Search for:
  • Home/
  • ରାଜ୍ୟ/
  • ନୀଳଶୈଳ, ଭୁବନେଶ୍ୱର ଏବଂ ରୋଟାରୀ କ୍ଲବ୍, ଜଟଣୀର ମିଳିତ ସ୍ୱାସ୍ଥ୍ୟ ସଚେତନତା ଶିବିର

ନୀଳଶୈଳ, ଭୁବନେଶ୍ୱର ଏବଂ ରୋଟାରୀ କ୍ଲବ୍, ଜଟଣୀର ମିଳିତ ସ୍ୱାସ୍ଥ୍ୟ ସଚେତନତା ଶିବିର

Spread the love

Loading

ନୀଳଶୈଳ, ଭୁବନେଶ୍ୱର ଏବଂ ରୋଟାରୀ କ୍ଲବ୍, ଜଟଣୀର ମିଳିତ ସ୍ୱାସ୍ଥ୍ୟ ସଚେତନତା ଶିବିର।

ଭୁବନେଶ୍ୱର:ଆଜି ତା ୨୨.୯.୨୪ ପୂର୍ବାହ୍ନରେ ଜଟଣୀ ରୋଟାରୀ କ୍ଲବ୍ ପରିସରରେ ନୀଳଶୈଳ, ଭୁବନେଶ୍ୱର ଏବଂ ରୋଟାରୀ କ୍ଲବ୍ ର ମିଳିତ ସହଯୋଗରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜଧାନୀ ନୀଳଶୈଳର ଉପଦେଷ୍ଟା ପ୍ରାକ୍ତନ ବରିଷ୍ଠ ପ୍ରଶାସକ ଶ୍ରୀ ସହଦେବ ଜୟସିଂ, ମୁଖ୍ଯ ସଚିବ ଶ୍ରୀ ରଜନୀକାନ୍ତ ପଣ୍ଡା, କାର୍ଯ୍ଯକାରୀ ଅଧ୍ଯକ୍ଷ ଶ୍ରୀ ଲଳିତ ମୋହନ ପଟ୍ଟନାୟକ, ରୋଟାରୀ କ୍ଲବ,ଜଟଣୀର ଅଧ୍ଯକ୍ଷ ଡଃ ରାଜେଶ ତ୍ରିପାଠୀ,ବରିଷ୍ଠ ରୋଟାରୀଆନ୍ ଡଃ ପ୍ରଶାନ୍ତ କୁମାର ପଣ୍ଡା ଅତିଥି ରୁପେ ଯୋଗଦେଇ ଏହି ମହନୀୟ ଶିବିରର ଉପାଦେୟତା ଉପରେ ଆଲୋକପାତ କରିଥିଲେ। ନୀଳଶୈଳର ବରିଷ୍ଠ ସଦସ୍ଯ ଶ୍ରୀ ବ୍ରଜେନ୍ଦ୍ର ମହାନ୍ତି, ଶ୍ରୀ ତେଜେଶ୍ୱର ପଟ୍ଟନାୟକ, ଶ୍ରୀ ବ୍ରହ୍ମାନନ୍ଦ ଭଂଜ, ଶ୍ରୀ ତାରା ଆଚାର୍ଯ୍ୟ , ଶ୍ରୀ ସଂଜିବ ପତ୍ରୀ ଏବଂ ରୋଟାରୀଆନ୍ ଡଃ ଶଶୀପ୍ରଭା ସାହୁ, ସୁନୀଲ ଅଗ୍ରୱାଲ, ରସିକ ପଟେଲ, ପଦାରବିନ୍ଦ ସାହୁ, ପ୍ରସାଦ ଜଗଦ୍ଦେବ, ରାଧାମୋହନ ପଟ୍ଟନାୟକ, ପଦ୍ମନାଭ ପାଣିଗ୍ରାହୀ, କାହ୍ନୁଚରଣ ସାହୁ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଡାକ୍ତର ବ୍ରଜେନ୍ଦ୍ର ନାଥ ପାତ୍ର, ଡାକ୍ତର ସୁବ୍ରତା ପାତ୍ର ଓ ଡାକ୍ତର ସୁନୀଲ କୁମାର ରାଉତରାୟ ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ। ପ୍ରାୟ ୨୦୦ରୁ ଅଧିକ ବ୍ଯକ୍ତି ବିଶେଷ ଏହି ଶିବିରରେ ଯୋଗଦେଇଥିଲେ।

Leave A Comment

All fields marked with an asterisk (*) are required