Search for:
  • Home/
  • ରାଜ୍ୟ/
  • ମୁକ୍ତିଲାଭ କଲା ‘ବାବାଜୀ କା ଠୁଲ୍ଲୁ’

ମୁକ୍ତିଲାଭ କଲା ‘ବାବାଜୀ କା ଠୁଲ୍ଲୁ’

Spread the love

Loading

 

ମୁକ୍ତିଲାଭ କଲା ‘ବାବାଜୀ କା ଠୁଲ୍ଲୁ’

ଭୁବନେଶ୍ୱର:ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ନୂଆ ଓଡ଼ିଆ ସିନେମା ‘ବାବାଜୀ କା ଠୁଲ୍ଲୁ’। ରସୁଲଗଡ଼ ସ୍ଥିତ ଏସପ୍ଲାନେଡ ମଲର ସିନେପଲିସଠାରେ ଏହାର ପ୍ରିମିୟର ସୋ’ ଅନୁଷ୍ଠିତ ହୋଇ ଯାଇଛି । ଇଣ୍ଡଷ୍ଟ୍ରିର ବହୁ ନିର୍ମାତା ନିର୍ଦ୍ଦେଶକଙ୍କ ସମେତ କଳାକାର ଓ ଟେକନିସିଆନ ଏଥିରେ ଯୋଗ ଦେଇଥିଲେ । ଲର୍ଡ଼ ଜଗନ୍ନାଥ ଫିଲ୍ମସ ବ୍ୟାନର ର ଏହା ଦ୍ଵିତୀୟ ଚଳଚ୍ଚିତ୍ର। ବାବୁ ସିଂଙ୍କ ପ୍ରଯୋଜିତ ତଥା ରଞ୍ଜନ ମିଶ୍ରଙ୍କ ନିର୍ଦ୍ଦେଶିତ ଏହି ଛବିର ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି ଦେବରାଜ ଓ ସ୍ୱାତୀ । ଦେବରାଜଙ୍କ ସ୍କ୍ରିନ ନେମ ରହିଛି ବଣ୍ଟି ଓ ସ୍ୱାତୀ ଅଭିନୟ କରିଛନ୍ତି ବବଲୀ ନାଁରେ। ପରଦା ଉପରେ ଏହି ବଣ୍ଟି ବବଲି ଯୋଡିକୁ ବେଶ ପସନ୍ଦ କରିଛନ୍ତି ଦର୍ଶକ।ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି ମିହିର ଦାସ, ପୁଷ୍ପା ପଣ୍ଡା, ଉଷସୀ ମିଶ୍ର, ଜୀବନ ପଣ୍ଡା, ଦେବୁ ବ୍ରହ୍ମା, ସଲିଲ ମିତ୍ର, ପ୍ରଜ୍ଞା, ଦେବୀ ବାରିକ ଓ ଶୁଭ୍ରାଂଶୁ ।

ସୃଷ୍ଟିର ନିୟମ ଅନୁସାରେ ସମଗ୍ର ମାନବ ସମାଜ ନାରୀ ଓ ପୁରୁଷକୁ ଆଧାର କରି । ହେଲେ ବେଳେ ବେଳେ ନାରୀ ଓ ପୁରୁଷର ସ୍ଵଭାଵରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ନାରୀ ଭିତରେ ପୁରୁଷର ଭାବନା ଓ ପୁରୁଷ ଭିତରେ ନାରୀର ଭାବନା ଏକ ବୈଚିତ୍ରମୟ ପରିବେଶ ସୃଷ୍ଟି କରିଥାଏ । ଏପରି ଏକ ଭିନ୍ନ ଧରଣର କାହାଣୀକୁ ନେଇ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ବାବାଜୀ କା ଠୁଲ୍ଲୁ’। କାହାଣୀ ରଚନା କରିଛନ୍ତି ବାବୁ ସିଂ। ବାପୁ ଗୋସ୍ୱାମୀ, ମୋହିତ ଚକ୍ରବର୍ତ୍ତୀ ଓ ଓଁକାରଙ୍କ ରଚିତ ଗୀତଗୁଡିକୁ ସ୍ୱରରେ ସଜାଇଛନ୍ତି ବୁବୁ-ସୌରଭ । କଣ୍ଠଦାନ କରିଛନ୍ତି ବିଭୁ କିଶୋର, ଅସୀମା ପଣ୍ଡା, ସୌରଭ,ପ୍ରୀତିନନ୍ଦା, ଇତିଶ୍ରୀ ଓ ଶକ୍ତି ମିଶ୍ର। ସଂଳାପ ରଚନା କରିଛନ୍ତି ବିଜୟ ରାଉଳ। ଗୀତଗୁଡିକ ବେଶ ଶ୍ରୁତିମଧୁର ଓ ମନଛୁଆଁ ହୋଇପାରିଛି।ଦୀର୍ଘ ବର୍ଷ ପରେ ଏପରି ଏକ ହାସ୍ୟ ରସାତ୍ମକ ଛବି ପରଦାକୁ ଆସିଥିବା ବେଳେ ଦର୍ଶକ ଏହାର ଭରପୁର ଆନନ୍ଦ ନେଇପାରିବେ ବୋଲି କହିଛନ୍ତି ନିର୍ଦ୍ଦେଶକ ରଞ୍ଜନ ମିଶ୍ର ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required