Search for:
  • Home/
  • ରାଜ୍ୟ/
  • ହାପି ଥଟ୍‌ସ ନାମରେ ସୁପରିଚିତ ତେଜଜ୍ଞାନ ଫାଉଣ୍ଡେସନ ତରଫରୁ “ବ୍ଲିସ୍ ୱାକ୍ – ମେରା ଉତ୍ଥାନ” ମେଡିଟେସନ ଚେଲେଞ୍ଜ

ହାପି ଥଟ୍‌ସ ନାମରେ ସୁପରିଚିତ ତେଜଜ୍ଞାନ ଫାଉଣ୍ଡେସନ ତରଫରୁ “ବ୍ଲିସ୍ ୱାକ୍ – ମେରା ଉତ୍ଥାନ” ମେଡିଟେସନ ଚେଲେଞ୍ଜ

Spread the love

Loading

 

ହାପି ଥଟ୍‌ସ ନାମରେ ସୁପରିଚିତ ତେଜଜ୍ଞାନ ଫାଉଣ୍ଡେସନ ତରଫରୁ “ବ୍ଲିସ୍ ୱାକ୍ – ମେରା ଉତ୍ଥାନ” ମେଡିଟେସନ ଚେଲେଞ୍ଜ : ଧ୍ୟାନର ବଳକୁ ମହିମାନ୍ୱିତ କରିବା ନିମନ୍ତେ ଏକ ଶାନ୍ତି ପଦଯାତ୍ରା ଆୟୋଜିତ ହୋଇସାରିଛି।

ଭୁବନେଶ୍ୱର:୧୦ ନଭେମ୍ବର ୨୦୨୪ ଦିନକୁ ତେଜଜ୍ଞାନ ଫାଉଣ୍ଡେସନ ତରଫରୁ “ବ୍ଲିସ୍ ୱାକ୍ – ମେରା ଉତ୍ଥାନ” ମେଡିଟେସନ ଚେଲେଞ୍ଜର ଘୋଷଣା କରାଯାଇଥିଲା। ଏହି ଉପଲକ୍ଷରେ ଧ୍ୟାନର ରୂପାନ୍ତରଣକାରୀ ଶକ୍ତି ସମ୍ବନ୍ଧରେ ଜାଗରୁକତା ପ୍ରସାରିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଏକ ନିଆରା ଶାନ୍ତି ପଦଯାତ୍ରା ଗତକାଲି ଆୟୋଜନ କରାଯାଇଥିଲା। ଏହି ପଦଯାତ୍ରା ମହାବୋଧି ସୋସାଇଟି, ହାଉସିଂ ବୋର୍ଡ ଛକ, ଭୁବନେଶ୍ୱରରୁ ଅପରାହ୍ଣ ୩ଟା ୩୦ରେ ଆରମ୍ଭ ହୋଇଥିଲା ଏବଂ ୫ଟା ୩୦ ପର୍ଯ୍ୟନ୍ତ ଚାଲିଥିଲା।

“ମୋ-ଉତ୍ଥାନ” ଥିମ୍ ଉପରେ ଆଧାରିତ ଏହି ପଦଯାତ୍ରା ପ୍ରତିଭାଗୀମାନଙ୍କୁ ଧ୍ୟାନ ମାଧ୍ୟମରେ ମାନସିକ ସ୍ପଷ୍ଟତା, ଭାବନାତ୍ମକ ସନ୍ତୁଳନ ତଥା ଶାରୀରିକ ସ୍ୱାସ୍ଥ୍ୟ ପ୍ରାପ୍ତ କରିବାକୁ ପ୍ରେରଣା ଦେଇଛି। ଏଥିରେ ପ୍ରତ୍ୟେକ ଆୟୁର ଲୋକ ବ୍ୟକ୍ତିଗତଭାବରେ, ସପରିବାରେ ବା ସାମୂହିକ ଭାବରେ ଭାଗ ନେଇଥିଲେ। ଏହି ଯାତ୍ରା ମାଧ୍ୟମରେ ଧ୍ୟାନ, ଶାନ୍ତି ଓ ମନର ସ୍ଥିରତାର ସନ୍ଦେଶକୁ ପ୍ରସାରିତ କରିବାର ପ୍ରୟାସ କରାଯାଇଥିଲା।

ମିଳିତ ଭାବରେ ଏକ ସ୍ୱସ୍ଥ ଏବଂ ଶାନ୍ତିପୂର୍ଣ୍ଣ ଜୀବନ ଦିଗରେ ଆଗକୁ ବଢ଼ିବାର ଲକ୍ଷ୍ୟନେଇ ଏହି ମହତ୍ତ୍ୱପୂର୍ଣ୍ଣ ଆୟୋଜନ କରାଯାଇଥିଲା। ସାମାଜିକ ଉତ୍ଥାନପାଇଁ ଜନମାନସରେ ଶାନ୍ତି ଓ ଧ୍ୟାନର ଏକ ସକାରାତ୍ମକ ସନ୍ଦେଶ ପ୍ରସାରଣ କରିବା ଓ ଧ୍ୟାନକୁ ନିଜ ଜୀବନରେ ସାମିଲ କରିବା ଆବଶ୍ୟକ। ସେଥିପାଇଁ ଏହି ଯାତ୍ରାମାଧ୍ୟମରେ ଲୋକମାନଙ୍କୁ ଅନୁପ୍ରେରିତ କରାଯାଇଥିଲା।

ଧ୍ୟାନ, ଆଧ୍ୟାତ୍ମିକ ଜ୍ଞାନ ଏବଂ ସକାରାତ୍ମକ ପରିବର୍ତ୍ତନ ମାଧ୍ୟମରେ ମାନବତାର ଉତ୍ଥାନ କରିବାର ଲକ୍ଷ୍ୟ ନେଇ ତେଜଜ୍ଞାନ ଫାଉଣ୍ଡେସନ ୨୫ ବର୍ଷ ଧରି ନିରନ୍ତର ପ୍ରୟାସ କରି ଚାଲିଛି। ଆନ୍ତରିକ ପ୍ରସନ୍ନତା ପାଇବା ସହିତ ନିଜର ସର୍ବୋଚ୍ଚ କ୍ଷମତା ହାସଲ କରିବାରେ ଏହାର କାର୍ଯ୍ୟକ୍ରମ ଲୋକମାନଙ୍କୁ ସହାୟତା କରିଥାଏ।

Leave A Comment

All fields marked with an asterisk (*) are required