ଓ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ପୁଣି ଥରେ କଲେଜ ର ସେଇ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିଥିଲେ।

Leave A Comment

All fields marked with an asterisk (*) are required