ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ ତମ ଜୟନ୍ତୀ ପାଳିତ l
ଭୁଦାନ ଆନ୍ଦୋଳନ ଆତ୍ମନିର୍ଭର ଭାରତ ଗଠନର ମୂଳଦୁଆ ଥିଲା :ରାମଦାସ ଆଠୱାଲେ
ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ ତମ ଜୟନ୍ତୀ ପାଳିତ l
ଭୁବନେଶ୍ୱର:ତା 11ରିଖ ଭୁବନେଶ୍ୱର l ଆଜି ଜୟଦେବ ଭବନ ଠାରେ ଭାରତ ରତ୍ନ ଆଚାର୍ଯ୍ୟ ବିନୋବା ଭାବେଙ୍କ ୧୩୦ତମ ଜୟନ୍ତୀ ପାଳିତ ହୋଇଯାଇଛି l ଏଥି ସହିତ” ଆତ୍ମନିର୍ଭର ଭାରତରୁ ବିକଶିତ ଭାରତ :ଭୁଦାନ ଆନ୍ଦୋଳନ ର ଅବଦାନ” ବିଷୟ ସମ୍ପର୍କିତ ଜାତୀୟ ସ୍ତରର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଭାରତ ବର୍ଷ କୁ ଆଚାର୍ଯ୍ୟ ବିନୋବା ଭାବେଙ୍କ ଅବଦାନ ସମ୍ପର୍କରେ ୧୩୦ ତମ ଜୟନ୍ତୀ ସମାରୋହରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା l l ବିନୋବା ସେବା ପ୍ରତିଷ୍ଠାନ ର ସାଧାରଣ ସମ୍ପାଦକ ଶ୍ରୀ ମନୋଜ ଜେନାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମାନ୍ୟବର କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମଦାସ ଅଠୱାଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିନୋବା ଭାବେଙ୍କ ସ୍ମୃତି ଚlରଣ କରି କହିଲେ ସମାଜର ସମସ୍ତ ଜନସାଧାରଣ ଆତ୍ମନିର୍ଭାର ହେଲେ ହିଁ ସାମଗ୍ରିକ ବିକାଶ ହୋଇ ପାରିବ l ବିଶେଷ କରି ଦଳିତ ଶ୍ରେଣୀର ଲୋକଙ୍କ ବିକାଶ ହେଲେ ଯାଇ ସମlନ୍ତରାଳ ଭାବେ ବିକାଶ ହେବ l ମଣିଷ ବଞ୍ଚିବାକୁ ନିଜସ୍ୱ ଜମି ନିହାତି ଦରକାର l ବିନୋବା ଜି ଭୁଦାନ ଆନ୍ଦୋଳନ ମାଧ୍ୟମରେ ଭୂମିହୀନଙ୍କୁ ଭୂମି ଯୋଗାଇ ଆତ୍ମନିର୍ଭର ଭାରତର ମୂଳଦୁଆ ପକାଇଥିଲେ ବୋଲି କହିଥିଲେ l , ସମ୍ମାନିତ ଅତିଥି ରୂପେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜକିଶୋର ତ୍ରିପାଠୀ ଯୋଗ ଦେଇ ଆମେ କେବଳ ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ କିଛିକାଂଶରେ ଆତ୍ମନିର୍ଭର ହୋଇଛେ l ଯଦି ବଜେଟର 70 % ରୁ ଉର୍ଦ୍ଧ ଋଣ ରେ ଆସୁଛି ତେବେ ଦେଶ ଆତ୍ମନିର୍ଭର ହେବାକୁ କେତେ ଶହ ବର୍ଷ ଲାଗିବ ବୋଲି ପ୍ରଶ୍ନ କରିଥିଲେ l ନୂଆଦିଲ୍ଲୀ ର ଜାତୀୟ ହରିଜନ ସେବକ ସଙ୍ଘର ସଭାପତି ଶ୍ରୀ ଶଙ୍କର ସନ୍ୟାଲ କହିଲେ କି ଗାନ୍ଧୀଙ୍କ ପରମ ଶିଷ୍ୟ ବା ଦ୍ଵିତୀୟ ଗାନ୍ଧୀ ବିନୋଭା ଭାବେ ଯେଉଁ ସେବା ଗ୍ରାମ ପ୍ରତିଷ୍ଠା କରିଛନ୍ତି ତାକୁ ଯାଇ ପରିଦର୍ଶନ କଲେ ଓ ସେଠିକାର ନୀତି ନିୟମ କୁ ଜୀବନରେ କାର୍ଯ୍ୟକାରୀ କଲେ ନିଜେ ଆତ୍ମାନିର୍ଭର ହେବା ସହିତ ସମାଜକୁ ତାର ବାର୍ତ୍ତା ଦେଇପାରିବ l ଲୋକ ସେବକ ମଣ୍ଡଳର ଉପାଧକ୍ଷ ଶ୍ରୀ ଦୀପକ ମାଲବ୍ୟ ପ୍ରତ୍ୟେକ ମଣିଷ ସମାଜରୁ ସବୁକିଛି ପାଉଛି ତେଣୁ ଜୀବନରେ ସମାଜକୁ କିଛି ଅବଦାନ ଦେବା ଉଚିତ l ଅନ୍ତତଃ ସାଧାରଣ ଜନ୍ମଦିନ ପାଳନ ସମୟରେ ଅତି କମ ରେ ଦୁଇଜଣଙ୍କୁ ଖାଦ୍ୟ କିମ୍ବା ଉପହାର ଦେଇ ତାଙ୍କ ମୁହଁରେ କିଛି ସମୟ ପାଇଁ ଖୁସି ଆଣି ପାରିଲେ ଗାନ୍ଧୀ, ବିନୋଭା ଓ ଗୋପବନ୍ଧୁଙ୍କ ଆଦର୍ଶ ବଂଚିବା ସହିତ ଆତ୍ମାନିର୍ଭରର ବାର୍ତ୍ତାର କାର୍ଯ୍ୟକାରୀ ହେବ ବୋଲି କହିଥିଲେ l ଶେଖ ଅବଦୁଲ ୱାଲୀ ମଞ୍ଚରେ ଉପସ୍ଥିତ ଥିଲେ l ମହିଳା ଅଧିକାର ଅଭିଯାନ ଅଧକ୍ଷା ଡ଼ଃ ରୀନା ରାଉତରାୟ ସଭା ସଞ୍ଚlଳନ କରିଥିଲେ l ଆମ୍ବେଦକର ଇଣ୍ଟେରନେସାନଲ ର ସଭାପତି କାଳିଚରଣ ସିଂହ ଧନ୍ୟବାଦ ଦେଇଥିଲେ l ପ୍ରସନ୍ନ ବିଷୋୟୀ, ବିଷ୍ନୁପ୍ରିୟା ମିଶ୍ର, ବୃନ୍ଦାବନ ମିଶ୍ର, ରାଜକିରଣ ପାଣିଗ୍ରାହୀ ଆଦି ଙ୍କୁ ସର୍ବୋଦୟ ସେବା ସମ୍ମାନ ପ୍ରଦାନ କରାଯାଇଥିଲା l କଳାକାର ମାନଙ୍କ ଦ୍ୱାରା ଦେଶାତ୍ମବୋଧକ ରଙ୍ଗlରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା