Search for:
  • Home/
  • ରାଜ୍ୟ/
  • ମଣିପୁର ଘଟଣାକୁ ନେଇ କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ

ମଣିପୁର ଘଟଣାକୁ ନେଇ କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ

Spread the love

Loading

ମଣିପୁର ଘଟଣାକୁ ନେଇ କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ ଏବଂ କହିଲେ ‘ସରକାର କିଛି ନକଲେ, ଆମେ ନେବୁ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ନୂଆଦିଲ୍ଲୀ:୨୦.୦୭ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ମଣିପୁର ରାସ୍ତାରେ ଚଳାଇବା ଘଟଣାର ଭିଡିଓ ଗତକାଲି ସାମନାକୁ ଆସିବା ପରେ ସମଗ୍ର ଦେଶରେ ଏହାକୁ ନେଇ ହଇଚଇ ଆରମ୍ଭ lଏହି ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ତତ୍କାଳ ଘଟଣାର ଯାଞ୍ଚ ଆରମ୍ଭ କରି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଛି।
ଏପରି ଲଜ୍ଜାଜନକ କାଣ୍ଡ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କ ନାମ ଖୁୟରୁମ ହେରାଦାସ ଓ ତାଙ୍କ ବୟସ ୩୨ ବର୍ଷ ବୋଲି ଜଣାଯାଇଛି ।ମଣିପୁର ପୁଲିସ୍‌ ଆଜି ସକାଳୁ ତାଙ୍କୁ ଥାଉବଲ ଜିଲ୍ଲାରୁ ଗିରଫ କରିଛି।ମଣିପୁର ଘଟଣାକୁ ନେଇ ନିଜ ଆଡୁ ଉଦ୍‌ବେଗ ପ୍ରକାଶ କରିବା ସହ ଏପରି ଘୃଣ୍ୟ ଅପରାଧକୁ ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟରେ ଏକ ସମ୍ପ୍ରଦାୟର ୨ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି। ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ସରକାରଙ୍କୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଘଟଣାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବନି କହିଛନ୍ତି ପ୍ରଧାନ ବିଚାରପତି । ମହିଳାଙ୍କୁ ଉପକରଣ ଭାବରେ ବ୍ୟବହାର କରାଯିବା ଅତି ଜଘନ୍ୟ ଅପରାଧ । ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ବିଚଳିତ ଓ ବିବ୍ରତ କରୁଛି । ଯଦି ସରକାର ଏହା ବିରୋଧରେ ଆକ୍ସନ ନ ନିଅନ୍ତି, ଆମେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ସିଜେଆଇ କହିଛନ୍ତି । ଆସନ୍ତାକାଲି ସୁପ୍ରିମକୋର୍ଟରେ ମଣିପୁର କେସର ଶୁଣାଣି ହେବ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ସର୍ବୋଚ୍ଚ କୋର୍ଟ । ଦୋଷୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।

Leave A Comment

All fields marked with an asterisk (*) are required