Search for:
  • Home/
  • ରାଜ୍ୟ/
  • ସରକାରୀ ଡାକ୍ତରଖାନା ସମ୍ମୁଖରେ ଗଣଧାରନା।

ସରକାରୀ ଡାକ୍ତରଖାନା ସମ୍ମୁଖରେ ଗଣଧାରନା।

Spread the love

Loading

ଭୁବନେଶ୍ୱର:ଡାକ୍ତରଖାନାରୁ ପରୀକ୍ଷାଗାର ବନ୍ଦ ହେଉଥିବାରୁ
ଭି ଏସ୍ ଏସ୍ ନଗରବାସୀଙ୍କ ଗଣଧାରଣା
ଭି ଏସ୍ ଏସ୍ ନଗର ଡାକ୍ତରଖାନାରୁ ପରୀକ୍ଷାଗାର ବନ୍ଦ ନକରିବା, ଏଠାରୁ କର୍ମଚାରୀ ଛଟେଇ ନକରିବା ସହିତ ଏହି ଡାକ୍ତରଖାନାକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ନଗର ବାସୀଙ୍କ ପକ୍ଷରୁ ଆଜି ସ୍ଥାନୀୟ ଡାକ୍ତରଖାନା ସମ୍ମୁଖରେ ଗଣଧାରଣ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଭି ଏସ୍ ଏସ୍ ନଗରରେ ଥିବା ଭୁବନେଶ୍ୱରର ପ୍ରଥମ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଆଉ କୈାଣସି ପରୀକ୍ଷା ହେବ ନାହିଁ କି ଏଠାରେ ପ୍ରାଯୁକ୍ତିକ (ଲାବରେଟୋରୀ ଟେକନିସିଆନ) ଓ ସହାୟୀକା ରହିବେ ନାହିଁ । ୨୦୨୪-୨୫ ଆର୍ଥିକ ବର୍ଷର ବଜେଟରେ କମ ଅର୍ଥ ଥିବାରୁ ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ସରକାର ଲାବରେଟୋରୀ ଟେକନିସିଆନ ଓ ସହାୟୀକା ମାନଙ୍କୁ ବିଦା କରିବା ପାଇଁ ମାସିକିଆ ନୋଟିସ ଦେଇଛନ୍ତି । ଆସନ୍ତା ୨୯ ତାରିଖ ଠାରୁ ଏମାନେ କେହି ଆସିବେ ନାହିଁ ଓ ପରୀକ୍ଷାଗାରରେ ଥିବା ଯନ୍ତ୍ରପାତି ଏଠାରୁ ଉଠାଇ ନିଆଯିବ । ଭି ଏସ୍ ଏସ୍ ନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୈନିକ ଦୁଇ ଶହରୁ ଅଧିକ ରୋଗୀ ହେଉଥିବା ବେଳେ ୩୦୦ ପ୍ରକାରର ପରୀକ୍ଷା କରାଯାଉଛି । ଡାକ୍ତରଖାନାକୁ ରୋଗୀ ସଂଖ୍ୟା ବଢିବା ପରେ ବଡ କରିବା ବଦଳରେ ଛୋଟ କରାଯାଇଛି । ଏହି ଡାକ୍ତରଖାନାରେ ଅଧିକ ସଂଖ୍ୟକ ଘର ଓ ଆଉ ଜଣେ ଡାକ୍ତର ଆବଶ୍ୟକ ଥିବାବେଳେ ଏହା ନଦେଇ ଏଠାରୁ ଲାବରେଟୋରୀ ଉଠିଯିବା ଦୁର୍ଭାଗ୍ୟ ଜନକ ବୋଲି ଭି ଏସ୍ ଏସ୍ ନଗର ଉନ୍ନୟନ ପରିଷଦର ସାଧାରଣ ସମ୍ପାଦକ ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା କହିଛନ୍ତି । ଏହି ଡାକ୍ତରଖାନାକୁ ୟୁ ପି ଏଚ୍ ସି କରିବା ପାଇଁ ଏହି ଗଣଧାରଣାରେ ଦାବି ହୋଇଛି । ଆଜିର ଗଣଧାରଣାରେ ଉନ୍ନୟନ ପରିଷଦର ଉପ-ସଭାପତି ଡ. ଜୟନ୍ତ କୁମାର ପରିଡା ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ଶ୍ରୀ ଦାଶଶର୍ମା ଗଣଧାରଣା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କରପୋରେଟର ପ୍ରଭାସିନୀ ମହାନ୍ତି, ବରିଷ୍ଠ ନାଗରିକ କମିଟିର ସମ୍ପାଦକ ଭ୍ରମରବର ପ୍ରଧାନ, ଦୁର୍ଗାପୂଜା କମିଟିର ସାଧାରଣ ସମ୍ପାଦକ ପ୍ରତାପ କୁମାର ନନ୍ଦ, ଯୁବକ ସଙ୍ଘର ମଳୟ ରଥ,ଉନ୍ନୟନ ପରିଷଦର କୋଷାଧକ୍ଷ ମହେଶ୍ୱର ବିଶ୍ୱାଳ, ଡ କୁମୁଦ ମିଶ୍ର, ଧରଣୀଧର ରାଉତ, ଶିତଳ ଚନ୍ଦ୍ର ମହାନ୍ତି, ରାମଚନ୍ଦ୍ର ସାମଲ, ତ୍ରିଲୋଚନ ରଥ, ରବିନାରାୟଣ ରାୟ, ଶଶି ଭୂଷଣ ଦାସ, ବିଜୟ କୁମାର ଦେ, ବିବେକାନନ୍ଦ ମହାନ୍ତି, ଅଜୟ କୁମାର ଜେନା, ଅମ୍ବିକା ମହାନ୍ତି, ପ୍ରଶାନ୍ତ ବାରିକ, ଖଗେଶ୍ୱର ପରିଡା, ସୁନିତା ସରକାର, ଆଖଣ୍ଡଳମଣି ଯୁବକ ସଙ୍ଘର ସମ୍ପାଦକ ସଂଞ୍ଜୟ ସ୍ୱାଇଁ, ଦାମୋଦର ଶତପଥୀ ଗୈାରୀ ଶଙ୍କର ପ୍ରହରାଜ ଓ ରଞ୍ଜିତ ପୃଷ୍ଟି ଆଦି ବହୁ ବାସୀନ୍ଦା ଗଣଧାରଣାରେ ଯୋଗଦେଇଥିଲେ ।

Leave A Comment

All fields marked with an asterisk (*) are required