ସମ୍ବିଧାନ ଦିବସ ପାଳନ କଲେ ଆଇନଜୀବୀ
ସମ୍ବିଧାନ ଦିବସ ପାଳନ କଲେ ଆଇନଜୀବୀ
ଭୁବନେଶ୍ୱର,୧୧/୨୬: ଭୁବନେଶ୍ୱର କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ୧୯୪୯ ନଭେମ୍ବର ୨୬ତାରିଖରେ “ସମ୍ବିଧାନ ସଭା” ଦ୍ୱାରା ଆମ ସମ୍ବିଧାନ ଗୃହିତ ହୋଇଥିଲା । ଏହାର ପର ବର୍ଷ ଜାନୁଆରୀ ୨୬ରେ ଏହାକୁ ଲାଗୁ କରାଯାଇଥିଲା । ୨୦୧୫ମସିହାରୁ ଏହି ଦିବସ ପାଳନ ହୋଇ ଆସୁଛି । ଆଗାମୀ ପିଢ଼ିକୁ ସମ୍ବିଧାନ ସମ୍ପର୍କରେ ଅଧିକରୁ ଅଧିକ ଜ୍ଞାନ ଦେବା ଏହି ଦିବସ ପାଳନ ଲକ୍ଷ୍ୟ । ସମ୍ବିଧାନ ସମ୍ପର୍କରେ ସମସ୍ତେ ସଚେତନ ହେବା ଉଚିତ୍ ବୋଲି ଆଇନଜୀବୀମାନେ ମତ ପ୍ରକାଶ କରିଥିଲେ । ଏଥିରେ ଭୁବନେଶ୍ୱର ଓକିଲ ସଂଘର ସଭାପତି କୁନ୍ଦନ ରଥ, ଉପସଭାପତି ଦୁର୍ଗା ପ୍ରସାଦ ସାହୁ, ସମ୍ପାଦକ ଦିପକ କୁମାର ଦାଶ, ଯୁଗ୍ମ ସମ୍ପାଦକ ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସହ ସମ୍ପାଦକ କୁଳଦୀପ୍ ରାଉତରାୟ, କୋଷାଧ୍ୟକ୍ଷ ଜଗଦିଶ ବେହେରା, ବିମଳ କୁମାର ଦାଶ, ଦିପ୍ତିମୟୀ ପଣ୍ଡା, ଅଶୋକ କୁମାର ବଡ଼ପଣ୍ଡା, ଦିବାକର ମିଶ୍ର, ବିଶ୍ୱନାରାୟଣ ମହାନ୍ତି, ସମେତ ବହୁ ଆଇନଜୀବୀ ସାମିଲ ହୋଇଥିଲେ । ଆଇନଜୀବୀ ଲିଙ୍ଗରାଜ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।