ଦାବି ପୂରଣ ନହେଲେ ଆଗାମୀ ଦିନରେ ମନ୍ତ୍ରୀ ଘରେ ପଶିବୁ।
ମଧ୍ୟାହ୍ନ ଭୋଜନ କର୍ମୀଙ୍କର ସିଆଇଟିୟୁ ନେତୃତ୍ବରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ଭୁବନେଶ୍ୱର:ଓଡିଶା ମଧାହ୍ନ ଭୋଜନ ପାଚିକା ସହାୟାକା ସଂଘ (ସିଆଘଟିସ୍) ନେତୃତ୍ବରେ ଆଜି ଭୁବନେଶ୍ୱଠାରେ ବିକ୍ଷୋଗ ପ୍ରଦାର୍ଶନ କରାଯାଇ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ପାର୍ଟିକା ସହାୟାକା ମାନଙ୍କୁ ଶ୍ରମକର ମାନ୍ୟତା, ତାମିଲନାଡୁ ସରକାରଙ୍କ ଭଳି ଶିକ୍ଷା ବିଭାଗରେ ୪ର୍ଥ ଶ୍ରେଣୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା, ମାସିକ ୨୬,୦୦୦ ଟଙ୍କା ଦରମା, ବେଆଇନ୍ ଛଟେଇ ବନ୍ଦ ଓ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁରି, ଅବସର ବୟସ ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ପାଟିକା ସହାୟୀକା ମାନଙ୍କ ପାଇଁ ସାମାଜିକ ସୁରକ୍ଷା ବ୍ୟବସ୍ଥା କରିବା, ପ୍ରତ୍ୟେକ ଏମଡିଏମ୍/ ସିସିଏଚ୍ ଶ୍ରମିକକୁ ବର୍ଷକୁ ଦୁଇଖଣ୍ଡ ଶାଟି ପ୍ରଦାନ କରିବା, ବେତନ ସହିତ ମାତୃତ୍ବକାଳୀନ ଛୁଟି ପ୍ରଦାନ କରିବା, ୧୦ ମାସ ବଦଳରେ ୧୨ ମାସର ଦରମା ପ୍ରଦାନ କରିବା, ଘରୋଇ କରଣ ବନ୍ଦ କରିବା, ସ୍କୁଲର ଅନ୍ୟାନ୍ୟ କାମ ଯଥା ବଗିଚା ସଫା, ଘର ସଫା ଇତ୍ୟାଦି କାମରୁ ନିବୃତ କରିବା, ଅବସର ପରେ ମାସିକ ୧୦,୦୦୦ ଟଙ୍କା ପେନ୍ସନ୍ ପ୍ରଦାନ, ୨୦୧୪ ଗାଇଡ ଲାଇନକୁ ପରିବର୍ତନ କରିବା, ଜିଲ୍ଲାପାଳଙ୍କ ବଦଳରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ୩ୟ ପାଚିକା ନିଯୁକ୍ତିର ଦାୟୀତ୍ବ ଦେବା, ସମସ୍ତ ସରକାରୀ ଯୋଜନାରେ ମଧାହ୍ନ ଭୋଜନ କର୍ମୀଙ୍କୁ ସଂଯୁକ୍ତ କରିବା ଦାବିରେ ବିକ୍ଷୋଭ/ଧାରଣା ପ୍ରଦର୍ଶନ କରାଯାଇଛି।
ଏହା ପୂର୍ବରୁ ମାଷ୍ଟରଜ୍ୟାଟିନ ଛକଠାରୁ ଏକ ସୁଶୋଭିତ ପଟୁଆର ବାହାରି ଲୋୟର ପିଏମ୍ଜିଠାରେ ପହଂଚିଲା ପରେ ୟୁନିୟନର ସଭାପତି ସାଥୀ ବିଷ୍ଣୁ ମହାତିକ ସଭାପତିତ୍ରରେ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସିଆଇଟିୟୁର ରାଜ୍ୟ ଉପ – ସଭାପତି ବିଧାୟକ ଲକ୍ଷ୍ମଣ ମୁଣ୍ଡା, ସିଆଇଟିୟୁ ରାଜ୍ୟ ସମ୍ପାଦାକା ପୁଷ୍ପା ଦାସ, ୟୁନିୟନର ରାଜ୍ୟ ସାଧାରଣ ସମ୍ପାଦୀକା ଇଷାନୀ ଷଢ଼ଙ୍ଗୀ, ସମ୍ପାଦାକା କ୍ଷୀରମଣି ମହାନ୍ତ, ରାଜ୍ୟ ସମ୍ପାଦକ ରମେଶ ଜେନା, ୟୁନିୟନର କୋଷାଧକ୍ଷ ପୂର୍ଣଚନ୍ଦ୍ର ପାତି, ରାଜ୍ୟ ନେତା ଇନ୍ଦ୍ରମଣି ବେହେରା, ଜଗତଜୀବନ ଦାସ, ପ୍ରଦୀପ ନାୟକ, ବାସନ୍ତୀ ଦେହେରା, ପୂର୍ଣ୍ଣିମା ବେହେରା, ସୀତା ଦାସ, ଶକ୍ତିଲତା ନାୟକ, ଦେବଜୀ ବନ୍ଧେର୍, ଜୟନ୍ତ ଦାସ, ଦେବକୀ ଶବର, ମୃତ୍ୟୁଞ୍ଜୟ ବେହେରା, ଅମଲ ଦେ, ପିତବାସ ବେହେରା ପ୍ରମୁଖ ବନ୍ତବ୍ୟ ରଖ୍ କେନ୍ଦ୍ର ସରକାର ନୂତନ ଶିକ୍ଷା ନୀତି ପ୍ରଣୟନ କରିବାସହ ଶିକ୍ଷା ବଜେଟକୁ ହ୍ରାସ କରିଛନ୍ତି । ଆମ ରାଜ୍ୟରେ ସ୍କୁଲ ମିଶ୍ରଣ ଫଳରେ ୧୨,୦୦୦ ବିଦ୍ୟାଳୟ ବନ୍ଦ ହୋଇ ପଡିଛି । ଏହି ସମସ୍ତ ସ୍କୁଲ ଗୁଡିକୁ ଖୋଲିବା, ଅଧିକ ବ୍ୟୟ ବରାଦ କରି ଶିକ୍ଷା କର୍ମଚାରୀଙ୍କର ବେତନ ବୃଦ୍ଧି କରିବାକୁ କହିଥିଲେ । କେରଳ ରାଜ୍ୟରେ ପାଟିକା ମାନଙ୍କୁ ମାସିକ ୧୪,୫୦୦ ଟଙ୍କା, କର୍ଣାଟକ, ହରିଆନା, ଉତରପ୍ରଦେଶରେ ୩୫୦୦ ରୁ ୭୦୦୦ ଟଙ୍କା ପର୍ଯ୍ୟନ୍ତ ଭତା ଦେଉଛନ୍ତି । ରାଜ୍ୟ କେନ୍ଦ୍ର ସରକାର ପାଚିକା ମାନଙ୍କର ନ୍ୟାୟ ସଂଗତ ଦାବି ପୂରଣ ନକଲେ ଆଗାମୀ ଦିନରେ ଲଗାତର ଆନ୍ଦୋଳନ ପାଇଁ ବଢାମାନେ ଚେତାବନୀ ଦେଇଥିଲେ।ଏକ ୭ ଜଣିଆ ପ୍ରତିନିଧି ଦଳ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଭେଟି ୧୭ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବା ସହିତ ଆଲୋଚନା କରିଥିଲେ । ଏହି ବିକ୍ଷୋଭ ଧାରଣାରେ ନେତୃତ୍ବ ନେଇଥିଲେ।