Search for:
  • Home/
  • ରାଜ୍ୟ/
  • ୪୩ତମ ବିଶ୍ୱ କବି ସମ୍ମିଳନୀ ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

୪୩ତମ ବିଶ୍ୱ କବି ସମ୍ମିଳନୀ ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

Spread the love

Loading

୪୩ତମ ବିଶ୍ୱ କବି ସମ୍ମିଳନୀ
ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର, ୨୧ ।୧୧: ୪୩ତମ ବିଶ୍ୱ କବି ସମ୍ମିଳନୀ ଅବସରରେ ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ଓ ରବୀନ୍ଦ୍ର ନାଥ ଟାଗୋର ସମ୍ମାନ ପ୍ରଦାନ କରାଯାଇଛି। ଶିକ୍ଷା, ସମାଜସେବ. କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ବିକାଶ ଆଣିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଥିବା ଶ୍ରୀ ସାମନ୍ତଙ୍କୁ ୱାର୍ଲ୍‍ଡ ଆକାଡେମୀ ଅଫ୍‍ ଆର୍ଟ ଆଣ୍ଡ କଲଚର (ଡବ୍ଲୁଏଏସି) ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆଜି ମଦୁରାଇଠାରେ ଅନୁଷ୍ଠିତ ୱାର୍ଲଡ୍‍ ପୋଏଟ କଂଗ୍ରେସର ୪୩ତମ ସଂସ୍କରଣ ଉଦ୍‍ଘାଟନୀ ଉତ୍ସରେ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।  ୩୦ଟି ଦେଶର ବହୁ ବିଶିଷ୍ଟ କବିଙ୍କ ଉପସ୍ଥିତିରେ ବିଶିଷ୍ଟ ଧର୍ମଗୁରୁ ଥାଭାଥିରୁ କୁନ୍ଦ୍ରାକୁଡ଼ି ପୋନାମବାଲା ଆଡ଼ିଗଲାର ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଏହା ସହିତ କଳା, ସାହିତ୍ୟ ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ବ୍ୟାପକ କାର୍ଯ୍ୟ କରୁଥିବା ଶ୍ରୀ ସାମନ୍ତଙ୍କୁ ରବୀନ୍ଦ୍ର ନାଥ ଟାଗୋର ସମ୍ମାନ ପ୍ରଦାନ କରାଯାଇଛି । ସେତୁ ଭାସ୍କର ଗ୍ରୁପ୍‍ର ଅଧ୍ୟକ୍ଷ ଡ. ସେତୁ କୁମାନନ ଶ୍ରୀ ସାମନ୍ତଙ୍କୁ ସମ୍ମାନ ପ୍ରଦାନ କରିଥିଲେ ।
କଳା, ସଂସ୍କୃତି ଓ ସାହିତ୍ୟର ବିକାଶ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ ସକାଶେ ଅଚ୍ୟୁତ ସାମନ୍ତଙ୍କୁ ୱାର୍ଲଡ୍‍ ପୋଏଟ କଂଗ୍ରେସର କାର୍ଯ୍ୟକାରିଣୀ ବୋର୍ଡ ସଦସ୍ୟ ଭାବେ ମନୋନୀତ କରାଯାଇଛି । ୱାର୍ଲଡ୍‍ ପୋଏଟ କଂଗ୍ରେସର ଅନୁମୋଦନ କ୍ରମେ ଶ୍ରୀ ସାମନ୍ତଙ୍କୁ ଏହାର ସଦସ୍ୟ କରାଯାଇଛି ।
ୱାର୍ଲଡ୍‍ ପୋଏଟ କଂଗ୍ରେସକୁ ନିଜର କୃତଜ୍ଞତା ଜଣାଇ ଶ୍ରୀ ସାମନ୍ତ କହିଛନ୍ତି, ଦୀର୍ଘ ୩ ଦଶନ୍ଧୀ ଧରି କଳା, ସାହିତ୍ୟ ଓ ସଂସ୍କୃତିର ବିକାଶ ଦିଗରେ କାର୍ଯ୍ୟ କରିବା ସହ ସମାଜରେ ଏକତା ବୃଦ୍ଧି କରିବା ଦିଗରେ ମୋର ପ୍ରତିବଦ୍ଧତାକୁ ଏହି ସମ୍ମାନ ଆହୁରି ସୁଦୃଢ଼ କରିଛି । ଏହା ଫଳରେ ଏ ଦିଗରେ ଆହୁରି ଅଧିକ କାର୍ଯ୍ୟ କରିବାକୁ ମୋତେ ପ୍ରେରଣା ମିଳିଛି ବୋଲି ଶ୍ରୀ ସାମନ୍ତ କହିଛନ୍ତି।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required