Search for:
  • Home/
  • ରାଜ୍ୟ/
  • ଗଜଲ ଗାୟନରୁ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଘାଟିତ

ଗଜଲ ଗାୟନରୁ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଘାଟିତ

Spread the love

Loading

ଗଜଲ ଗାୟନରୁ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଘାଟିତ

ଭୁବନେଶ୍ୱର – ତା ୦୫.୦୯.୨୦୨୪ : ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଏବଂ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ୨୦୨୪ ଏକ ଭବ୍ୟ ସମାରୋହରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଘାଟିତ ହୋଇଯାଇଅଛି । ନୃତ୍ୟ ସଙ୍ଗୀତରେ ଆମର ଶାସ୍ତ୍ରୀୟ ପରମ୍ପରାର ସଚେତନତା ସୃଷ୍ଟି କରିବା ଓ ତାହାକୁ ବଜାୟ ରଖିବାର ଲକ୍ଷ୍ୟ ନେଇ ଏହି ଉତ୍ସବ ଆୟୋଜନ କରାଯାଉଅଛି । ସୃଜନ ଦେଶର ଏକ ପ୍ରମୁଖ ସାଂସ୍କୃତିକ ଅନୁଷ୍ଠାନ ଭାବରେ, ସୃଜନଶୀଳ ଶକ୍ତି ଏବଂ କଳାତ୍ମକ ପ୍ରୟାସକୁ ବଜାୟ ରଖିବାରେ ଏହାର ଭୂମିକାକୁ ସ୍ୱୀକୃତି ପ୍ରଦାନ କରୁଥିବାବେଳେ ଜନସାଧାରଣ ତଥା କଳା ଭ୍ରାତୃଭାବରେ ଏହାର ସାମାଜିକ ଦାୟିତ୍ୱ ସଦା ସର୍ବଦା ପୂରଣ କରିଆସୁଅଛି । ଚଳିତ ବର୍ଷ ଏହି ସମ୍ମାନ ଉତ୍ସବ ସାତ ଦିନ ଧରି ଅନୁଷ୍ଟିତ ହେବ । ପ୍ରତ୍ୟେକ ସନ୍ଧ୍ୟାର ପ୍ରଦର୍ଶନ ଶାସ୍ତ୍ରୀୟ ନୃତ୍ୟକୁ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବାର ଉଦ୍ଦେଶ୍ୟ ରଖାଯାଇଛି । ଛଅଦିନ ଧରି ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ ହେବ ଓ ଅନ୍ତିମ ଦିନରେ ସମ୍ମାନ ପ୍ରଦାନ ସମାରୋହ ସହିତ ଗୁରୁ ରତିକାନ୍ତ ମହାପାତ୍ରଙ୍କ ପ୍ରଖ୍ୟାତ ଅନୁଷ୍ଠାନ ସୃଜନର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଶିତ ହେବ ।

ଉତ୍ସବର ଉଦ୍‍ଘାଟନୀ ସନ୍ଧ୍ୟାରେ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯଥା ମାନ୍ୟବର ମନ୍ତ୍ରୀ ଅର୍ଥ, ବାଣିଜ୍ୟ ଓ ପରିବହନ ଶ୍ରୀଯୁକ୍ତ ସୁରେଶ ପୂଜାରୀ; ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡଃ) ତେଜ ପ୍ରତାପ; ପୂର୍ବତନ ରାଜସ୍ୱ ପରିଷଦର ଅଧ୍ୟକ୍ଷ ତଥା ଭାରତୀୟ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ; ଏମ୍‍.ଜି.ଏମ୍‍ ଖଣିଜ ପଦାର୍ଥର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପଙ୍କଜ ଲୋଚନ ମହାନ୍ତି ଏବଂ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କଳା, ଯୋଗାଯୋଗ ଓ ଇଣ୍ଡିଜ ଷ୍ଟଡିଜ୍ ଅଧ୍ୟାପକ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ହେବା ସହିତ ସୃଜନମୂଳକ ବକ୍ତବ୍ୟ ରଖି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଉଦ୍‍ଘାଟନୀ ସନ୍ଧ୍ୟାର ପ୍ରସ୍ତୁତିରେ ଥିଲା ଗଜଲ ଗାୟନ । ଶ୍ରୀ ଚନ୍ଦନ ଦାସଙ୍କ ହୃଦୟସ୍ପର୍ଶୀ ଗଜଲ ପରିବେଷଣ ତାଙ୍କ ନିଜ ସହର ମୁର୍ଶିଦାବାଦର ସ୍ୱାକ୍ଷରୀ ଆଭା ସହିତ ତାଙ୍କର ସ୍ୱତନ୍ତ୍ର ଗାୟନରେ ପରିପୂର୍ଣ୍ଣ ହୋଇଥିଲା । ବେଗମ ଅଖତର ସମ୍ମାନ ବିଜେତା କିମ୍ବଦନ୍ତି ମେହଦୀ ହାସନଙ୍କ ଅନନ୍ୟ ଶୃଙ୍ଖଳାର ଗଭୀର ପ୍ରଭାବ ତାଙ୍କ ଗଜଲ ଗାୟନ ଶୈଳୀରୁ ବେଶ୍ ବାରିହେଉଥିଲା । ଭାରତର ସମୃଦ୍ଧ ଗଜଲ ପରମ୍ପରାକୁ ପ୍ରୋତ୍ସାହନ ଏବଂ ସଂରକ୍ଷଣ କରିବା ଲକ୍ଷ୍ୟରେ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ୨୦୨୪ର ଉଦ୍‌ଘାଟନୀ ସନ୍ଧ୍ୟାରେ ତାଙ୍କର ଗଜଲ ପରିବେଷଣ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଥିଲା । ତାଙ୍କୁ ତବଲାରେ ଶ୍ରୀ ଅରସଦ୍ ଖାଁ, ବଂଶୀରେ ଶ୍ରୀ ଅଭିରାମ ନନ୍ଦ, କିବୋର୍ଡ଼ରେ ଶ୍ରୀ ଆରିଫ ଲତିଫ ଏବଂ ଗିଟାରରେ ଶ୍ରୀ ଭବତୋଷ ମହାନ୍ତି ସହଯୋଗ କରିଥିଲେ ।

ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସହିତ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା ସମଗ୍ର ଉତ୍ସବଟିକୁ ସଂକଳ୍ପିତ ଏବଂ ପରିକଳ୍ପନା କରାଯାଇଛି । ଏହି କାର୍ଯ୍ୟକ୍ରମଟିକୁ ଡଃ. ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ ।

୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବକୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମର୍ଥନ କରିଛନ୍ତି । ଏମ୍‍.ଜି.ଏମ୍‍ ମିନେରାଲ୍ସ ଏବଂ ଶାଲିମାର କେମିକାଲ୍ ୱାର୍କସ୍ ଲିମିଟେଡ୍‌ଙ୍କ ଠାରୁ ଅନୁଦାନ ଗ୍ରହଣ କରାଯାଇଛି । ଶାଲିମାର୍ କୋକାନଟ୍ ଅଏଲ୍‌, ନାଲକୋ, ଏସ୍‌.ବି.ଆଇ, ଇମ୍ଫା, ପ୍ରିୟଦର୍ଶିନୀ ହାଣ୍ଡଲୁମ୍ ଏବଂ ପାରାଦୀପ ଫସଫେଟ୍ ଲିମିଟେଡ୍ ଉତ୍ସବର ପ୍ରାୟୋଜକ ଅଟନ୍ତି । ଏହି ଉତ୍ସବର ଆତିଥ୍ୟକୁ ରୋଏଲେ ମିଡଟାଉନ୍ ହୋଟେଲ ପ୍ରଦାନ କରୁଛନ୍ତି । ଏହି ଉତ୍ସବର ଧରିତ୍ରୀ, ଓଡ଼ିଶା ପୋଷ୍ଟ ଏବଂ ନର୍ଥକୀ ଡଟ୍ କମ୍ ଯଥାକ୍ରମେ ମିଡିଆ ପାର୍ଟନର ଏବଂ ୱେବ୍ ପାର୍ଟନର ଅଟନ୍ତି ।

Leave A Comment

All fields marked with an asterisk (*) are required