Search for:
  • Home/
  • ରାଜ୍ୟ/
  • ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ପିସିସି ଷ୍ଟିୟରିଂ କମିଟି ପ୍ରତିନିଧିଦଳ

ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ପିସିସି ଷ୍ଟିୟରିଂ କମିଟି ପ୍ରତିନିଧିଦଳ

Spread the love

Loading

ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ପିସିସି ଷ୍ଟିୟରିଂ କମିଟି ପ୍ରତିନିଧିଦଳ
କଟକ ତା. ୨୮.୯- ସାରା ରାଜ୍ୟରେ ଜାରି ରହିଥିବା ନର୍ସିଂ ଅଫିସରଙ୍କ ସିରିଞ୍ଜ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇଛି ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି । ପିସିସି ଷ୍ଟିୟରିଂ କମିଟିର ସଦସ୍ୟ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଏସସିବି ମେଡିକାଲ ଓ କ୍ୟାନ୍ସର ମେଡିକାଲାରେ ଆନ୍ଦୋଳନରେ ବସିଥିବା ନର୍ସିିଂ ଅଫିସରମାନଙ୍କୁ ଭେଟି ସେମାନଙ୍କର ୧୦ ଦଫା ଦାବି ବିଷୟରେ ଆଲୋଚନା କରିଥିଲେ । ନର୍ସିିଂ ଅଫିସରମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଏସସିବି, ଶିଶୁଭବନ, ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନ ସମେତ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପ୍ରଭାବିତ ହୋଇଛି । ରୋଗୀମାନଙ୍କୁ ମେଡିକାଲରୁ ଫେରାଇ ଦିଆଯାଉଛି । ଯାହା ଫଳରେ ସାଧାରଣ ଲୋକେ ନାହିଁ ନଥିବାର ହଇରାଣ ହେଉଛନ୍ତି । ତେଣୁ ସରକାର ତୁରନ୍ତ ଆଜି ଭିତରେ ନର୍ସିଂ ଅଫିସରମାନଙ୍କ ସହିତ ଆଲୋଚନା କରି ଏହାର ସମାଧାନ ବାଟ ବାହାର କରନ୍ତୁ । ନହେଲେ କଂଗ୍ରେସ ଦଳ ଏହି ଆନ୍ଦୋଳନକୁ ରାଜରାସ୍ତାକୁ ନେବେ ବୋଲି ପୂର୍ବତନ ବିଧାୟକ ଶ୍ରୀ ମୋକିମ କହିଛନ୍ତି । ପ୍ରତିନିଧି ଦଳରେ ଷ୍ଟିୟରିଂ କମିଟି ସଦସ୍ୟ ସସ୍ମିତା ବେହେରା, ବରିଷ୍ଠ କଂଗ୍ରେସ ନେତା ନିକୁଞ୍ଜ ପଶାୟତ, କଟକ ନଗର କଂଗ୍ରେସ ପୂର୍ବତନ ସଭାପତି ଗିରିବାଳା ବେହେରା, ପ୍ରଦେଶ କଂଗ୍ରେସ ପୂର୍ବତନ ମୁଖପାତ୍ର ସୋନାଲି ସାହୁ, ଡଃ ମନୀଷା ଦାସ ପଟ୍ଟନାୟକ ଓ ଜୟଶ୍ରୀ ପାତ୍ର, କର୍ପୋରେଟର ସନ୍ତୋଷ କୁମାର ଭୋଳ, ଜେ ଜାମେଶ୍ୱର ରାଓ, ଲିଜା ରାଉତ, ସ୍ୱର୍ଣ୍ଣପ୍ରଭା ପସାୟତ, ବଟକୃଷ୍ଣ ସାହୁ, ଶୁବାଶିଷ ପଟ୍ଟନାୟକ ଓ ଜନାର୍ଦ୍ଦନ ପରିଡ଼ା, ବରିଷ୍ଠ କଂଗ୍ରେସ ନେତା ଶୈଳବାଳା ଜେନା, ସୂର୍ଯ୍ୟକାନ୍ତ ରାଉତ, ଶରତ ଚନ୍ଦ୍ର ସେଠୀ, କେଦାର ପୃଷ୍ଟି, ଚନ୍ଦନ ଦାସ, ଅମ୍ରିତା ଦାସ, ଆର୍ଯ୍ୟବୀର ଲେଙ୍କା, ବିକି ଚକ୍ରବର୍ତୀ, ସନ୍ତୋଷ ପରିଡ଼ା, ସ୍ମୃତି ରଞ୍ଜନ ରାଉତ, ସୁରଜିତ ସାହୁ, ଦିଲ୍ଲୀପ ମହାନ୍ତି, ଗାୟତ୍ରୀ ମଲ୍ଲ, ପ୍ରତାପ ପରିଡ଼ା, ଦିଲ୍ଲୀପ କୁମାର ମହାନ୍ତି, ରବୀନ୍ଦ୍ର ସାହୁ, ସେକ ଗୁଲାମ ମୋଇଉଦ୍ଦୀନ, ଦେବେନ୍ଦ୍ର ପ୍ରସାଦ ଶେଠୀ, ସୋନୁ ସ୍ୱାଇଁ, ଦିଲ୍ଲୀପ ନାୟକ, ସେକ ବାବାଯାନୀ, ରୂପକ ପାତ୍ର, ରାକେଶ ଦାସ, ଅନିତା ନାୟକ, ନେତ୍ରମଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required