Search for:
  • Home/
  • ରାଜ୍ୟ/
  • ୧୮ଟି ଜେଲରେ ବନ୍ଦୀ ପିତାମାତାଙ୍କ ପିଲାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ

୧୮ଟି ଜେଲରେ ବନ୍ଦୀ ପିତାମାତାଙ୍କ ପିଲାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ

Spread the love

Loading

=୧୮ଟି ଜେଲରେ ବନ୍ଦୀ ପିତାମାତାଙ୍କ ପିଲାମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯିବ: ମନ୍ତ୍ରୀ
=ମଧୁରମୟୀରେ ଶିକ୍ଷା ନିକେତନରେ ଗାନ୍ଧୀ ଜୟନ୍ତୀ
ଭୁବନେଶ୍ୱର, ୨/୧୦(): ୧୮ଟି ଜେଲରେ ବନ୍ଦୀ ଜୀବନ କାଟୁଥିବା ପିତାମାତାଙ୍କ ସନ୍ତାନ ସନ୍ତନ୍ତିଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯିବ। ସେମାନଙ୍କୁ ଥଇଥାନ ସହ ଶିକ୍ଷା ଓ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ। ପିତାମାତାଙ୍କ ମାମଲା ଲଢ଼ିବା ପାଇଁ ମୁକ୍ତ ଆଇନ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପ୍ରଥ୍ୱୀରାଜ୍ ହରିଚନ୍ଦନ। ଓଡିଶା ପତିତ ଉଦ୍ଧାର ସମିତି ପକ୍ଷରୁ ମଧୁରମୟୀ ଆଦର୍ଶ ଶିକ୍ଷା ନିକେତନ ପରିସରରେ ଅନୁଷ୍ଠିତ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଲେ, ମହାତ୍ମାଙ୍କ ଆଦର୍ଶ ସର୍ବଦା ଅନୁକରଣୀୟ ହୋଇ ରହିବ। ଜେଲ ଅନ୍ତେବାସୀଙ୍କ ପିଲାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଓଡ଼ିଶା ପତିତ ଉଦ୍ଧାର ସମିତି ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ଏହି ମହତ୍ତ କାର୍ଯ୍ୟ ପାଇଁ ସରକାରଙ୍କ ତାରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ୱେଲଫେୟାର କ୍ଲବ ନିର୍ମିତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଏବଂ ସ୍ୱାଧୀନ ଭାରତ ପାଇଁ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। କର୍ପୋରେଟର ଧରିତ୍ରୀ ଜେନା, ସମାଜସେବୀ ସୁରେନ୍ଦ୍ର କୁମାର ଜେନା, ଉମାକାନ୍ତ ଜେନା, ଅଦ୍ୟପ୍ରାଣ ସୁବୁଦ୍ଧି ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ ଗାନ୍ଧିଜୀ ଏବଂ ଜେଲ ବନ୍ଦୀମାନଙ୍କ ପିଲାମାନଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧା ସମ୍ପର୍କରେ କହିଥିଲେ। ଏହି ଅବସରରେ ପିଲାମାନଙ୍କ ଦ୍ୱାରା ବାଲୁକା କଳା, ନୃତ୍ୟ, ଲବଣ ସତ୍ୟାଗ୍ରହ ନାଟକ ପ୍ରଦର୍ଶିତ ହୋଇଥିଲା। ମାତୃମୟୀ ପ୍ରିୟଦର୍ଶିନୀ, ପ୍ରିୟମ୍ବଦା ବିଶ୍ୱାଳ, ଲୋପାମୁଦ୍ରା ପାଇକରାୟ, ସ୍ବର୍ଣ୍ଣମ ୠତୁପାର୍ଣ୍ଣା ବଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Comment

All fields marked with an asterisk (*) are required