Search for:
  • Home/
  • ରାଜ୍ୟ/
  • କାର୍ତ୍ତିକ ପୂର୍ଣ୍ଣିମାରେ ଉଦାହରଣ ସୃଷ୍ଟି କଲେ ଯୁବବର୍ଗ।

କାର୍ତ୍ତିକ ପୂର୍ଣ୍ଣିମାରେ ଉଦାହରଣ ସୃଷ୍ଟି କଲେ ଯୁବବର୍ଗ।

Spread the love

Loading

ଡ଼ଙ୍ଗା କଢ଼ା ଅଭିଯାନ।
*କାର୍ତ୍ତିକ ପୂର୍ଣ୍ଣିମାରେ ଉଦାହରଣ ସୃଷ୍ଟି କଲେ ଯୁବବର୍ଗ।*

ଭୁବନେଶ୍ୱର:ଅତୀତରେ ଓଡ଼ିଶାର ସାଧଵମାନଙ୍କ ବାଣିଜ୍ୟ କୀର୍ତ୍ତିରାଜିକୁ ମନେପକାଇ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଜନସାଧାରଣ ଜଳାଶୟମାନଙ୍କରେ କଦଳୀ ପଟୁଆରେ, ସୋଲ ତଥା ରଙ୍ଗିନ କାଗଜର ଡଙ୍ଗା ଛାଡି ଆନନ୍ଦ ଉଲ୍ଲାସରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରିଥାଆନ୍ତି। ଏହି ଧର୍ମ ମାସର ଶେଷ ଏହି କାର୍ତ୍ତିକ ପୂର୍ଣ୍ଣିମା ଦିନ ହବିଷ୍ୟାଳିମାନେ ଡଙ୍ଗା ଭସାଇ ନିଜର ବ୍ରତ ମଧ୍ୟ ଉଦଯାପିତ କରିଥାଆନ୍ତି।

ଡ଼ଙ୍ଗା ଭସାଇବା ପରେ ପୋଖରୀ, ହ୍ରଦ କଥା ସମସ୍ତେ ଭୁଲିଯାଇଥାନ୍ତି ଓ ଏହି ଜଳାଶୟଗୁଡିକ ଅପରିଷ୍କାର ହୋଇଥାଏ। ଏହାର କିପରି ସୁରକ୍ଷିତ କରାଯାଇପାରିବ, ତାହା ଭାବି ପ୍ରତି ବର୍ଷ ଭୁବନେଶ୍ୱରସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ପ୍ରତ୍ୟେକ ବର୍ଷ ଡ଼ଙ୍ଗା କଢ଼ା ଅଭିଯାନ ସକାଳ ସମୟରେ ଚାଲିଥାଏ। ସେହିପରି ଏ ବର୍ଷ ମଧ୍ୟ ରାଜଧାନୀର ପ୍ରମୁଖ ପୁଷ୍କରିଣୀ ବିନ୍ଦୁସାଗର ତଥା ସୁନ୍ଦରେଶ୍ୱର ପୋଖରୀରେ ଡ଼ଙ୍ଗା କଢ଼ା ଅଭିଯାନ ଚାଲିଥିଲା। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ଦୁର୍ଯ୍ୟୋଧନ ଦାସ, ଅଭିମନ୍ୟୁ ବିଷୋୟୀ, ଦୀପକ ମହାପାତ୍ର, ସ୍ରୋତ ସାରସ୍ୱତ ଦାସ, ନୟନୀ ବେହେରା, ପ୍ରତିମା ବେହେରା, ଶ୍ରୁତିକ ନନ୍ଦ ଓ ଗୋୖରୀ ଭୋଇ।

ଅନୁରୂପ ଭାବେ ଛତ୍ରପୁରରେ ଦିନେଶ ମହାନ୍ତି, ଯୋଗେଶ ସେଠୀଙ୍କ ନେତୃତ୍ୱରେ କରାତଳି ଗ୍ରାମର ପୋଖରୀ ତଥା ଅନୁଗୁଳର ଖଲାରୀ ଗ୍ରାମରେ ସମୀର ପ୍ରଧାନ, ସଂଗ୍ରାମ ପ୍ରଧାନ, କହ୍ନେଈ ପ୍ରଧାନଙ୍କ ନେତୃତ୍ୱରେ ରାମେଶ୍ୱର ମନ୍ଦିର ପରିଷ୍କାର କରାଯିବା ସହ ନିକଟସ୍ଥ ପୋଖରୀ ସଫା ହୋଇଥିଲା। ଏହି ସବୁ କାର୍ଯ୍ୟରେ ସେବା ପ୍ରତିନିଧି ସଙ୍ଗଠନର ବିଭିନ୍ନ ଅଞ୍ଚଳର ଶତାଧିକ ଯୁବବର୍ଗ ସାମିଲ ହୋଇ ପ୍ରଶଂସା ସାଉଁଠି ଥିଲେ। ସମସ୍ତ କାର୍ଯ୍ୟର ପରିଶେଷରେ ଶ୍ରୀ ମିଶ୍ର ସମସ୍ତଙ୍କୁ ସାଧୁବାଦ ଦେଇ ଭବିଷ୍ୟତରେ ଏହିଭଳି ଭଲ କାର୍ଯ୍ୟ ଜାରି ରଖିବାକୁ ଯୁବ ବର୍ଗକୁ ଉତ୍ସାହିତ କରିଥିଲେ।

Leave A Comment

All fields marked with an asterisk (*) are required