ଜିଲ୍ଲା ସବ୍ ରେଜିଷ୍ଟ୍ରାର ଆଗରେ ପ୍ରତିବାଦ।
ଜିଲ୍ଲା ସବ୍ ରେଜିଷ୍ଟ୍ରାର ଆଗରେ ପ୍ରତିବାଦ
ଭୁବନେଶ୍ୱର,୨୧/୯- କଳ୍ପନା ନିକଟ ଭୁବନେଶ୍ୱର ଜିଲ୍ଲା ସବ୍ ରେଜିଷ୍ଟ୍ରାର ଆଗରେ ଏକ ପରିବାର ପ୍ରତିବାଦ କରିଛି। ତାଙ୍କ ପୂର୍ବପୁରୁଷ ସମ୍ପତି ହଡ଼ପ ପାଇଁ ଉଦ୍ୟମ ହେଉଥିବା ବେଳେ ଭୁବନେଶ୍ୱର ଜିଲ୍ଲା ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ପକ୍ଷରୁ ଏଥିରୁ ନିବୃତି ରହିବାକୁ ଦାବି କରି ପ୍ରତିବାଦ କରାଯାଇଛି। ନନ୍ଦନକାନନ ନିକଟ ଗ୍ରାମର ଚିନ୍ମୟ କୁମାର ମିଶ୍ର ଓ ତାଙ୍କ ଭଉଣି ଶୁଭଲକ୍ଷ୍ମୀ ଷଡଙ୍ଗୀ ଅଭିଯୋଗ କରିଛନ୍ତି ଯେ, ତାଙ୍କର ପିତା ମୁରଲୀଧର ମିଶ୍ର ଯାହାଙ୍କର ବୟସ ୮୧ ବର୍ଷ ଓ ତାଙ୍କର ମୁଣ୍ଡ ଠିକ୍ କାମ କରୁନାହିଁ କିମ୍ବା ସେ କୌଣସି କଥା ମନେରଖ୍ ପାରୁନାହାନ୍ତି । ସେଥିପାଇଁ ଗତ ଦୁଇବର୍ଷ ଧରି ଓୌଷଧ ଖାଉଛନ୍ତି। ଭାଇ ଭୁଣୀ ଘରେ ନଥିବା ସୁଯୋଗ ନେଇ କିଛି ବ୍ୟକ୍ତି ତାଙ୍କ ପୂର୍ବ ପୁରୁଷରୁ ଥିବା ସମ୍ପତ୍ତିକୁ ଚଞ୍ଚକତା କରି ନେବାକୁ ଉଦ୍ୟମ କରିଛନ୍ତି। ଏନେଇ ଭୁବନେଶ୍ୱର ଜିଲ୍ଲା ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଦଲିଲ ପାଶ୍ କରାଯାଇଛି। ଖଇରାପଡା ମୌଜା ଅଧିନ ଖାତା ନଂ୯ ଘର, ପ୍ଲଟ ନଂ୬୬, ୧୦୨, ୧୦୩, ୨୬୦, ୨୬୨, ୫୦୬, ୫୦୭, ୫୩୬, ୫୭୧, ୬୯୭, ଓ ୨୦୩ ପ୍ଲଟ ଓ ଘରଡିହକୁ ନେଇଯିବା ପାଇଁ ଭୁବନେଶ୍ଵର ଜିଲ୍ଲା ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ରେଜିଷ୍ଟ୍ରୀ ଦଲିଲ୍ ଆଇ.ଡି. ନଂ୧୦୮୨୪୦୯୪୩୪ ଦଲିଲ ସମ୍ପାଦନ କରାଯାଇଛି। ସେମାନେ ପ୍ରାପ୍ତବୟସ୍କ ଉତ୍ତରାଧିକାରୀ ହୋଇଥିବା ସତ୍ତ୍ବେ ତାଙ୍କ ଅନୁମତି ନିଆନଯାଇ ଦଲିଲ ପ୍ରସ୍ତୁତ କରାଯାଇଛି । ସମ୍ପାଦିତ ଦଲିଲକୁ ରଦ୍ଦ କରିବାକୁ ଦାବି କରାଯାଇଛି।