ବିଜେବି ନଗର “ଫାଷ୍ଟ୍ କ୍ରାଇ” – “ଇଣ୍ଟେଲି ଟଟ୍ସ୍”ର ଶୁଭାରମ୍ଭ
ବିଜେବି ନଗର “ଫାଷ୍ଟ୍ କ୍ରାଇ” – “ଇଣ୍ଟେଲି ଟଟ୍ସ୍”ର ଶୁଭାରମ୍ଭ
ଭୁବନେଶ୍ୱର – ୦୮-୦୯-୨୦୨୪:ଛୋଟ ଛୋଟ ପିଲାମାନଙ୍କ ପରିଧାନ, ସ୍ଵାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ସୁପରିଚିତ “ଫାଷ୍ଟ୍ କ୍ରାଇ”ର pre-school & day-care “ଇଣ୍ଟେଲି ଟଟ୍ସ୍”, BJB Nagar centreର ଶୁଭଉଦ୍ଘାଟନ ଶ୍ରୀଗଣେଶ ପୂଜା ଦିନ ହୋଇଥିଲା।ଏହାର ମୁଖ୍ୟ ଉଦ୍ଦେଶ୍ୟ, ଖେଳ ମାଧ୍ୟମରେ, ସୁନ୍ଦର ଭାବରେ କୋମଳ ଶିଶୁଟିର ପୂର୍ଣ୍ଣାଙ୍ଗ ବିକାଶ ସହିତ ଭଲ ମଣିଷଟିଏ ଗଢ଼ି ତୋଳିବା। ଆଧୁନିକ ଖେଳନା ଓ ଉପକରଣ, ଅତ୍ୟାଧୁନିକ ପଦ୍ଧତିରେ ଶିକ୍ଷା ସହିତ ଆମ ପରମ୍ପରାର ଉତ୍ତମ ଜୀବନଧାରାକୁ ଶିଶୁ ମନରେ ଆଣିବାର ଏକାନ୍ତ ଲକ୍ଷ୍ୟ।
କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମ୍ମାନିତା, ଓଡ଼ିଶୀ ସଙ୍ଗୀତ ଗାୟିକା ଡକ୍ଟର ସଂଗୀତା ଗୋସାଇଁଙ୍କ କରକମଳରେ ବିଦ୍ୟାଳୟର ଶୁଭଉଦ୍ଘାଟନ ସମ୍ପନ୍ନ ହୋଇଥିଲା। ଏହି ଉତ୍ସବରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବିଦ୍ୟାଳୟର ବ୍ୟବସ୍ଥାକୁ ଭୂୟସୀ ପ୍ରଶଂସା କରିଥିଲେ।
ସଂସ୍ଥାର ମୁଖ୍ୟ ଉଦ୍ୟୋକ୍ତା ଶ୍ରୀ ଅଭିଳାଷ ମହାପାତ୍ର, ସହଯୋଗୀ ଗୀତା ମହାପାତ୍ର ଏବଂ ଶ୍ରୀମତୀ ରତ୍ନପ୍ରିୟା ନନ୍ଦଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା। ଶ୍ରୀମତୀ ସମ୍ପଦା ଗୁପ୍ତାମହାପାତ୍ର ସ୍ବାଗତ ସମ୍ଭାଷଣରେ ପରିବାରର ସଦସ୍ୟ ଯଥା ଅନିନ୍ଦିତା ମହାପାତ୍ର, ନମ୍ରତା ରଥଙ୍କ ଅକ୍ଲାନ୍ତ ପରିଶ୍ରମକୁ ପ୍ରଶଂସା କରି, ଅନ୍ୟାନ୍ୟ ପରିଚାଳନାର ଭାର ବହନ କରିଥିଲେ। ଶ୍ରୀ ଅଶ୍ଵିନୀ ମହାପାତ୍ର ବର୍ତ୍ତମାନ୍ ସମୟରେ ଏପରି ବିଦ୍ୟାଳୟର ଗୁରୁଦାୟିତ୍ବ ସମ୍ପର୍କରେ ସୂଚନା ଦେଇଥିଲେ।
ଶେଷରେ ବିଦ୍ୟାଳୟର ମୁଖ୍ୟ ପରିଚାଳିକା ଶ୍ରୀମତୀ ସ୍ଵାତୀ କାନୁନଗୋ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।