ବଢିଲା ମାଗଣା ଆଧାର ଅପଡେଟ୍।
ବଢିଲା ମାଗଣା ଆଧାର ଅପଡେଟ୍ ସମୟସୀମା, ଏବେ ଡିସେମ୍ବର ୧୪ ଯାଏଁ କରିପାରିବେ…
ଭୁବନେଶ୍ୱର: ନୂଆଦିଲ୍ଲୀ: ମାଗଣା ଆଧାର କାର୍ଡ ଅପଡେଟ୍ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର। କାରଣ ଏବେ ବଢିଛି ମାଗଣା ଆଧାର ଅପଡେଟ୍ ସମୟସୀମା। ପୂର୍ବରୁ ଆଧାର କାର୍ଡ ଅପଡେଟ୍ କରିବାର ଶେଷ ଅବଧ୍ଖ ୧୪ ସେପ୍ଟେମ୍ବର ସ୍ଥିର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି। ୟୁଆଇଡିଏଆଇ ଆଧାରର ମାଗଣା ଅପଡେଟ୍ ଶେଷ ତାରିଖ ବଦଳାଇ ଦେଇଛି। ଆଧାରର ମାଗଣା ଅପଡେଟ୍ ସମୟସୀମା ୧୪ ସେପ୍ଟେମ୍ବରରୁ ୧୪ ଡିସେମ୍ବର ୨୦୨୪କୁ ବୃଦ୍ଧି କରାଯାଇଛି ।ଏହି ସମୟସୀମା ବଢ଼ିବା ପରେ ଲୋକେ ଆଧାରରୁ ନାମ, ଠିକଣା କିମ୍ବା ଜନ୍ମ ତାରିଖ ପରି ସୂଚନା ଅପଡେଟ୍ କରିବାକୁ ପୁଣି ୩ ମାସ ସମୟ ପାଇଛନ୍ତି। ଏହି ପରେ ଆଧାର ଅପଡେଟ୍ କରିବାକୁ ଫି ଦେବାକୁ ପଡିବ। ମାଇଁ ଆଧାର ଆପ୍ ଫୋନରେ ଡାଉନଲୋଡ୍ କରି ଏବଂ ଏହା ମାଧ୍ୟମରେ ଆଧାରରେ ନାମ, ଠିକଣା କିମ୍ବା ଜନ୍ମ ତାରିଖ ମାଗଣାରେ ଅପଡେଟ୍ ମଧ୍ୟ କରାଯାଇପାରିବ। ଏଥିରେ ଲଗ୍ଇନ୍ କରି ଆବଶ୍ୟକ ତଥ୍ୟ ପ୍ରଦାନ କଲେ ଆଧାରରେ ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। ପରେ ଓଟିପି ପ୍ରଦାନ କରି ଏହାକୁ ଅପଡେଟ୍ କରାଯାଇପାରିବ ।