ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ, କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି
ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି ହୋଇଛି । ଓଡ଼ିଶାକୁ ୩ଦିନିଆ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏହି ଗସ୍ତ କାଳରେ ସେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ଡିଜି ଓ ଆଇଜିପି ସମ୍ମିଳନୀ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି କମିସନରେଟ୍ ପୁଲିସ । ୨୯ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ପାଇଁ କଟକଣା ଜାରି ହୋଇଛି । ଭିଭିଆଇପିଙ୍କ ଗସ୍ତ କରିବା ରାସ୍ତାରେ ଯାନବାହାନ ମନା । ବିଶେଷକରି ଏୟାରପୋର୍ଟ ଛକରୁ ପିଏମ୍ଜି ଛକ, ରାଜଭବନ ଛକ ମନା କରାଯାଇଛି । ରବୀନ୍ଦ୍ର ମଣ୍ଡପ ଛକରୁ ୧୨୦ ବାଟାଲିୟନ ଓ ଜୟଦେବ ବିହାର, ନାଲକୋ ଛକ ମନା କରାଯାଇଛି । ଯେଉଁ ଦିନ ଯେଉଁ ସମୟରେ ଭିଭିଆଇପିଙ୍କ ଗସ୍ତ ରହିଛି, କଟକଣା ରହିବ ।
[11/29, 10:19] Santosh Panda: ସହରର ବିଭିନ୍ନ ସ୍ଥାନରେ ଯାନବାହାନ ଯାଞ୍ଚକୁ କଡ଼ାକଡ଼ି କରାଯିବା ସହ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଓ ଗୁଇନ୍ଦା ସଂସ୍ଥା ଆଧାରରେ ତଥ୍ୟ ସଂଗ୍ରହ କରାଯାଉଛି । SPG ଓ NSG ଟିମ୍ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଛନ୍ତି । ସୁରକ୍ଷାକର୍ମୀମାନଙ୍କ ସମନ୍ବୟ ରକ୍ଷା ଲାଗି ସ୍ବତନ୍ତ୍ର VHFର ବ୍ୟବସ୍ଥା କରାଯାଉଛି । ୭୦ରୁ ଅଧିକ କମ୍ପାନୀ ଫୋର୍ସ ସହିତ ୧୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ନିୟୋଜିତ କରାଯାଇଛି । ପୋଲିସ କମିଶନର କହିଛନ୍ତି ଯେ, ଦେଶ ବିରୋଧୀ ତତ୍ତ୍ବ ରହିବା ନୂଆ କଥା ନୁହେଁ । ସବୁବେଳେ ସେମାନଙ୍କୁ କଡ଼ା ଜବାବ୍ ଦିଆଯାଇଛି । ସବୁ ଦିଗକୁ ଦୃଷ୍ଟିରେ ରଖି ଆମର ସୁରକ୍ଷା ବ୍ୟବସ୍ଥାକୁ ପର୍ଯ୍ୟାପ୍ତ କରାଯାଇଛି । ଯଦି କୌଣସି ବ୍ୟକ୍ତି କିମ୍ବା ସଂଗଠନ ସୁରକ୍ଷା ବଳୟ ଭେଦିବାକୁ ଉଦ୍ୟମ କରିବ ତା’ର ଅସ୍ଥିତ୍ବ ରଖିବୁନି ବୋଲି କହିଛନ୍ତ ପୋଲିସ କମିଶନର ।
ରାଜ୍ୟରେ ପ୍ରଥମଥର ପାଇଁ ଡିଜି-ଆଇଜି ସମ୍ମିଳନୀ କାଲିଠାରୁ ଆରମ୍ଭ ହେବ। ଏହାସହ ପ୍ରଥମଥର ପାଇଁ ୩ଦିନ ଓଡ଼ିଶାରେ ରହିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ଇଣ୍ଟେଲିଜେନ୍ସ ବ୍ୟୁରୋର ବରିଷ୍ଠ ଅଧିକାରୀ, ସମସ୍ତ ରାଜ୍ୟର ଡିଜିପି, CRPF DG, RAW ମୁଖ୍ୟ , NSG ଏବଂ SPG ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ । ଯେଉଁଥିପାଇଁ ଭୁବନେଶ୍ବରର ବିଭିନ୍ନ ସ୍ଥାନ ପାଇଁ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ୨୯ରୁ ୧ ପର୍ଯ୍ୟନ୍ତ ୩ଦିନ କଡ଼ା ସୁରକ୍ଷା ବଳୟ ଭିତରେ ରହିବ ରାଜଧାନୀ ଭୁବନେଶ୍ବର।