Search for:
  • Home/
  • Bda/
  • ଚାରିଆଡେ଼ କୁଢ଼ କୁଢ଼ ଆବର୍ଜନା ଫୋଟୋ ଉଠାଇଲେ ଧମକ।

ଚାରିଆଡେ଼ କୁଢ଼ କୁଢ଼ ଆବର୍ଜନା ଫୋଟୋ ଉଠାଇଲେ ଧମକ।

Spread the love

Loading

ଭୁଶୁଡ଼ି ଗଲାଣି ବିଏମ୍‌ସିର ସଫେଇ ବ୍ୟବସ୍ଥା  ଚାରିଆଡେ଼ କୁଢ଼ କୁଢ଼ ଆବର୍ଜନା
ଭୁବନେଶ୍ୱର : ଭୁଶୁଡ଼ି ଗଲାଣି ବିଏମ୍‌ସିର ସଫେଇ ବ୍ୟବସ୍ଥା। ସହର ଆବର୍ଜନାମୟ ହୋଇ ପଡ଼ି ରହିଛି। ଯୁଆଡେ଼ ଚାହିଁବ ଅଳିଆ ଗଦା। କୁଢ଼ କୁଢ଼ ଆବର୍ଜନା ରାସ୍ତା ଉପରେ ଦିନ ଦିନ ଧରି ପଡ଼ି ରହୁଛି। ହେଲେ ଅଳିଆ ଉଠାଇବାକୁ କେହି ଆସୁନାହାନ୍ତି। ଅଳିଆ ଆବର୍ଜନା ପରିବେଶକୁ ଦୁର୍ଗନ୍ଧମୟ କରିଦେଉଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଥିଲେ ମଧ୍ୟ ବିଏମ୍‌ସିକୁ ଫରକ ପଡୁ ନ ଥିଲା ଭଳି ମନେ ହେଉଛି। ପୂର୍ବାହ୍ଣ ୧୧ଟା ମଧ୍ୟରେ ଅଳିଆ ଉଠା ନ ଗଲେ ଏଜେନ୍ସିଠାରୁ ଆରମ୍ଭ କରି ୱାର୍ଡସ୍ତରୀୟ ଅଧିକାରୀଙ୍କ ପର୍ଯ୍ୟନ୍ତ କାହାରିକୁ ଛଡ଼ାଯିବ ନାହିଁ। ତୁରନ୍ତ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହେଲେ ଏବେ ଅଳିଆ ଦିନ ଦିନ ଧରି ପଡ଼ି ରହୁଛି।ୟୁନିଟ ୧ ଠୁ ଆରମ୍ଭ କରି ରାଜଧାନୀ ବିଭିନ୍ନ ୱାର୍ଡ ରେ ଅଳିଆ ର ସମସ୍ୟା ରହିଛି  ସନ୍ଧ୍ୟା ହୋଇ ପୁଣି ଆରଦିନ ସକାଳ ହୋଇଯାଉଛି, କିନ୍ତୁ ଅଳିଆ ଉଠାଇବାକୁ କେହି ଆସୁନାହାନ୍ତି କିମ୍ବା ବିଏମ୍‌ସି ମଧ୍ୟ କାହାରି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।କିଛିଦିନ ତଳେ ବିଏମ୍‌ସି ପକ୍ଷରୁ କୁହାଯାଇଥିଲା, ଜିଭିପି(ଗାର୍ବେଜ୍‌ ଭଲ୍‌ନରେବଲ୍‌ ପଏଣ୍ଟ) ଆଉ ରହିବ ନାହିଁ। କାରଣ ଅଳିଆ ପଡ଼ିବା ମାତ୍ରେ ତୁରନ୍ତ ଏହାକୁ ଉଠାଇ ନିଆଯିବ। ହେଲେ ଏବେ ସହରର ବିଭିନ୍ନ ୱାର୍ଡରେ ଏକାଧିକ ସ୍ଥାନରେ ଅଳିଆ ଗଦାଇ ନୂଆ ଜିଭିପି ସୃଷ୍ଟି କରିବାରେ ବ୍ୟସ୍ତ। ରାଜଧାନୀରେ ଜିଡି-ଆଇଜି ସମ୍ମିଳନୀ ଚାଲିଥିଲା। ଏହି ସମୟରେ ଅଳିଆର ସ୍ଥିତି ଏଭଳି ରହିଥିଲା। ରାସ୍ତା କଡ଼ରେ ପଡ଼ି ରହିଥିବା ଅଳିଆଗଦାକୁ ଦେଖି ସେମାନଙ୍କ ଅନୁଭବ କ’ଣ ରହିଥିବ ଅନୁମାନ କରାଯାଇପାରେ। ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀ ଓଡ଼ିଶାରେ ଆୟୋଜନ ହେବାକୁ ଯାଉଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ମଧ୍ୟ ରହିଛି। ଏହି ସମୟରେ ରାଜଧାନୀରେ ଅଳିଆ ସ୍ଥିତି ଏଭଳି ରହିଲେ ଅତିଥିମାନଙ୍କ ମନରେ ଭିନ୍ନ ଏକ ଧାରଣା ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।
ବାପୁଜୀ ନଗରରେ ରାସ୍ତା ଉପରେ ଅଳିଆ ପଡ଼ିବାକୁ ନେଇ ବହୁ ଦିନରୁ ସ୍ଥାନୀୟ ଲୋକେ ଅଭିଯୋଗ କରି ଆସୁଛନ୍ତି। ଏହି ସମସ୍ୟା ସମାଧାନ ହେବା ପରିବର୍ତ୍ତେ ଦିନକୁ ଦିନ ରାସ୍ତା ଉପରେ ଛୋଟ ଛୋଟ ଅଳିଆଗଦା ସଂଖ୍ୟା ବଢ଼ିବାରେ ଲାଗିଛି। ଷ୍ଟେସନ ସାମ୍ନାରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଛି। ସେହିପରି କେଦାରପଲ୍ଲୀ ବସ୍ତିରେ ଦିନ ଦିନ ଧରି ଅଳିଆ ଉଠୁନାହିଁ ବୋଲି ଅଭିଯୋଗ ହେଉଛି।

Leave A Comment

All fields marked with an asterisk (*) are required