Search for:
  • Home/
  • ରାଜ୍ୟ/
  • ଉତ୍କଳ ବିଶ୍ବବିଦ୍ୟାଳୟରେ ନାମ ଲେଖା ଜାଲିଆତି ପ୍ରସଙ୍ଗରେ ଉଚ୍ଚ ଶିକ୍ଷା ସଚିବଙ୍କୁ ଭେଟିଲା ଛାତ୍ର କଂଗ୍ରେସ

ଉତ୍କଳ ବିଶ୍ବବିଦ୍ୟାଳୟରେ ନାମ ଲେଖା ଜାଲିଆତି ପ୍ରସଙ୍ଗରେ ଉଚ୍ଚ ଶିକ୍ଷା ସଚିବଙ୍କୁ ଭେଟିଲା ଛାତ୍ର କଂଗ୍ରେସ

Spread the love

Loading

ଉତ୍କଳ ବିଶ୍ବବିଦ୍ୟାଳୟରେ ନାମ ଲେଖା ଜାଲିଆତି ପ୍ରସଙ୍ଗରେ ଉଚ୍ଚ ଶିକ୍ଷା ସଚିବଙ୍କୁ ଭେଟିଲା ଛାତ୍ର କଂଗ୍ରେସ

ଭୁବନେଶ୍ଵର, ତା. ୨୧/୧୦ ରିଖ : ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦ୍ଦିତ ପ୍ରଧାନଙ୍କ ନେତୃତ୍ବରେ ରାଜ୍ୟ ସଚିବାଳୟ ଠାରେ ଉଚ୍ଚଶିକ୍ଷା ସଚିବଙ୍କୁ ଛାତ୍ର କଂଗ୍ରେସର ଏକ ପ୍ରତିନିଧୂଦଳ ଉତ୍କଳ ବିଶ୍ଵବିଦ୍ୟାଳୟରେ ଘଟିଥିବା ନାମ ଲେଖା ଜାଲିଆତି ସଂପର୍କରେ ଏକ ସ୍ମାରକ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ଜାଲିଆତି ବିରୁଦ୍ଧରେ ପ୍ରଦେଶ ଛାତ୍ର କଂଗ୍ରେସ ଉତ୍କଳ ବିଶ୍ଵ ବିଦ୍ୟାଳୟରେ ଏବଂ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।

ଲାଇବ୍ରେରି ଏବଂ ଇନ୍‌ଫରମେସନ ସାଇନ୍ସ ବିଭାଗରେ ନାମ ଲେଖାଇବା ପାଇଁ ଛାତ୍ର ବିଜୟ କୁମାର ସାହୁ ସାମ୍‌ସ ମାଧ୍ୟମରେ ଆବେଦନ କରିଥିଲେ । ସାମ୍‌ସ ରାଙ୍କିଙ୍ଗ୍‌ରେ ତାଙ୍କର କ୍ରମିକ ନମ୍ବର ଥିଲା ୧୩, ମାତ୍ର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଶ୍ରୀ ସାହୁଙ୍କୁ ଆଡ଼ମିସନ୍ ସୁଯୋଗ ନ ଦେଇ କ୍ରମିକ ସଂଖ୍ୟା ୧୫ ରେ ଥିବା ଆବେଦନ‌କାରୀ ଛାତ୍ର ମିତ୍ର ପ୍ରକାଶ ବଳଙ୍କୁ ଆଡ଼ମିସନ କରାଇଦେଲେ।

ଏଠାରେ ପ୍ରକାଶଯୋଗ୍ୟ ଯେ, ଲାଇବ୍ରେରି ଏବଂ ଇନ୍‌ଫରମେସନ ସାଇନ୍ସ୍ ପକ୍ଷରୁ ଶ୍ରୀ ସାହୁଙ୍କୁ ଟେଲିଫୋନ ଯୋଗେ ଡକାଯାଇଥିଲା। ସିଏଲ୍‌ସି ଦାଖଲ କରାଯିବାକୁ ମଧ୍ଯ କୁହାଯାଇଥିଲା। ସମସ୍ତ ଆବଶ୍ୟକୀୟ କାଗଜପତ୍ର ସହ ଆଡ଼ମିସନ ଫର୍ମ ପୂରଣ କରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଶ୍ରୀ ସାହୁ ନିର୍ଦ୍ଧାରିତ ସମୟରେ ଫର୍ମ ଏବଂ ଆବଶ୍ୟକୀୟ କାଗଜ ପତ୍ର ଦାଖଲ କରିବା ପରେ ସଂପୃକ୍ତ ବିଭାଗର କୋଅର୍ଡିନେଟର ରୁଦ୍ର ନାରାୟଣ ମହାପାତ୍ର କହିଲେ ସେ ଚାପ ବସବର୍ତ୍ତୀ ହୋଇ ତାଙ୍କ ସ୍ଥାନରେ ୧୫ ନମ୍ବର କ୍ରମାଙ୍କରେ ଥିବା ଛାତ୍ର ମିତ୍ର ପ୍ରକାଶ ବଳଙ୍କୁ ଆଡ଼ମିସନ କରାଯାଇଛି । ଏହି ଅନିୟମିତତା ବିରୁଦ୍ଧରେ ଛାତ୍ର କଂଗ୍ରେସ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରମାନେ, କୂଳପତି ସବୀତା ଆଚାର୍ଯ୍ୟ ଏବଂ ଅଧ୍ଯକ୍ଷ ନବନିତା ରଥଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିଥିଲେ। ଯେହେତୁ ଏମାନେ ସେହି ଅନୟମିତତାର ଅଂଶୀଦାର, ସେହେତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । ଆବେଦନକାରୀ ଛାତ୍ର ଶ୍ରୀ ବିଜୟ କୁମାର ସାହୁ ଫକୀର ମୋହନ ବିଶ୍ଵ ବିଦ୍ୟାଳୟରୁ ତାଙ୍କର ସି.ଏଲ.ସି ଆଣି ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଦାଖଲ କରିସାରିଛନ୍ତି । ବର୍ତ୍ତମାନ ସେ କରିବେ କ’ଣ ? ତାଙ୍କ ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲି ଦିଆଯାଇଛି। ତୁରନ୍ତ ଏହି ଅନିୟମିତତାରେ ସଂପୃକ୍ତ ପଦାଧୀକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଆବେଦନ‌କାରୀ ଛାତ୍ର ଶ୍ରୀ ବିଜୟ ସାହୁଙ୍କୁ ତୁରନ୍ତ ଆଡ଼ମିଶନ କରିବାକୁ ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସ୍ମାରକ ପତ୍ର ମାଧ୍ୟମରେ ଦାବୀ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ, ପ୍ରଦେଶ ଯୁବ କଂଗ୍ରେସ ସଭାତି ରଣଜିତ ପାତ୍ର, ଉତ୍କଳ ବିଶ୍ଵବିଦ୍ୟାଳୟର ଛାତ୍ର ସଂସଦର ପୂର୍ବତନ ସଭାପତି ମନୋଜ ବିଶ୍ୱାଳ, ସମୀୟ ବରାଳ, ରାଜେଶ ଦାସ, ପାର୍ଥସାରଥୀ ଜେନା, ଏମ୍.ଡ଼ି. ପରଭେଜ, ସ୍ପନ୍ଦନ ସ୍ୱାଇଁ ଓ ଚଣ୍ଡି ପ୍ରସାଦ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave A Comment

All fields marked with an asterisk (*) are required