Search for:

ମନେପଡେ ମହାବାତ୍ୟା ।

Spread the love

Loading

ମନେପଡେ ମହାବାତ୍ୟା

ଭୁବନେଶ୍ୱର- ୩୦ ତାରିଖ ମଙ୍ଗଳବାର ଦିନ ମାଷ୍ଟର କ୍ୟାଣ୍ଟିନ ଛକ ସ୍ଥିତ ବୁଲନ ଭାଇ ସେବା ସଦନ ରେ ମଦର୍ ଅନୁଷ୍ଠାନ ଦ୍ଵାରା ଆୟୋଜିତ “ମନେପଡେ ମହାବାତ୍ୟା” ରେ ଗୋପାଳକୃଷ୍ଣ ଆଚାର୍ଯ୍ୟ – (ଓଡ଼ିଆ ଭାଷା ସାହିତ୍ୟ ପ୍ରାଧ୍ୟାପକ), ଦିଲ୍ଲିପ କୁମାର ବିଶ୍ବାଳ -(ବରିଷ୍ଠ ସାମ୍ବାଦିକ),ପ୍ରମୋଦ ଦାସ(ମଦର୍ ର ମୁଖ୍ୟ ପରିଚାଳନା ଅଧିକାରୀ), ଡ଼.ରଜନୀ ରଞ୍ଜନ (ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ),ଶ୍ରୀକାନ୍ତ ଦାସ(ସମ୍ପାଦକ ଓଡିଆ ଜାତୀୟ ସମ୍ମିଳନୀ) ଏବଂ ଅନେକ ବୁଦ୍ଧିଜୀବି ଯୋଗ ଦେଇଥିଲେ ଏବଂ ମହାବାତ୍ୟାର ଅନୁଭୂତି ବାଣ୍ଟିଥିଲେ ଯୁବପିଢି ଏବଂ ପରସ୍ପର ମଧ୍ୟରେ।ସେଦିନ ମଧ୍ୟ ଥିଲା ଅକ୍ଟୋବର ୨୯ ଶୁକ୍ରବାର ୧୯୯୯ ମହାବାତ୍ୟାର ଦିନ। ଏବେବି ମନେପଡ଼ିଲେ ଲୋମ ଟାଙ୍କୁରି ଉଠେ।କେତେକୋଳ ଶୂନ୍ୟ କରିଛି ସେଦିନ ବାତ୍ୟା।କେତେ ଶିଶୁଙ୍କ ମୁଣ୍ଡରୁ ଛଡେଇନେଇଥିଲା ମା ବାପାଙ୍କ ହାତ। ବଦଳେଇଦେଇଥିଲା ଉପକୂଳ ଓଡ଼ିଶାର ନକ୍ସା।ଏହା ସୃଷ୍ଟି ହୋଇଥିଲା ବଙ୍ଗୋପ ସାଗର ରେ । ଜଗତସିଂହପୁର ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା ଆଦି ଉପକୂଳ ଜିଲ୍ଲା ହୋଇଥିଲା ବିଶେଷ ପ୍ରଭାବିତ। ଏରସମା ବ୍ଲକ ସହିଥିଲା ସବୁଠାରୁ ବେଶୀକ୍ଷତି।ଲୋକଙ୍କ ମୁଣ୍ଡରୁ ଚାଳ ଉଡେଇନେଲା,ଅନେକ ଧନଜୀବନ ନଷ୍ଟ ହେଲା ଏହି ବାତ୍ୟାରେ।ସମ୍ପୂର୍ଣ୍ଣ ଓଡ଼ିଶା ଅନୁଭବ କରିଥିଲା ବାତ୍ୟାକୁ।ମହାବାତ୍ୟା ସାମାଜିକ ଏବଂ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିଲା ଓଡ଼ିଶାର।ଆଜି ମଧ୍ୟ ମହାବାତ୍ୟାର କଷ୍ଟରୁ ବହାରିପାରିନାହାନ୍ତି ଅନେକ ପରିବାର।ବାତ୍ୟା କହିଲେ ସେତେବେଳେ ଅନେକ ଲୋକଙ୍କ ପାଇଁ ଥିଲା କିଛି ସମୟ ପବନ ବର୍ଷା, ହେଲେ ମହାବାତ୍ୟା ବଦଳେଇଦେଲା ଲୋକଙ୍କ ଦୃଷ୍ଟିକୋଣ।ପ୍ରଥମଥର ପାଇଁ ଲୋକ ସାମ୍ନାକଲେ ଏଭଳି ଏକ ବାତ୍ୟାକୁ ଯାହାକୁ କେବେ କଳ୍ପନା ମଧ୍ୟ କରିନଥିଲେ।ସେଦିନ ସେ କାହାଣୀ ମନେପଡିଲେ ଲୋକେ କୁହନ୍ତି ସେଦିନ ଯାଇଛି ସତ ହେଲେ ଚିହ୍ନ ରହିଯାଇଛି।ସବୁଠାରୁ ବେଶୀ କ୍ଷତି ସହିଥିଲା ଏରସମାର କାଙ୍କଣ ଗାଁ , ଏ ଗାଁ ରେ ୩୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ। ଆଜି ୨୫ ବର୍ଷ ପରେ ମଧ୍ୟ ଲୋକଙ୍କ ମୁଣ୍ଡକୁ ଛାତ ମିଳିନି।ଆଜି ମଧ୍ୟ ଆଖିରୁ ସୁଖେନି ଲୁହ ଆତ୍ମୀୟଙ୍କ ସ୍ମୃତିରେ।ସେଦିନ ମହାବାତ୍ୟା ଉପକୂଳ ଓଡ଼ିଶା ପାଇଁ ଗୋଟେ କାଳ ଅଧ୍ୟାୟ ହୋଇ ରହିଗଲା।ଏମିତି ସବୁ ମତ ଆଉ ବକ୍ତବ୍ୟ ,ସ୍ମୃତି ଅନୁଭୂତି କୁ ନେଇ ମଦର୍ ଦ୍ଵାରା ଆୟୋଜନ ହୋଇଛି “ମନେପଡେ ମହାବାତ୍ୟା”।

Leave A Comment

All fields marked with an asterisk (*) are required