Search for:
  • Home/
  • ବିଜେପି/
  • ସୁଭଦ୍ରା ଜିନ୍ଦାବାଦ! ଟେରା କରିଦେଲା ସୁଭଦ୍ରା ପ୍ରଚାର

ସୁଭଦ୍ରା ଜିନ୍ଦାବାଦ! ଟେରା କରିଦେଲା ସୁଭଦ୍ରା ପ୍ରଚାର

Spread the love

Loading

ସୁଭଦ୍ରା ଜିନ୍ଦାବାଦ! ଟେରା କରିଦେଲା ସୁଭଦ୍ରା ପ୍ରଚାର

ଭୁବନେଶ୍ୱର:ଓଡ଼ିଶାରେ ସୁଭଦ୍ରା ଯୋଜନାକୁ ନେଇ ଅଦ୍ଭୂତପୂର୍ବ ପ୍ରଚାର । ପ୍ରଚାର ଓ ପ୍ରସାରରେ ପାଣି ପରି ଟଙ୍କା ଖର୍ଚ୍ଚ ଚାଲିଛି । ସୁଭଦ୍ରା ଟଙ୍କା ପାଇଥିବା ମହିଳା ଓ ସେମାନଙ୍କ ପରିବାରରେ ଖୁସିର ମାହୋଲ । ଏହି ଯୋଜନା ଓଡ଼ିଶାର ମହିଳାମାନଙ୍କ ଶକ୍ତି ଓ ସାମର୍ଥ ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ରଖିଥିଲା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଯୋଜନାକୁ ଏକ ପ୍ରଗତିଶୀଳ ତଥା ବୈପ୍ଲବିକ ଯୋଜନା ଭାବେ ଅଭିହିତ କରିଛନ୍ତି ।ଆଜି ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସରକାର କ୍ଷମତାକୁ ଆସିବା ପୂର୍ବରୁ ମା’ ମାନଙ୍କ ପାଇଁ ସୁଭଦ୍ରା ଯୋଜନାର ପ୍ରତିଶ୍ରୁତି ଦେଇଥିଲୁ । ତାକୁ ୧୦୦ ଦିନ ମଧ୍ୟରେ ପୂରଣ କରିଛୁ । ଓଡ଼ିଶାରେ ସୁଭଦ୍ରା ଯୋଜନାକୁ ନେଇ ଅଦ୍ଭୂତପୂର୍ବ ପ୍ରଚାର । ପ୍ରଚାର ଓ ପ୍ରସାରରେ ପାଣି ପରି ଟଙ୍କା ଖର୍ଚ୍ଚ ଚାଲିଛି । ସୁଭଦ୍ରା ଟଙ୍କା ପାଇଥିବା ମହିଳା ଓ ସେମାନଙ୍କ ପରିବାରରେ ଖୁସିର ମାହୋଲ । ଏହି ଯୋଜନା ଓଡ଼ିଶାର ମହିଳାମାନଙ୍କ ଶକ୍ତି ଓ ସାମର୍ଥ ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ରଖିଥିଲା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଯୋଜନାକୁ ଏକ ପ୍ରଗତିଶୀଳ ତଥା ବୈପ୍ଲବିକ ଯୋଜନା ଭାବେ ଅଭିହିତ କରିଛନ୍ତି ।
ଆଜି ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସରକାର କ୍ଷମତାକୁ ଆସିବା ପୂର୍ବରୁ ମା’ ମାନଙ୍କ ପାଇଁ ସୁଭଦ୍ରା ଯୋଜନାର ପ୍ରତିଶ୍ରୁତି ଦେଇଥିଲୁ । ତାକୁ ୧୦୦ ଦିନ ମଧ୍ୟରେ ପୂରଣ କରିଛୁ ।ସୁଭଦ୍ରା ଯୋଜନାକୁ ଆଉ ଟିକେ ବ୍ୟାଖ୍ୟା କରିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ସୁଭଦ୍ରା ଯୋଜନା ସେହି ସବୁ ମା’ ମାନଙ୍କୁ ସାହାଯ୍ୟ କରିବ, ଯେଉଁମାନଙ୍କ ପାଖରେ ଉଦ୍ୟମ ପାଇଁ ଆଗ୍ରହ ଅଛି, କିନ୍ତୁ ସେମାନଙ୍କ ହାତରେ ପୁଞ୍ଜି ନାହିଁ । ମା’ ମାନେ କିଛି ରୋଜଗାର କରିବା ପାଇଁ ଇଚ୍ଛା ତ ରଖନ୍ତି, କିନ୍ତୁ କିଭଳି ଆରମ୍ଭ କରିବେ ଜାଣିପାରୁ ନ ଥିଲେ । ସୁଭଦ୍ରା ଯୋଜନା ଏଭଳି ମା’ ମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣରେ ସାହାଯ୍ୟ କରିବ । ସୁଭଦ୍ରା ଅର୍ଥକୁ ସେମାନେ କ୍ଷୁଦ୍ର ବ୍ୟବସାୟ, ଘରୋଇ ଉଦ୍ୟୋଗ ତଥା ପିଲାଙ୍କ ଶିକ୍ଷା ପାଇଁ ବିନିଯୋଗ କରିପାରିବେ ।ତେବେ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି କ’ଣ ଥିଲା ତାହା ବିଜେଡି ଓ କଂଗ୍ରେସ ବାରମ୍ବାର ମନେ ପକାଇ ସାରିଛନ୍ତି । ହୁଏତ ବିଜେପି ସରକାରଙ୍କ ବ୍ୟାପକ ପ୍ରଚାର ଭିତରେ ତାହା ଲୋକଙ୍କ ସ୍ମୃତିଶକ୍ତିକୁ ସତେଜ କରିପାରିନାହିଁ । କଥା ହେଉଛି, ନିର୍ବାଚନ ବେଳେ ରାଜ୍ୟ ବିଜେପି ପକ୍ଷରୁ ମୋଦୀ ଗ୍ୟାରେଣ୍ଟିରେ ୨୧ଟି ସଂକଳ୍ପ ରଖାଯାଇଥିଲା । ସେଥିରେ ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ଦୁଇବର୍ଷରେ ୫୦ ହଜାର ଟଙ୍କାର ନଗଦ ଭାଉଚର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ବାସ୍ତବତା ଭିନ୍ନ ହୋଇଛି ।
ବାସ୍ତବତା ହେଉଛି, ସେମାନେ କହିଥିଲେ ଦୁଇବର୍ଷରେ ଦେବେ ୫୦ ହଜାର ଟଙ୍କା । ମାତ୍ର ଦେବେ ପାଞ୍ଚ ବର୍ଷରେ ୫୦ ହଜାର ଟଙ୍କା । ଅର୍ଥାତ ବର୍ଷକୁ ଦେବେ ୧୦ ହଜାର ଟଙ୍କା । ମାସକୁ ପଡ଼ିଲା ୮୩୩ ଟଙ୍କା । ଦିନକୁ ପଡ଼ିଲା ୨୭ ଟଙ୍କା । ସୁତରାଂ ସୁଭଦ୍ରା ଯୋଜନାରେ ଦୈନିକ ୨୭ ଟଙ୍କା ଦେଇ ମହିଳାଙ୍କୁ ସଶକ୍ତ କରିବାର ଯୋଜନା ରଖିଛନ୍ତି ରାଜ୍ୟର ବିଜେପି ସରକାର ।
ପୁଣି କେତେ ମହିଳା ସୁଭଦ୍ରା ଟଙ୍କା ପାଇବେ ତାହାର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । ସରକାର କହିଛନ୍ତି, ୧ କୋଟିରୁ ଅଧିକ ମହିଳା ଏହି ଯୋଜନାର ଲାଭ ନେବେ । ମାତ୍ର ଯୋଗ୍ୟତାର ଯେଉଁ ମାନଦଣ୍ଡ ରଖାଯାଇଛି ସେଥିରେ ୧ କୋଟି ମହିଳା ଯୋଗ୍ୟ ହେବେ ବୋଲି ବିଶ୍ୱାସ କରିହେଉନି । ପରିସଂଖାନ କହୁଛି, ରାଜ୍ୟରେ ୨୧ରୁ ୬୦ ବର୍ଷ ବୟସର ମହିଳାଙ୍କ ସଂଖ୍ୟା ହେଉଛି ୧ କୋଟି ୧୫ ଲକ୍ଷ । କିନ୍ତୁ ସୁଭଦ୍ରା ଟଙ୍କା ପାଇବାର ଯୋଗ୍ୟତା ମାନଦଣ୍ଡରେ ବିଚାର କଲେ ଏହାର ଅଧା ମହିଳା ହିଁ ହିତାଧିକାରୀ ହୋଇପାରିବେ । ମାତ୍ର ସରକାରଙ୍କ ଆକଳନରେ କୋଟିଏରୁ ଅଧିକ ମହିଳା କେମିତି ଉପକୃତ ହେବେ ତାହା ବୁଝାପଡୁନାହିଁ ।
ଅନ୍ୟପକ୍ଷରେ ଦିନକୁ ୨୭ ଟଙ୍କାରେ ମହିଳାମାନେ କିଭଳି ନିଜର ଶକ୍ତି ଓ ସାମର୍ଥ ବଢ଼ାଇବେ, କ୍ଷୁଦ୍ର ବ୍ୟବସାୟ କରି ସ୍ୱପ୍ନ ପୂରଣ କରିବେ ତାହା ବୁଝିହେଉନାହିଁ । ଦିନକୁ ୨୭ ଟଙ୍କା ଦେଇ ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷପତି ଦିଦି ସୃଷ୍ଟି କରିବାରେ ବିଜେପିର ସଂକଳ୍ପ ଏହାଦ୍ୱାରା କିଭଳି ସାଧିତ ହେବ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସୁୁଭଦ୍ରା ଯୋଜନାକୁ ବିଜେପି ସରକାରଙ୍କର ଆଉ ଏକ ଜୁମଲା କହି ବିଜେଡି ଓ କଂଗ୍ରେସ ସମାଲୋଚନା କରି ଆସୁଥିଲା ବେଳେ ଆଜି ବିଜେଡି ପକ୍ଷରୁ ପୁଣି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉଠାଯାଇଥିଲା । ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ସୁଭଦ୍ରା ଯୋଜନାରେ ୫୦ ହଜାର କହି ୫ ହଜାର ଦେବା ରାଜ୍ୟର ମହିଳାଙ୍କୁ ପ୍ରତାରଣା ଛଡ଼ା କିଛି ନୁହେଁ । ଯୋଗ୍ୟତାର ମାନଦଣ୍ଡରେ ଏହି ଯୋଜନାରୁ ଅନେକ ମହିଳା ବଞ୍ଚିତ ହେବେ ବୋଲି ଶ୍ରୀମତୀ ଛୁରିଆ କହିଛନ୍ତି । ସରକାରଙ୍କ ପକ୍ଷରୁ ଏହା ଉପରେ ସେ ସ୍ପଷ୍ଟୀକରଣ ମାଗିବା ସହ ମହିଳାମାନଙ୍କ ପ୍ରତି ଅନ୍ୟାୟ ହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।ତେବେ ଯାହା ବି ହେଉ, ସୁଭଦ୍ରା ଯୋଜନାକୁ ବ୍ୟାପକ ପ୍ରଚାର କରି ଲୋକଙ୍କ ମନରେ ଉନ୍ମାଦନା ସୃଷ୍ଟି କରିବାରେ ବିଜେପି ସରକାର ସଫଳ ହୋଇଛି । ନିର୍ବାଚନ ବେଳେ ସେମାନେ କ’ଣ ପ୍ରତିଶ୍ରୁତି ଦେଇଥିଲେ ତାହା ଲୋକଙ୍କ ପାଖରେ ପହଞ୍ଚାଇବାରେ ବିରୋଧୀ ଦଳ ବିଫଳ ହୋଇଛନ୍ତି ବୋଲି କୁହାଯିବ ।ପୂର୍ବରୁ ବିଜେଡି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ଆଖିଦୃଶିଆ ପ୍ରଚାର ଓ ପ୍ରସାରକୁ ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ଏହି ଦୌଡ଼ରେ ନୂଆ ବିଜେପି ସରକାର ବିଜେଡିକୁ ଆରମ୍ଭରୁ ପଛରେ ପକାଇ ଦେଲାଣି । ରାଜକୋଷରୁ ବ୍ୟାପକ ଖର୍ଚ୍ଚରେ ସୁଭଦ୍ରା ଯୋଜନାର ପ୍ରଚାର ସମସ୍ତଙ୍କୁ ଟେରା କରିଦେଇଛି ।

Leave A Comment

All fields marked with an asterisk (*) are required