Search for:

65 ତମ ପୁଲିସ ଶହିଦ ଦିବସ।

Spread the love

Loading

​​ଭୁବନେଶ୍ୱର:65 ତମ ପୁଲିସ ଶହିଦ ଦିବସ ଅବସରରେ ଉପସ୍ଥିତ ପୁଲିସ ଅଧିକାରିଗଣ, ପ୍ୟାରେଡ ରେ ଭାଗ ନେଇଥିବା ପୁଲିସ ଫୋର୍ସ , ଗଣମାଧ୍ୟମର ପ୍ରତିନିଧି ଗଣ ଏବଂ ଉପସ୍ଥିତ ଦର୍ଶକ ମଣ୍ଡଳୀ ।
​​1959 ମସିହା ଅକ୍ଟୋବର 21 ତାରିଖ ଦିନ ସିଆଚୀନ ସୀମାନ୍ତ ହଟସ୍ପ୍ରିଙ୍ଗ (HOTSPRING) ଅଞ୍ଚଳରେ ସିଆରପିଏଫ ର ଏକ ଟୋଲି ପଇଁତରା ମାରୁଥିବା ସମୟରେ ଚୀନ ସୀମାପଟୁ ଅତର୍କିତ ଆକ୍ରମଣ ହୋଇଥିଲା । ଆମର ବୀର ଯବାନ ମାନେ ଅତ୍ୟନ୍ତ ସାହସିକତା ପ୍ରଦର୍ଶନ କରିବା ସହ ଆକ୍ରମଣର ପାଲଟା ଜବାବ ଦେଇ ଦେଶ ମାତୃକା ପାଇଁ 10 ଜଣ ବୀର ଯବାନ ବୀରଗତି ପ୍ରାପ୍ତ ହୋଇଥିଲେ ।
​​ଏହି ବଳିଦାନକୁ ମନେ ପକାଇବା ପାଇଁ ତଥା ପ୍ରତି ବର୍ଷ ଦେଶ ମାତୃକା ପାଇଁ ଶହିଦ ହେଉଥିବା ପୁଲିସ କର୍ମଚାରୀ ମାନଙ୍କୁ ମନେ ପକେଇବା ପାଇଁ ତଥା ସେମାନକଂର ଆତ୍ମାର ସଦଗତି ନିମନ୍ତେ ଅକ୍ଟୋବର ମାସ 21 ତାରିଖ କୁ ଭାରତ ବର୍ଷ ର ସମସ୍ତ ପୁଲିସ ବିଭାଗରେ ଶହିଦ ଦିବସ ରୂପେ ପାଳନ କରାଯାଇଆସୁଅଛି।
​​ ଧନ ଜୀବନର ସୁରକ୍ଷା ସହ ଶାନ୍ତି ପ୍ରତିଷ୍ଠା ଦିଗରେ କମିସନରେଟ ପୁଲିସ ସବୁବେଳେ ଦକ୍ଷତା ର ସହ କାର୍ଯ୍ୟ କରି ଆସୁଅଛି। ନିଜ ଦାଇତ୍ଵ ପାଳନ ସହ ଜନ ସେବା କ୍ଷେତ୍ରରେ ବିଶେଷ କରି ବିଭିନ୍ନ ଯାନିଯାତ୍ରା ଏବଂ ଆଇନ ଶୃଙ୍ଖଳା ସମୟରେ ପୁଲିସ ର କାର୍ଯ୍ୟ ଜନସାଧାରଣ ଙ୍କ ମଧ୍ୟ ରେ ଭରସା ସୃଷ୍ଟି କରିପାରିଛି। ଅନେକ ପୁଲିସ କର୍ମଚାରୀ ନକ୍ସଲ ନିୟନ୍ତ୍ରଣ ତଥା ଶାନ୍ତି ରକ୍ଷା ସମୟରେ ନିଜ ଜୀବନ କୁ ବଳିଦାନ ଦେଇ ସେମାନଙ୍କ ଦାଇତ୍ଵ ନିର୍ବାହ କରିଛନ୍ତି । ଏହି ଅମର ଶହୀଦ ମାନଙ୍କ ନିକଟରେ କମିସନରେଟ ପୁଲିସ କୃତଜ୍ଞ୍ନ।
​​ଆଜିର ଦିନରେ କମିସନରେଟ ପୁଲିସ ବାହିନୀର ସମସ୍ତ ସଦସ୍ୟ ମାନକଂର ଶପଥ ନେବାର ଦିନ ଆସିଛି ଯେ ଆମେ ମିଳିମିଶି ଦେଶ ବିରୋଧୀ ଶକ୍ତି କୁ ସମୂଳେ ଧ୍ଵଂସ କରି ସମାଜରେ ଶାନ୍ତି ମୈତ୍ରୀ ଓ ଐତିହ୍ୟ ପ୍ରତିଷ୍ଠା କରିବା । ଚଳିତ ବର୍ଷ ଭାରତ ବର୍ଷ ରେ ଶହୀଦ ହୋଇଥିବା ମୋଟ 216 ଜଣ ପୁଲିସ କର୍ମଚାରୀ ଏବଂ ସେଥି ମଧ୍ୟ ରୁ ଓଡିଶା ରୁ 02 ଜଣ ପୁଲିସ କର୍ମଚାରୀ ଶହୀଦ ହୋଇଛନ୍ତି । ତାଙ୍କର ଅମର ଆତ୍ମା ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସେମାନଙ୍କ ପରିବାର ବର୍ଗ ଙ୍କୁ ସମବେଦନା ଜଣାଉଛି ।
​​ ଆସନ୍ତୁ ଆମେ ଶପଥ ନେବା ଯେ ସେମାନଙ୍କ ବଳିଦାନ ବୃଥା ଯିବନାହିଁ। ​​​​​​​​​​​​​​​​​​​​​​​​​​​​​​​​​

Leave A Comment

All fields marked with an asterisk (*) are required