ଓପେଶାର ସାଧାରଣ ପରିଷଦ ବୈଠକ ରେ ନୂତନ କର୍ମକର୍ତା ନିର୍ବାଚିତ
ଓପେଶାର ସାଧାରଣ ପରିଷଦ ବୈଠକ ରେ ନୂତନ କର୍ମକର୍ତା ନିର୍ବାଚିତ
ଭୁବନେଶ୍ୱର:ଓଡିଶା ଘରୋଇ engineering ସ୍କୁଲ ସଙ୍ଘ ର ସାଧାରଣ ପରିଷଦ ବୈଠକରେ ଓପେଶାର ନୂତନ କାର୍ଯ୍ୟକର୍ତ୍ତା 2024 ରୁ 2027 ତିନି ବର୍ଷ ପାଇଁ ମନୋନୀତ ହୋଇଛନ୍ତି ଏହି ନୂତନ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାମଲ ସଭାପତି, ଇଂ ବିଭୁତି ଭୂଷଣ ତ୍ରିପାଠୀ କାର୍ଯ୍ୟକାରି ସଭାପତି, ଇଂ ମନୋଜ କୁମାର ଦାଶ, ଶ୍ରୀ ଶ୍ରୀନିବାସ ସୁବୁଦ୍ଧି, Dr ଦୀପକ ଦାଶ, ଶ୍ରୀ ସଂଜୀବ କୁମାର ଅଗ୍ରୱାଲ,ଇଂ ବସନ୍ତ କୁମାର ଦାନୀ,ଉପସଭାପତି ଭାବରେ ମନୋନୀତ ହୋଇ ନିର୍ବାଚିତ ହୋଇଛନ୍ତି. ଇଂ ସରୋଜ କୁମାର ସାହୁ, ସାଧାରଣ ସମ୍ପାଦକ, ଜିତନ କୁମାର ସାହୁ, କୋଷାଧକ୍ଷ ଏବଂ ଅନ୍ୟ ଦଶ ଜଣ ଶ୍ରୀ ରାଜୀବ ପୁରୋହିତ, ଶ୍ରୀ ବାଳକୃଷ୍ଣ ପଣ୍ଡା, ଶ୍ରୀ ରାଧା ରଞ୍ଜନ ଦାଶ, ଶ୍ରୀ ତରୁଣ କୁମାର ଷଡ଼ଙ୍ଗୀ, ଶ୍ରୀ ଶଶୀଶେଖର ଗରାବଡୁ, ଶ୍ରୀ ରଞ୍ଜନ କୁମାର ସୁନ୍ଦରାୟ, ଇଂ ଆଶିଷ କୁମାର ପାତ୍ର, ଶ୍ରୀ ପରମାନନ୍ଦ ସାନ୍ତରା , ଶ୍ରୀ ଦୀପକ ରାଓ ଏବଂ ଶ୍ରୀ ରଞ୍ଜନ କୁମାର ପଟନାୟକ ଯୁଗ୍ମ ସମ୍ପାଦକ ଭାବରେ ମନୋନୀତ ହୋଇଥିବା ବେଳେ ଅତିରିକ୍ତ ଏଗାର ଜଣ ଯଥା ମେହମୂଦ୍ ଅହମଦ, ଇଂ ବିପ୍ଳବ କୁମାର ବୁଗୁଡ଼ାଇ, ଇଂ ଶ୍ୟାମ ସୁନ୍ଦର ମିଶ୍ର, ଶ୍ରୀ ହେମନ୍ତ କୁମାର ପ୍ରଧାନ, ଶ୍ରୀ ଜ୍ଞାନ ରଞ୍ଜନ ସାହୁ, ଇଂ ଆଶିଷ କୁମାର ମହାନ୍ତି, ଶ୍ରୀ ମନୋଜ ପାଳ, ଶ୍ରୀ ଦେବକୀ ରଞ୍ଜନ ମହାନ୍ତି, ଶ୍ରୀ ସିମାଞ୍ଚଳ ନାୟକ, ଡ୍ରିମ୍ସ ର ଉପାଧ୍ୟାକ୍ଷ ଏବଂ କିଟ ର ଉପାଧକ୍ଷ କାର୍ଯ୍ୟକାରୀ ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି.ସମସ୍ତ ନବ ନିଯୁକ୍ତ କର୍ମକର୍ତା ମାନଙ୍କୁ ସାଧାରଣ ସମ୍ପାଦକ ଇଂ ସରୋଜ କୁମାର ସାହୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଷଷ୍ଠ ଥର ପାଇଁ ନିର୍ବାଚିତ କରାଇଥିବାରୁ ଓପେଶାର ସମସ୍ତ ସଭ୍ୟମାନଙ୍କୁ ନିଜର କୃତଜ୍ଞତା ଗ୍ୟାମ୍ପନ କରିଥିଲେ. ଆଗାମୀ ଦିନରେ ସମସ୍ତଙ୍କୁ ସାଙ୍ଗରେ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରିବା ସହ ବୈଷୟିକ ଶିକ୍ଷା ର ଉର୍ନତି ଆଣିବା ତଥା ରାଜ୍ୟର ଯୁବକ ଯୁବତୀ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଓପେଶା ସୁନିୟୋଜିତ ଭାବରେ ରାଜ୍ୟ ର ବିଭିନ୍ନ ଜୋନ ମାନଙ୍କରେ କାର୍ଯ୍ୟକ୍ରମ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି ବୋଲି ନବନିର୍ବାଚିତ ସାଧାରଣ ସମ୍ପାଦକ ଇଂ ସରୋଜ କୁମାର ସାହୁ ଜଣାଇଛନ୍ତି