ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ୭୫ବର୍ଷ ପୂଜା ମଣ୍ଡପରେ ଉନ୍ମୋଚିତ କଲେ ‘ପୂଜ୍ୟତେ’
ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ମୁଖ୍ୟମନ୍ତ୍ରୀ, ୭୫ବର୍ଷ ପୂଜା ମଣ୍ଡପରେ ଉନ୍ମୋଚିତ କଲେ ‘ପୂଜ୍ୟତେ’
ଭୁବନେଶ୍ୱର,୧୨/୧୦ – : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ରାଜଧାନୀର ବିଭିନ୍ନ ଦୁର୍ଗା ପୂଜା ମଣ୍ଡପ ବୁଲି ଦେଖିଥିଲେ । ଶ୍ରୀଯୁକ୍ତ ମାଝି ତାଙ୍କ ପତ୍ନୀଙ୍କ ସହ ଜଗତଜନନୀ ମା’ ଦୁର୍ଗାଙ୍କ ନିକଟରେ ପୂଜାର୍ଚନା କରି ରାଜ୍ୟବାସିଙ୍କ ଶୁଖ ସମୃଦ୍ଧି କାମନା କରିଥିଲେ । ସେ ଏହି ଅବସରରେ ପ୍ରଥମେ ପୁରୁଣା ଭୁବନେଶ୍ୱର ଯମେଶ୍ୱର ପାଟଣା ସାହି ଦୁର୍ଗାପୂଜା ମଣ୍ଡପ ପରେ ସୁନ୍ଦରପଦା ଦୁର୍ଗା ମଣ୍ଡପ, ପରେ ପରେ ବରମୁଣ୍ଡା, ନୟାପଲ୍ଲୀ, ରସୁଲଗଡ଼, ସହିଦନଗର, ବମିଖାଲ, ଲକ୍ଷ୍ମୀସାଗର, ଷ୍ଟେସନ୍ ଛକ ଆଦି ପୂଜା ମଣ୍ଡପ ବୁଲିଥିଲେ । ପ୍ରଥମେ ପୁରୁଣା ଭୁବନେଶ୍ୱର ଯମେଶ୍ୱର ପାଟଣା ସାହି ଦୁର୍ଗାପୂଜା ସମିତି ପୂଜା ମଣ୍ଡପରେ ପହଞ୍ଚି ଆଳତୀ ପୁଷ୍ପାଞ୍ଜଳି କରିବା ପରେ ପୂଜା କମିଟି ପକ୍ଷରୁ ଏକ ଦୁର୍ଗାଙ୍କ ଫଟୋ ଓ ମାର୍ବଲ ମୂର୍ତି ପ୍ରଦାନ କରାଯାଇଥିଲା । ପରେ ଯମେଶ୍ୱର ପାଟଣା ସାହି ଦୁର୍ଗାପୂଜା ସମିତି ୭୫ ବର୍ଷ ପୂଜା ସ୍ମରଣୀକା ‘ପୂଜ୍ୟତେ’ କୁ ଶ୍ରୀଯୁକ୍ତ ମାଝି ଉନ୍ମୋଚିତ କରିଥିଲେ । ଏଥିରେ ବିଧାୟକ ବାବୁ ସିଂ, ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମିର ମହାନ୍ତି, ପୂର୍ବତନ ବିଧାୟକ ପ୍ରୀୟଦର୍ଶୀ ମିଶ୍ର, ରଶ୍ମୀ ମହାପାତ୍ର, ରାଜେନ୍ଦ୍ର ପଣ୍ଡା, ଜଗନ୍ନାଥ ପ୍ରଧାନ, ସଭାପତି ପ୍ରସନ୍ନ କୁମାର ସ୍ୱାଇଁ, ସମ୍ପାଦକ ପ୍ରଶାନ୍ତ କୁମାର ସାମର୍ଥା, ଉପଦେଷ୍ଟା ସନତ ମିଶ୍ର, ଡ଼ ଲିଙ୍ଗରାଜ ସାହୁ, ତୃପ୍ତିମୟୀ ମକଦ୍ଦମ, ସୁବାଷ ଦାଶ, ସୁନୀଲ କୁମାର ପ୍ରଧାନ, ରମେଶ ସାହୁ, ଗୌରୀ ଖଟେଇ, ବାବୁ ଖୁଂଟିଆ, ସୁବାଷ ବାରିକ, ସୁବାଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସାହି ମୁରବୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ।