Search for:
  • Home/
  • Bda/
  • ସାଲିଆସାହିରେ ଜମି ଅଧିକାର ସଂଘର୍ଷ ଦିବସ। ତାରିଖ ୨୨ ନଭେମ୍ବର ୨୦୨୪

ସାଲିଆସାହିରେ ଜମି ଅଧିକାର ସଂଘର୍ଷ ଦିବସ। ତାରିଖ ୨୨ ନଭେମ୍ବର ୨୦୨୪

Spread the love

Loading

ସାଲିଆସାହିରେ ଜମି ଅଧିକାର ସଂଘର୍ଷ ଦିବସ।
ତାରିଖ ୨୨ ନଭେମ୍ବର ୨୦୨୪

ଭୂବନେଶ୍ୱର ତାରିଖ୨୨/୧୧/୨୦୨୪ ସାଲିଆସାହି ଆଞ୍ଚଳିକ କମିଟି ତରଫରୁ ଆଦିବାସୀ ଗାଁ ସ୍ଥିତ ଧାରଣା ସ୍ଥଳରେ ସାଲିଆସାହି ଜମି
୨୦୧୦ ମସିହା ଖଡ଼ଗପୁର ଆଇ. ଆଇ. ଟି. ପ୍ଲାନ ଅନୁସାରେ ଏକାମ୍ର କାନନ ଭିତରେ ୨୦୦ ଫୁଟିଆ ରାସ୍ତା ସିଧା ନିଆଯାଉ।ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ କରାଯାଉ।ପ୍ରତିଶୃତି ମୁତାବକ ପ୍ରତ୍ଯେକ ପରିବାରକୁ ୬୦୦ ବର୍ଗ ଫୁଟର ଜମି ପଟା ଦିଆଯାଉ।୨୦୦ ଫୁଟିଆ ରାସ୍ତା ଦ୍ବାରା କ୍ଷତିଗ୍ରସ୍ତ ହେଉ ନଥିବା ଶତାଧିକ ବେଆଇନ ଭାବେ ଆବାସ ଯୋଜନାରେ ଘର ହାତେଇଥିବା ବ୍ଯକ୍ତି ତଥା ସମ୍ପୃକ୍ତ ଅଧିକାରୀଙ୍କୁ ଦଣ୍ଡ ଦିଆଯାଉ ପମୁଖ ଦାବି କରି ଜମି ଅଧିକାର ସଂଘର୍ଷ ଅଭିଯାନ ନାମରେ ଏକ ପ୍ରତିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ସାଲିଆସାହି ଆଞ୍ଚଳିକ କମିଟିର ସଭାପତି ଜୟଦେବ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବକ୍ତାମାନେ ପୂର୍ବ ସରକାର ଅମଳରେ ଖଡଗପୁର ଆଇଆଇଟି ଦ୍ବାରା ପ୍ରସ୍ତାବିତ ୨୦୦ ଫୁଟିଆ ସିଧା ରାସ୍ତାକୁ ବିଡିଏ ବିଏମସି ୨୦୧୭ରେ ଆଦିବାସୀ ଗାଁ ଶକ୍ତି ବିହାର ବସ୍ତି ଭିତରେ ଭର୍ତ୍ତି କରି ସାଧାରଣ ଲୋକଙ୍କ ଘର ଭାଙ୍ଗିବା ପାଇଁ ଷଡଯନ୍ତ୍ର କରିଛନ୍ତି। କେତେକ ଶିକ୍ଷା ଏବଂ ସ୍ବାସ୍ଥ୍ୟ ବ୍ୟବସାୟୀଙ୍କ ସ୍ବାର୍ଥ ସାଧନ ପାଇଁ କିଛି ଅସାଧୁ ଅଫିସରଙ୍କ ଗୋପନ ବୁଝାମଣା ଓ ଭିତିରି କାରବାର ସାଲିଆସାହିବାସୀଙ୍କ ପ୍ରତି ଅଭିଷାପରେ ପରିଣତ ହୋଇଛି। ୫ଟିର ବାଦ୍‌ସାହୀ ନିର୍ଦେଶରେ ବସ୍ତି ବାସିନ୍ଦାଙ୍କ ଉପରେ ପୋଲିଶ ଜୁଲୁମ,ଦମନ ଲୀଳା,ମିଥ୍ୟା ମାମଲା ରେ ଗିରଫଦାରୀ ଅକଥନୀୟ ଅତ୍ଯାଚାର କେବେ ଭୁଲି ହେବନାହିଁ।ଜଙ୍ଗଲ ଜମି ପଟା ଏବଂ ଥଇଥାନ ବିନା ଜମି ଛାଡିବାକୁ ରାଜି ନ ହେବାରୁ ପ୍ରସ୍ତାବିତ ରାସ୍ତା ଦ୍ବାରା ପ୍ରଭାବିତ ହେଉ ନଥିବା ପରିବାର ସାଲିଆସାହି ବାହାର ଦଳୀୟ କର୍ମୀଙ୍କୁ ଘର ଦେଇ ବସ୍ତି ଗଜବ ପ୍ରଚାର କରି ଲୋକଙ୍କୁ ଭୟଭୀତ ଏବଂ ପ୍ରଭାବିତ କରିବା ପାଇଁ ଷଡଯନ୍ତ୍ର କରାଯାଇ ଥିଲା।ପ୍ରଭାବିତ ପରିବାରଙ୍କ ନାମକୁ କ୍ଷତିଗ୍ରସ୍ତ ତାଲିକାକୁ ବାଦଦେଇ ଅନ୍ଯ ଲୋକଙ୍କୁ ଆବାସ ଘର ଦିଆଯାଇଛି। ସେଥିରେ ବ୍ଯାପକ ଭିତିରି କାରବାର ଏବଂ ଦୂର୍ନୀତି ହୋଇଛି ବୋଲି ଅଭିଯୋଗ ହେଉଛି। ସେଥିପାଇଁ କ୍ଷତିଗ୍ରସ୍ତ ହେଉଥବା ପରିବାର ତାଲିକାକୁ ସର୍ବସାଧାରଣରେ ପ୍ରକାଶ କରାଯାଉ ନଥିଲ। କିଛି ଅସାଧୁ ରାଜନେତା ଏବଂ ଦୁର୍ନୀତି ଗ୍ରସ୍ତ ଅଫିସରଙ୍କ ଏହି ଭଳି କଳାକାରନାମାକୁ ଲୁଚାଇବାର ଏକମାତ୍ର ଉପାୟ ହେଉଛି ବସ୍ତି ଭାଙ୍ଗିବା। ତେଣୁ ତରବରିଆ ଭାବରେ ଲୋକଙ୍କୁ ତଡିବାପାଇଁ ଲାଗିପଡିଥିଲେ। ଲୋକଙ୍କ ସାଲିସ ବିହିନ ଲଢେଇ ତାହାକୁ ଧୈର୍ଯ୍ୟର ସହିତ ସାମନା କରି ଭିଟାମାଟିକୁ ରକ୍ଷା କରିଆସିଛି।ସାଲିଆସାହିର ସମସ୍ତ ଜମି ଜଙ୍ଗଲ କିସମର ହୋଇଥିବା ବେଳେ ୨୦୦୬ ଜଙ୍ଗଲ ଅଧିକାର ଆଇନର ଖୋଲା ଉଲଂଘନ କରାଯାଇଅଛି।ସହରାଞ୍ଚଳରେ ଜଙ୍ଗଲ ଅଧିକାର କାର୍ଯ୍ୟକାରୀ କରିବା ପାଇଁ ରାଜ୍ଯ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଥିଲେ ମଧ୍ୟ ତାହାକୁ ବେଖାତିର କରି ଜବରଦୋସ୍ତ ଘର ଭଙ୍ଗା ଯାଉଥିଲା। ଜଙ୍ଗଲ ଜମିରେ ପଟ୍ଟା ପାଇଁ ମାନ୍ଯବର ଉଚ୍ଚ ନ୍ଯାୟାଳୟରେ ଜାରୀ ରହିଥିବା ମାମଲାରେ ନିଶ୍ଚିତ ନ୍ଯାୟ ମିଳିବ ବୋଲି ବସ୍ତି ବାସିନ୍ଦାଙ୍କ ଭରସା ରହିଛି। ବର୍ତମାନର ସରକାର ଏଭଳି ଘଟଣାର ପୁନରାବୃତ୍ତି କରିବେ ନାହିଁ ବୋଲି ବସ୍ତି ବାସିନ୍ଦାଙ୍କର ଦୃଢ ବିଶ୍ବାସ ରହିଛି।ଛଅଶହରୁ ଉର୍ଦ୍ଧ ପରିବାରଙ୍କ ସାମ୍ଭବ୍ଯ ଉଛେଦକୁ ଏଡାଇବା ସହିତ ନର୍ବିବାଦରେ କମ ଖର୍ଚ୍ଚରେ ସୁଗମ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବିତ ୨୦୦ ଫୁଟିଆ ରାସ୍ତାର ନକ୍ସା ପରିବର୍ତନ କରି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉପରୋକ୍ତ ଚାରି ଦଫା ପୂରଣ କରିବାକୁ ସଭାରେ ଦୃଢ ଦାବି କରାଯାଇଅଛି। ଏହି ସଂଘର୍ଷ ଅଭିଯାନ ସଭାରେ ସାଲିଆସାହି ଆଞ୍ଚଳିକ କମିଟିର ଆବାହକ ମଣ୍ଡଳୀ ସଭ୍ଯ ସାଲ ମାର୍ଣ୍ଡି,ରଘୁନାଥ ନାଥ,ଅଞ୍ଜନ ନାଥ,ନାରାୟଣ ଲେଙ୍କା,ଉମେଶଚନ୍ଦ୍ର ଦାସ,ସତ୍ଯପ୍ରିୟ ଲେଙ୍କା,ସୁଶାନ୍ତ ମହାକୁଡ,ଜୟନ୍ତୀ ସୋରେନ,ଫୁଲରାଣୀ ପାତ୍ର ପ୍ରମୁଖ ବକ୍ତାମାନେ ଘୋଷଣା କରିଛନ୍ତି ଯେ ରାସ୍ତାର ନକ୍ସା ପରିବର୍ତନ ଏବଂ ଜମି, ଜଙ୍ଗଲ ଜମିର ପଟ୍ଟା ହାସଲ ହେବା ପର୍ଯ୍ୟନ୍ତ ଚାଲୁ ରହିଥବା ଗଣଧାରଣା ଏବଂ ଆନ୍ଦୋଳନ ଅଭିଯାନ ଜାରୀ ରହିବ।

Leave A Comment

All fields marked with an asterisk (*) are required