Search for:

ସ୍ୱଚ୍ଛତା ହିଁ ସେବା।

Spread the love

Loading

 

ବିଭିନ୍ନ ଆରଟିଓ କାର୍ଯ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ
‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ରାଜ୍ୟ ପରିବହନ ପ୍ରାଧିକରଣର ସକ୍ରିୟ ଅଂଶଗ୍ରହଣ
ଭୁବନେଶ୍ୱର/କଟକ28-09-2024 ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସକ୍ରିୟତାରେ ସହ ଭାଗ ନେଇଛି ରାଜ୍ୟ ପରିବହନ ପ୍ରାଧିକରଣ । ରାଜ୍ୟର ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱର ଆରଟିଓ-1 ପରିସରରେ ଆୟୋଜିତ ସଫେଇ କାର୍ଯ୍ୟକ୍ରମରେ ପରିବହନ ଆୟୁକ୍ତ ଅମିତାଭ ଠାକୁର, ଅତିରିକ୍ତ ପରିବହନ ଆୟୁକ୍ତ ଲାଲମୋହନ ସେଠୀ, ଯୁଗ୍ମ ପରିବହନ ଆୟୁକ୍ତ ପ୍ରଦୀପ କୁମାର ମହାନ୍ତି, ବିକାଶ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ । ଆରଟିଓ କାର୍ଯ୍ୟାଳୟ ସହ ଏହାର ଆଖପାଖ ପରିସରକୁ ମଧ୍ୟ ଉପସ୍ଥିତ ଅଧିକାରୀ ଓ କାର୍ଯ୍ୟାଳୟର କର୍ମଚାରୀମାନେ ସଫା କରିଥିଲେ । ସେହିଭଳି କଟକ ଆରଟିଓ କାର୍ଯ୍ୟାଳୟ ପକ୍ଷରୁ ଯାନ ଚାଳନା ପରୀକ୍ଷା ଟ୍ରାକରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ପରିବହନ ଆୟୁକ୍ତ ଇନ୍ଦ୍ରମଣି ନାୟକ, ଏସଟିଏ ସଚିବ ଚିନ୍ମୟୀ ବିଶ୍ଵାଳ, ଉପ ପରିବହନ ଆୟୁକ୍ତ ବିରଞ୍ଚି ନାରାୟଣ ଅଧିକାରୀ ପ୍ରମୁଖ ଭାଗ ନେଇଥିଲେ । ରାଉରକେଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ଆରଟିଓ ବିଭାବଞ୍ଜନ ସାମନ୍ତସିଂହରାୟ, ଏମଭିଆଇ ମାନସ ପୃଷ୍ଟି ଉପସ୍ଥିତ ଥିଲେ । ଏହାସହ କ୍ଲିନ୍ ଏଣ୍ଡ ଗ୍ରୀନ୍ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆରଟିଓ ଅଫିସ ଓ ଆଖପାଖ ଅଞ୍ଚଳରେ ସଫେଇ କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଅନୁଷ୍ଠିତ ‘ସ୍ୱଚ୍ଛ ଭାରତ’ ମିଶନକୁ 10 ବର୍ଷ ପୂରା ହୋଇଛି । ଏହି ଅବସରରେ ଆୟୋଜିତ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାୟଳ ସକ୍ରିୟତାର ସହ ଭାଗ ନେବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ କୁହାଯାଇଛି । ଚଳିତ ବର୍ଷର ଥିମ୍ ରହିଛି ‘ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା’ । 15 ଦିନ ଧରି ବିଭିନ୍ନ ବର୍ଗରେ ଏହି କାର୍ଯ୍ୟକ୍ରମ ହେବ । ସଫେଇ ସହ ସ୍ୱଚ୍ଛତା ଶପଥପାଠ, ଚାରାରୋପଣ, ସଫେଇ ମିତ୍ରଙ୍କୁ ସରକାରୀ ଯୋଜନା ସଂପର୍କରେ ସଚେତନ କରିବା କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି ।

Leave A Comment

All fields marked with an asterisk (*) are required