ମତୁଆଲା କଲେ ମେଲୋଡ଼ି କିଙ୍ଗ ଅଭିଜିତ ମଜୁମଦାର ଓ ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ ପମ୍
_ଏକାମ୍ର କ୍ଷେତ୍ର ବାଲିଯାତ୍ରା ମହୋତ୍ସବ ର ପଞ୍ଚମ ସନ୍ଧ୍ୟାରେ_
*ନୌବାଣିଜ୍ୟ ଇତିହାସର ମୂକସାକ୍ଷୀ ଏବଂ ପ୍ରସିଦ୍ଧ ଗଣ ଉତ୍ସବ ତଥା ବାଣିଜ୍ୟ ମେଳା ‘ବାଲି ଯାତ୍ରା’ ଆସନ୍ତୁ ଏଥିରେ ସାମିଲ ହୋଇ ଆମ ଇତିହାସର ପୃଷ୍ଠାକୁ ପୁନଃ ଜୀବିତ କରିବା:- ସୁରମା ପାଢ଼ୀ*
ମତୁଆଲା କଲେ ମେଲୋଡ଼ି କିଙ୍ଗ ଅଭିଜିତ ମଜୁମଦାର ଓ ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ ପମ୍
ଭୁବନେଶ୍ୱର,ତା.୧୯/୧୧: ଏକାମ୍ର ବାଲିଯାତ୍ରା ମହୋତ୍ସବ ଉଦ୍ଘାଟିତ ହେବା ପରଠାରୁ ଚଳଚଞ୍ଚଳ ହୋଇଛି ଏକାମ୍ର ନିର୍ବାଚନ ମଣ୍ଡଳୀର କୁଆଖାଇ ନଦୀପଠା। ପ୍ରଥମ ଥର ହେଉଥିବାରୁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଆଜି ମତୁଆଲା କଲେ ମେଲୋଡ଼ି କିଙ୍ଗ ଅଭିଜିତ ମଜୁମଦାର ଓ ଓଡ଼ିଆ ହାସ୍ୟ ଅଭିନେତା ପପୁ ପମ ପମ୍ ।ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଦୋଳି, ବିଭିନ୍ନ ଖାଇବା ଲୋକଙ୍କୁ ମୋହିତ କରୁଛି। ଆଜି ଓଡିଶା ବିଧାନସଭା ର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଓ ବାଲିଯାତ୍ରା କମିଟିର ସଭାପତି ତଥା ଏକାମ୍ର ବିଧାୟକ ବାବୁ ସିଂ ପଞ୍ଚମ ସଂଧ୍ୟାରେ ଉତ୍ସବ କୁ ଶୁଭାରମ୍ଭ କରିଥିଲେ। ଏଥିରେ ବିଧାୟକ ଶାରଦା ପ୍ରଧାନ, ଭୁବନେଶ୍ୱର ମହାନଗର ନିଗମ ର କର୍ପୋରେଟର ସନ୍ତୋଷ ସିଂ, ଅଜିତ ବେହେରା, ପୂର୍ବତନ କର୍ପୋରେଟର ପ୍ରମୋଦ ମହାପାତ୍ର, ପ୍ରତାପ ସାହୁ, ମଳୟ ମହାପାତ୍ର , କମିଟି ର ସମ୍ପାଦକ କବିରାଜ ସ୍ବାଇଁ,ଯୁବ ନେତା ରବୀନ୍ଦ୍ର ପାତ୍ର, ସଂଗ୍ରାମ ମାର୍ଥା, ସ୍ୱୟଂ ସେବକ ରାୟ, ବଳରାମ ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗୋଦେଇଥିଲେ।ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏକାମ୍ର ନିର୍ବାଚନ ମଣ୍ଡଳୀ ତଥା ବାଙ୍କୁଆଳ, କେଶୁରା, କୋରଡ଼କଣ୍ଟା, ଦୁର୍ଗାପୁର ପାଟଣା ଓ ବାସୁଆଘର ମୁରବି ଓ ଯୁବଗୋଷ୍ଠୀଙ୍କୁ ନେଇ ପ୍ରଥମଥର ଲାଗି ଏକାମ୍ର ବାଲିଯାତ୍ରା ମହୋତ୍ସବ-୨୦୨୪ ଆୟୋଜନ କରାଯାଇଛି।