ପୁରାତନ ଛାତ୍ରସଂଘ ବାଣୀବିହାରରେ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ସଂପୃକ୍ତ ତଥା ସକ୍ରିୟ ହେଉ…
ପୁରାତନ ଛାତ୍ରସଂଘ ବାଣୀବିହାରରେ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ସଂପୃକ୍ତ ତଥା ସକ୍ରିୟ ହେଉ…
ଭୁବନେଶ୍ୱର:ପୁରାତନ ଛାତ୍ରସଙ୍ଘ ବାଣୀବିହାରରେ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ଵ ତଥା ପ୍ରତିଭାର ବିକାଶ ନିମନ୍ତେ ସକ୍ରିୟ ହେବା ଉଚିତ। ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଅର୍ଜନ କରିଥିବା ପୁରାତନ ଛାତ୍ର ବା ଛାତ୍ରୀ ପିଲାଙ୍କ ସହିତ ଆନୁଷ୍ଠାନିକ ଭାବେ ମିଶିବାର ସୁଯୋଗ ସୃଷ୍ଟି ହେଉ ।
ପୁରାତନ ଛାତ୍ରସଂଘର ପ୍ରତିଭାବାନ ତଥା ଆଗ୍ରହୀ ସଦସ୍ୟମାନେ ଡିବେଟିଂ ସୋସାଇଟି , କୁଇଜ୍ କ୍ଳବ୍ , କଲ୍ଚରାଲ ସୋସାଇଟି ସହିତ ସଂପୃକ୍ତ ହୋଇ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ ପାଇଁ ଅବଦାନ ରଖନ୍ତୁ।
କ୍ୟାରିଅର କାଉନସେଲିଂ, ସ୍ପୋକନ ଇଂଲିଶ କ୍ଲାସ୍, ମେଣ୍ଟରିଂ… ପ୍ରଭୃତି କ୍ଷେତ୍ରରେ ନିଜକୁ ସଂପୃକ୍ତ କରନ୍ତୁ।
ଏହିସବୁ କାର୍ଯ୍ୟକ୍ରମ ଗୁଡ଼ିକ ପୁରାତନ ଛାତ୍ରସଂଘର କାର୍ଯ୍ୟାଳୟରେ ଆୟୋଜନ ହୋଇପାରିବ । ଛାତ୍ରଛାତ୍ରୀଙ୍କର ଅଂଶଗ୍ରହଣ ଉତ୍ସାହଜନକ ହେଲେ ପରବର୍ତ୍ତୀ କାଳରେ ପିଜି କାଉନସିଲ୍ ହଲ୍ ତଥା ବିଭିନ୍ନ ବିଭାଗର ଗ୍ୟାଲେରୀକୁ ଉପଯୋଗ କରାଯାଇପାରିବ । ଏଥିପାଇଁ ପୁରାତନ ଛାତ୍ରସଂଘର ଆଗ୍ରହୀ ସଦସ୍ୟଙ୍କର ଏକ ତାଲିକା ପ୍ରସ୍ତୁତ କରି ପ୍ରସ୍ତାବଗୁଡିକ ତୁରନ୍ତ କାର୍ଯ୍ୟକାରୀ କରାଯାଉ…