Search for:
  • Home/
  • ରାଜ୍ୟ/
  • ସଙ୍ଗୀତ ଓ କବିତାରେ ବର୍ଷାର ଅନୁଭବ:ସଂଭାବନାର ଵର୍ଷା ଆସର

ସଙ୍ଗୀତ ଓ କବିତାରେ ବର୍ଷାର ଅନୁଭବ:ସଂଭାବନାର ଵର୍ଷା ଆସର

Spread the love

Loading

ସଙ୍ଗୀତ ଓ କବିତାରେ ବର୍ଷାର ଅନୁଭବ:ସଂଭାବନାର ଵର୍ଷା ଆସର
ଭୂବନେଶ୍ୱର ତା ୩୦/୮- ପ୍ରକୃତିର ବିଭିନ୍ନ ଋତୁ ମଧ୍ୟରେ ଅତି ସୁନ୍ଦର ଓ ଉପାଦେୟ ଋତୁ ହେଉଛି ବର୍ଷା । ବର୍ଷା ସଦାସର୍ବଦା ମଣିଷକୁ ଆନମନା ଓ ଭାବୁକ କରିଛି । ସେଥିପାଇଁ କବିତା ଓ ଗୀତରେ ସେ ପ୍ରକାଶ କରିଛି ନିଜର ଭାବ ଓ ଭାବନା ।
ବର୍ଷା ସମୟକୁ ଅଧିକ ରୋମାଞ୍ଚକର କରିବା ସହ ଅନୁଭବ କରିବାପାଇଁ ସଂଭାବନା ଓଡିଆଣୀ ସମିତି ଆୟୋଜନ କରିଥାଏ ବର୍ଷା ଆସର । ନେଇ ଯା ରେ ମେଘ ମୋତେ, ମେଘ ବରଷିଲା ଟୁପୁରୁ ଟୁପୁର କେଶୁର ମାଇଲା ଗଜା,ଆଜି ମୁଁ ଶ୍ରାବଣୀ, ଗରଜେ ମେଘ ଘୁମ୍ ଘୁମ୍ ……..ଏମିତି ବର୍ଷା ସଙ୍ଗୀତ ସହ ବର୍ଷାର ଅନୁଭବ କରୁଥିଲେ ଶ୍ରୋତା । ପ୍ରମୂଖ କଣ୍ଠଶିଳ୍ପୀ ହରପ୍ରିୟା ସ୍ୱାଇଁଙ୍କ ସହ ସ୍ୱର ଦେଉଥିଲେ ଅନ୍ୟ ଶିଳ୍ପୀମାନେ । ସେମାନେ ଥିଲେ ମମତା ଦାସ , ମୀନା ପାଣିଗ୍ରାହୀ , ସୌଦାମିନୀ ମହାନ୍ତି ,ହରପ୍ରିୟା ସ୍ୱାଇଁ, ବିଜୟଲକ୍ଷ୍ମୀ ପତି ,ଶ୍ୱେତପଦ୍ମା ମିଶ୍ର , ବେବିରାଣୀ ଦାସ, ସୁଜାତା ପାତ୍ର। ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ଏହି ବର୍ଷା ଆସରରେ ମଧ୍ୟ ଆମନ୍ତ୍ରିତ କବିମାନେ ସ୍ୱରଚିତ କବିତାରେ ବର୍ଣ୍ଣନା କରୁଥିଲେ ବର୍ଷା ଓ ବର୍ଷାର ପରିବେଶକୁ । କବିତା ଓ ସଙ୍ଗୀତର ମିଳନରେ ବର୍ଷା ଉତ୍ସବର ଏହି ସଞ୍ଜରେ ମଞ୍ଚରେ ସଂଭାବନା ସହ ଜଡିତ ଓଡିଆଣୀମାନଙ୍କ ସମେତ ଆମନ୍ତ୍ରିତ କବିମାନଙ୍କ ବର୍ଷା କବିତା ପାଠ ଓ ବର୍ଷା ସଙ୍ଗୀତ ମଧ୍ୟରେ ବିଶିଷ୍ଟ ସଙ୍ଗୀତ ଶିଳ୍ପୀ ଡ. ସୁଧା ମିଶ୍ର ,କସ୍ତୁରିକା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି
” ସଂଭାବନା ସ୍ୱର ସାଧିକା ସମ୍ମାନ ୨୦୨୪ ” ରେ ସମ୍ବର୍ଦ୍ଧିତ କରିଥିଲେ ଶିଳ୍ପୀ ହରପ୍ରିୟା ସ୍ୱାଇଁଙ୍କୁ ।
ଜନପ୍ରିୟ ଓଡିଆ ବର୍ଷା ସଙ୍ଗୀତ ପରିବେଷଣ ମଧ୍ୟରେ ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜାଙ୍କ ସମେତ ୨୦୨୪ର ଶ୍ରେଷ୍ଠ ଓଡିଆଣୀ ଜ୍ୟୋସ୍ନାମୟୀ ସେନାପତି ମଞ୍ଚାସୀନ ଥିବା ବେଳେ ସଭାନେତ୍ରୀ ସୌଦାମିନୀ ସାମଲ ସଭାପତିତ୍ୱ କରିଥିବା ବେଳେ ସମ୍ପାଦିକା ରେଖା ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଟ୍ରଷ୍ଟି ସ୍ମୃତି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ନମିତା ମହାନ୍ତି ନାରୀମାନଙ୍କର ମନସ୍ତାତ୍ତ୍ବିକ ଦିଗ ଉପରେ ବକ୍ତବ୍ୟ ରଖିଥିଲେ । ସଂଭାବନା ଓଡିଆଣୀ ସମିତିର ସଭ୍ୟାମାନଙ୍କ ସହ କିଛି ଜଣାଶୁଣା ସଂଙ୍ଗୀତ ଶିଳ୍ପୀ ମଧ୍ୟ ବର୍ଷା ସଙ୍ଗୀତ ପରିବେଷଣରେ ଅଂଶଗ୍ରହଣ କରିଥିଲେ ।
ପୂର୍ବାହ୍ନରେ ଅନୁଷ୍ଠିତ ଓଡିଆଣୀ ସମିତିର ଅଷ୍ଟମ ବାର୍ଷିକ ସମ୍ମିଳନୀରେ ସମିତିକୁ ଅଧିକ ଚଳ ଚଞ୍ଚଳ କରିବାପାଇଁ ନିଷ୍ପତ୍ତି ହେବା ସହ ନୂତନ କର୍ମକର୍ତ୍ତା ଭାବେ ସୌଦାମିନୀ ସାମଲ, ସଭାନେତ୍ରୀ , ରଶ୍ମି ସାହୁ ମୀନା ପାଣିଗ୍ରାହୀ , ଉପ ସଭାନେତ୍ରୀ , ରେଖା ସାହୁ ସମ୍ପାଦିକା , ଜ୍ୟୋସ୍ନାମୟୀ ସେନାପତି ଓ ସୁଜାତା ପାତ୍ର ଯୁଗ୍ମ ସମ୍ପାଦିକା ଓ ରାଜଶ୍ରୀ ଶତପଥି କୋଷାଧ୍ୟକ୍ଷା ଭାବେ ନିର୍ବାଚିତା ହେବା ସହ ମୀନାକ୍ଷୀ ପଟ୍ଟନାୟକ , ରଶ୍ମିତା ରଥ , ଶ୍ୱେତ ପଦ୍ମା ମିଶ୍ର , ବନ୍ଦିତା ଦାସ କାର୍ଯ୍ୟକାରୀ ସମିତିସଭ୍ୟା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

Leave A Comment

All fields marked with an asterisk (*) are required