ଗତକାଲି ସାରା ରାଜ୍ୟ ଦେଖିଲା ଅସଲ ମୁଖା ।
ଭୁବନେଶ୍ୱର:ଗତକାଲି ସାରା ରାଜ୍ୟ ଦେଖିଲା ଅସଲ ମୁଖା । ଆମେ ଆଗରୁ ବାରମ୍ବାର ଅଭିଯୋଗ କରି ଆସୁଥିଲୁ କିଭଳି ଭାବରେ ନିଯୁକ୍ତିରେ ଦୁର୍ନୀତି ହେଉଛି । ସରକାରଙ୍କୁ ଦୃଷ୍ଟି ଦେବାକୁ ଅନୁରୋଧ ମଧ୍ୟ କରିଥିଲୁ । ରାଜ୍ୟରେ ର୍ବମାନ ଚାଲୁଥିବା ଜଓ, ଇଜଓ, ଇଜ୍ଞସଦ୍ଭ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସୁଛି ସଂସ୍ଥାକୁ ନିିଯୁକ୍ତି ଦାୟିତ୍ୱ ଟେକି ଦେଇଛି । ଯେଉଁ ସଂସ୍ଥା ପୂର୍ବରୁ ପ୍ରଶ୍ନପତ୍ର ପ୍ରଘର କରି ବ୍ଲାକ ଲିଷ୍ଟେଡ଼ ହୋଇ ଅଯୋଗ୍ୟତାର ପ୍ରମାଣ ଦେଇସାରିଛି ଏବଂ ଝସଲଚ୍ଚ ଯେଉଁ ସେର ଗୁଡ଼ିକ ଚୟନ କରିଛି, କୋଉଠି ବିବାହ ମଣ୍ଡପ ଘରେ ତ କୋଉଠି ସାଇବର କାଫେରେ, ଦୁଇ ବଖରା ଘରେ ସର୍ବନିମ୍ନ ବ୍ୟବସ୍ଥା ନଥାଇ ମଧ୍ୟ ସେର ହୋଇଛି । ଯାହାର ପ୍ରମାଣ ଆପଣ ଗତକାଲି ଝଝଈ ଋୟଙ୍କଞରମଷ ଇଗ୍ଦଗ୍ଦରଗ୍ଦଗ୍ଦଜ୍ଞରଦ୍ଭଗ୍ଧ ରେ ଦେଖିଲେ । ଝସଲଚ୍ଚ ଚୟନ କରିଥିବା ସେରମାନେ ମଧ୍ୟ ଅଯୋଗ୍ୟତାର ପ୍ରମାଣ ଦେଲେ । ଆମର ପ୍ରଶ୍ନ ଅଯୋଗ୍ୟତାର ମାଳ ପିନ୍ଧି ବୁଲୁଥିବା ସଂସ୍ଥାମାନେ କଣ ଓଡ଼ିଶାରେ ମେଧାବୀଙ୍କୁ ଯୋଗତ୍ୟାର ପ୍ରମାଣ ପତ୍ର ଦେବେ?
ଗତକାଲି ନୟାପଲ୍ଲୀସ୍ଥିତ ଝଝଈ ଋଊଟଞଋଉଐ ଇଗ୍ଦଗ୍ଦରଗ୍ଦଗ୍ଦଜ୍ଞରଦ୍ଭଗ୍ଧ ଌ ଞରଗ୍ଦଗ୍ଧସଦ୍ଭଶ ଉରଦ୍ଭଗ୍ଧକ୍ସରରେ କିଭଳି ପରୀକ୍ଷା ପରିଚାଳନା କରାଗଲା ତାହା ସମସ୍ତଙ୍କ ସାମ୍ନାରେ । ତୃତୀୟ ସିଫ୍ଟରେ ୩.୩୦ରୁ ୫.୦୦ ସମୟସୀମା ଧାର୍ଯ୍ୟ କରାଯାଇଥିଲା । ସାରା ଓଡ଼ିଶାର ସମସ୍ତ ପରୀକ୍ଷା କେନ୍ଦ୍ରରେ ତୃତୀୟ ସିଫ୍ଟରେ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା ଆରମ୍ଭ ହୋଇ ୫ଟାରେ ସରିବା ପରେ ଉକ୍ତ ସେରରେ ୫.୩୦ରେ ସେଇ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା ଆରମ୍ଭ ହେଲା କିପରି? ତାହା ପୁଣି ଅତିରିକ୍ତ ଜିଲ୍ଲାପାଳଙ୍କ ତ୍ୱାବଧାନରେ?
ପ୍ରଶ୍ନପତ୍ର ପ୍ରଘଟ ପରେ ଯଦି ପରୀକ୍ଷା ହେଉଛି ତେବେ ସ୍ୱଚ୍ଛତା କେଉଁଠି?
ଆମର ଦାବି :
୧. ମୋହନ ସରକାର ମୌନ ନରହି ତୁରନ୍ତ ପରୀକ୍ଷାକୁ ବାତିଲ୍ କରିବା ସହିତ ସ୍ୱଚ୍ଛତାର ସହିତ ପୁନର୍ବାର ପରୀକ୍ଷା କରନ୍ତୁ ।
୨. ପ୍ରଶ୍ନପତ୍ର ପ୍ରଘଟ ପରେ ସମାନ ପ୍ରଶ୍ନପତ୍ରରେ ପରୀକ୍ଷାର ମାନେ କ’ଣ?
୩. କେଉଁ ଆଧାରରେ ପୂର୍ବରୁ ବ୍ଲାକ ଲିଷ୍ଟେଡ଼ ସିଫି ଭଳି ସଂସ୍ଥାକୁ ଦାୟିତ୍ୱ ଦିଆଗଲା ଓ କେଉଁ ଆଧାରରେ ସିଫି ଏଭଳି ସେରକୁ ଚୟନ କଲା, ତଦନ୍ତ ହେବ କି?
୪. ର୍ବମାନ ପର୍ଯ୍ୟନ୍ତ ସେହି ସେଇ ସେର ସହିତ ସେହିଭଳି ସେରକୁ ବ୍ୟାନ୍ କରାଯାଇ ନାହିଁ କାହିଁକି?