Search for:
  • Home/
  • Bda/
  • ଶିଖରଚଣ୍ଡୀ ପାହାଡ଼ରେ ଦନ୍ତା ହାତୀ ଆତଙ୍କ

ଶିଖରଚଣ୍ଡୀ ପାହାଡ଼ରେ ଦନ୍ତା ହାତୀ ଆତଙ୍କ

Spread the love

Loading

ଭୁବନେଶ୍ୱର ଶିଖରଚଣ୍ଡୀ ପାହାଡ଼ରେ ଦନ୍ତା ହାତୀ ଆତଙ୍କ ସୃଷ୍ଟି ହୋଇଛି । ଦୀର୍ଘ ସାତ ଦିନ ହେଲା ୫ ଟିକିଆ ଦନ୍ତା ହାତୀ ପଲ୍ ଶିଖରଚଣ୍ଡୀ ମନ୍ଦିର ଓ ଆଖପାଖ ଅଞ୍ଚଳରେ ଉତ୍ ପାତ ମଚାଉଛନ୍ତି । ଏହି ଖବର ନନ୍ଦିଘୋଷ ଟିଭିରେ ପ୍ରସାରଣ ହେବା ପରେ ଇନଫୋସିଟ ଥାନା ପୋଲିସ ପହଞ୍ଚି ଡାକବାଜି ଯନ୍ତ୍ର ସାହାଯ୍ୟରେ ଶିଖରଚଣ୍ଡୀ ପାହାଡ଼ରୁ ପର୍ଯ୍ୟଟକଙ୍କ ଘଉଡ଼ାଇ ଦେଇଛନ୍ତି। ପୋଲିସ ପକ୍ଷରୁ ମାଇକିଙ୍ଗ କରି ଲୋକଙ୍କୁ ସଚେତନ କରାଯାଇଛି। ବର୍ତମାନ ବଣଭୋଜି ସମୟ ହୋଇଥିବାରୁ ଶିଖରଚଣ୍ଡୀ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକମାନେ ହାତୀ ପଲ୍ ଙ୍କୁ ଦେଖି ଭୟଭୀତ ହେଉଛନ୍ତି। ସେପଟେ ଦନ୍ତାହାତୀ ଭୟରେ ଭୋର୍ ସମୟରେ ଶିଖରଚଣ୍ଡୀଙ୍କ ପୂଜାର୍ଚ୍ଚନା କରିବାକୁ ଯାଉନାହିଁ ପୂଜକ । ତେଣୁ ୭ ଦିନ ହେଲା ମାଆ ଙ୍କ ପୂଜା ବିଳମ୍ବରେ ହେଉଛି । ବାରମ୍ବାର ଅଭିଯୋଗ ପରେ ବନବିଭାଗ କର୍ମଚାରୀ ଦନ୍ତା ଘଉଡ଼ାଇବାକୁ କୌଣସି କାର୍ଯ୍ୟ କରୁନଥିବା ମନ୍ଦିର ପୂଜକ ଓ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେପଟେ ଦନ୍ତାହାତୀକୁ ଦେଖି ଭୟ ଲାଗୁଥିବା କହିଛନ୍ତି ପର୍ଯ୍ୟଟକ । ବନ ବିଭାଗ ଏହାକୁ ଗୁରୁତ୍ବ ଦେଇ ସଠିକ୍ ଭାବରେ ହାତୀକୁ ଜଙ୍ଗଲ ଭିତରକୁ ତଡ଼ିବା ଆବଶ୍ୟକ ବୋଲି ଲୋକ କହିଛନ୍ତି। ଶିଖରଚଣ୍ଡୀ ପାହାଡ଼ରୁ ଲୋକଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଭୁବନେଶ୍ୱର ପ୍ରତିନିଧି ସୌମ୍ୟରଞ୍ଜନ ନାୟକ।

Leave A Comment

All fields marked with an asterisk (*) are required