Search for:
  • Home/
  • ରାଜ୍ୟ/
  • ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା, ବାତ୍ୟାବେଳେ ରୋଗୀଙ୍କୁ ନିଜ କୋଳରେ ନେଇ ଆମ୍ବୁଲାନ୍ସରେ ପହଞ୍ଚାଇଲେ ଡ୍ରାଇଭର

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା, ବାତ୍ୟାବେଳେ ରୋଗୀଙ୍କୁ ନିଜ କୋଳରେ ନେଇ ଆମ୍ବୁଲାନ୍ସରେ ପହଞ୍ଚାଇଲେ ଡ୍ରାଇଭର

Spread the love

Loading

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ମାନବିକତା, ବାତ୍ୟାବେଳେ ରୋଗୀଙ୍କୁ ନିଜ କୋଳରେ ନେଇ ଆମ୍ବୁଲାନ୍ସରେ ପହଞ୍ଚାଇଲେ ଡ୍ରାଇଭର
ଭୁବନେଶ୍ୱର:କେନ୍ଦ୍ରାପଡା: କର୍ମ ଆଗରେ ଫିକା ପଡିଲା ବାତ୍ୟା “ଦାନା” ର ତାଣ୍ଡବ । ଜଣେ ରୋଗୀଙ୍କୁ ନିଜ କୋଳରେ କୋଳେଇ ନେଇ ଦୀର୍ଘ ବାଟ ଅତିକ୍ରମ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇଲେ ଆମ୍ବୁଲାନ୍ସ ଡ୍ରାଇଭର । ଯେଉଁଥି ପାଇଁ ସମସ୍ତେ କହୁଛନ୍ତି ସାବାସ୍ “ମାନସ” । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ନଗରୀପଡା ଅଂଚଳର ମାନସ ମଲ୍ଲିକ । ପେସାରେ ଜଣେ 108 ଆମ୍ବୁଲାନ୍ସ ଡ୍ରାଇଭର । ସେଥିରୁ ଯାହା ମିଳେ ପରିବାର ପ୍ରତିପୋଷଣ କରିବାରେ ଅସମର୍ଥ । କିନ୍ତୁ କର୍ମ ତାଙ୍କର ମହାନ। ବାତ୍ୟା ଦାନା ପାଇଁ ସମସ୍ତ ସରକାରୀ କର୍ମଚାରୀ ତତ୍ପର ଥିବାବେଳେ ମାନସଙ୍କ କର୍ମତତ୍ପରତାର ଦୃଶ୍ୟ ସଭିଙ୍କୁ ଚକିତ କରିଥିଲା । ବାତ୍ୟା ସମୟରେ, ରାଜନଗର ଅଂଚଳରେ ଗଛ ପଡିଯାଇ ରାସ୍ତା ଅବରୋଧ ଥିବାରୁ ଜଣେ ରୋଗୀଙ୍କୁ ତାଙ୍କ ଘରୁ ନିଜ କୋଳରେ କୋଳେଇ ଆଣି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପର୍ଯ୍ୟନ୍ତ ପହଞ୍ଚାଇଥିଲେ । ଯେଉଁ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି । ଆଉ ସେହି ଦୃଶ୍ୟ କୁ ଯିଏ ବି ଦେଖୁଛନ୍ତି ସିଏ କହୁଛନ୍ତି ସାବାସ୍ ମାନସ ।

Leave A Comment

All fields marked with an asterisk (*) are required