Search for:
  • Home/
  • ରାଜ୍ୟ/
  • ଚତୁର୍ଥ ପର୍ଯ୍ୟାୟ 5T ସ୍କୁଲ ରୂପାନ୍ତର ନକ୍‌ସା ପ୍ରସ୍ତୁତ ।

ଚତୁର୍ଥ ପର୍ଯ୍ୟାୟ 5T ସ୍କୁଲ ରୂପାନ୍ତର ନକ୍‌ସା ପ୍ରସ୍ତୁତ ।

Spread the love

Loading

ଚତୁର୍ଥ ପର୍ଯ୍ୟାୟ 5T ସ୍କୁଲ ରୂପାନ୍ତର ନକ୍‌ସା ପ୍ରସ୍ତୁତ ।

ଭୁବନେଶ୍ୱର:5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତକାଲି ଓ ଆଜି ଦୁଇଦିନ ଧରି ଗଞ୍ଜାମ, ବରଗଡ, କେନ୍ଦୁଝର, କଟକ, ମୟୁରଭଞ୍ଜ, ମାଲକାନଗିର, ପୁରୀ, ଗଜପତି, ଢେଙ୍କାନାଳ ଆଦି ୯ଟି ଜିଲ୍ଲାର ୧୦୧ଟି ବ୍ଲକର ଓ ୨ଟି ମୁନିସିପାଲିଟି କର୍ପୋରେସନର ୭୫୨ଟି ହାଇସ୍କୁଲର ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ସରପଞ୍ଚ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟମାନଙ୍କ ସହିତ ମାରାଥନ ବୈଠକ କରି ସେମାନଙ୍କ ସ୍କୁଲରେ 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି ।ଏ ପର୍ଯ୍ୟନ୍ତ ରାଜ୍ୟରେ ତିନୋଟି ପର୍ଯ୍ୟାୟରେ 6,883 ହାଇସ୍କୁଲ ରୂପାନ୍ତର କାମ ସମ୍ପୂର୍ଣ୍ଣ ହୋଇଛି ।ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟର ସମସ୍ତ 8,654 ସରକାରୀ ହାଇସ୍କୁଲଗୁଡିକରେ ରୂପାନ୍ତର କାମ ଶେଷ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।ହାଇସ୍କୁଲ ସ୍ତରରେ ପିଲାମାନଙ୍କୁ ଉନ୍ନତ ଶିକ୍ଷା ବ୍ୟବସ୍ଥା ଓ ଭିତ୍ତିଭୂମି ଯୋଗାଇଦେବା ପାଇଁ ରାଜ୍ୟ ସରକାର 5T ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଅତ୍ୟାଧୁନିକ ଜ୍ଞାନକୌଶଳ ମାଧ୍ୟମରେ ସ୍ମାର୍ଟ କ୍ଳାସରୁମ ଓ ଇ-ଲାଇବ୍ରେରୀ ନିର୍ମାଣ ଦ୍ୱାରା ଶିକ୍ଷାଦାନର ଗୁଣାତ୍ମକ ମାନ ବୃଦ୍ଧି ପାଉଛି ।

Leave A Comment

All fields marked with an asterisk (*) are required