Search for:
  • Home/
  • ରାଜ୍ୟ/
  • ସୁସ୍ଥ ସ୍ବାସ୍ଥ୍ୟ ସୁସ୍ଥ ସମାଜ ଗଠନର ମୁଖ୍ୟ ବିନ୍ଧାଣି ସାଜିବ ଏଭଳି ସ୍ୱାସ୍ଥ୍ୟ ଶିବିର:- ଅମରେଶ ଜେନା

ସୁସ୍ଥ ସ୍ବାସ୍ଥ୍ୟ ସୁସ୍ଥ ସମାଜ ଗଠନର ମୁଖ୍ୟ ବିନ୍ଧାଣି ସାଜିବ ଏଭଳି ସ୍ୱାସ୍ଥ୍ୟ ଶିବିର:- ଅମରେଶ ଜେନା

Spread the love

Loading

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ୱାର୍ଡ ୪୫ରେ ହେଲ୍ପମେଟ ଓ ସନସାଇନ୍ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ମାଗଣା ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଭୁବନେଶ୍ୱର:ସୁସ୍ଥ ସ୍ବାସ୍ଥ୍ୟ ସୁସ୍ଥ ସମାଜ ଗଠନର ମୁଖ୍ୟ ବିନ୍ଧାଣି ସାଜିବ ଏଭଳି ସ୍ୱାସ୍ଥ୍ୟ ଶିବିର:- ଅମରେଶ ଜେନା, ବରିଷ୍ଠ କର୍ପୋରେଟର

ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଆଜି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ୱାର୍ଡ ୪୫ ରେ ବରିଷ୍ଠ କର୍ପୋରେଟର ଅମରେଶ ଜେନାଙ୍କ ନେତୃତ୍ବରେ ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲ୍ପମେଟ ଓ ସନ୍ ସାଇନ୍ ହସ୍ପିଟାଲର ମିଳିତ ଆନୁକୁଲ୍ୟରେ ନିଜ ଅଞ୍ଚଳବାସୀଙ୍କ ସ୍ବାସ୍ଥ୍ୟହିତ ନିମନ୍ତେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଭୁବନେଶ୍ୱର ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ , ବରିଷ୍ଠ କର୍ପୋରେଟର ଅମରେଶ ଜେନା କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ବିଜୁ ଜନତା ଦଳର ବରିଷ୍ଠ ନେତା ରବି ସାମଲ, ଭୁବନେଶ୍ୱର ମଧ୍ୟ ବିଧାୟକ ପାର୍ଥି ଜଗନ୍ନାଥ ପ୍ରଧାନ,ସମେତ ଅନେକ ବିଜୁ ଜନତା ଦଳର କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି ପରିପେଖିରେ ହେଲ୍ପମେଟ ର ସମ୍ପାଦିକା ନିବେଦିତା ଭଞ୍ଜ ଓ ଚମକ ଚାନ୍ଦିନୀ ଦାଶ, ଗୀତାଞ୍ଜଳି ମହାନ୍ତି ,ଦୀପ୍ତି ପଟ୍ଟନାୟକ , ମାନସ ଥାଟୋଇ ଉପସ୍ଥିତ ରହି ମୋ ସ୍ୱାସ୍ଥ୍ୟ ମୋ ଅଧିକାର ବିଷୟରେ ସମସ୍ତଙ୍କୁ ସଚେତନ କରାଇଥିଲେ l
ଏହି ଅବସରରେ ବରିଷ୍ଠ କର୍ପୋରେଟର ନିଜ ପ୍ରତିକ୍ରିୟାରେ କହିଛନ୍ତି ସୁସ୍ଥ ସ୍ବାସ୍ଥ୍ୟ ସୁସ୍ଥ ସମାଜ ଗଠନର ମୁଖ୍ୟ ବିନ୍ଧାଣି ସାଜିବ ଏଭଳି ମାଗଣା ସ୍ୱାସ୍ଥ୍ୟ ଶିବିର। ଏହା ସହ ନିଜକୁ ଶାରୀରିକ, ମାନସିକ ଏବଂ ସାମାଜିକ ସୁସ୍ଥ ରଖିବା ସହ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦେବାକୁ ହେବ।
ତତ୍ ସହିତ ୱାର୍ଡ ୪୫ ର ଅନେକ ବରିଷ୍ଠ ନେତୃତ୍ବ ତଥା ଦୀପକ କୁମାର ଜେନା, ରାଜୀବ ଚମ୍ପତି, ଦେବେନ୍ଦ୍ର ଭୋଲ,ବିନୋଦ ମାଝୀ, ସାଲୁଟ ସାହୁ,ପ୍ରଫୁଲ୍ଲ ମୁଦୁଲି, ସୁବ୍ରତ ଜେନା, ଶିବାନନ୍ଦ ପଣ୍ଡା, ବିବେକ ସ୍ବାଇଁ, ବିଦ୍ୟାଧର ସାମନ୍ତରାୟ,ଅନିଲ ମହାନ୍ତି ଭଳି ଅନେକ ପ୍ରମୁଖ ବ୍ୟକ୍ତି ସମେତ ଅଞ୍ଚଳର ବହୁ ବରିଷ୍ଠ ଯୁବକ ଛାତ୍ର ମହିଳାମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ପରିଚାଳନା କରିଥିଲେ।

Leave A Comment

All fields marked with an asterisk (*) are required