ବେଦ ସ୍ୱାଧ୍ୟାୟର ଅନନ୍ୟ ପର୍ବ ଶ୍ରାବଣୀ ଉପାକର୍ମ ଉଦ୍ଯାପିତ
ବେଦ ସ୍ୱାଧ୍ୟାୟର ଅନନ୍ୟ ପର୍ବ
ଶ୍ରାବଣୀ ଉପାକର୍ମ ଉଦ୍ଯାପିତ
ସାରା ଓଡ଼ିଶାରେ ମହାସମାରୋହରେ ପାଳିତ
ଭୁବନେଶ୍ୱର, ୨୯.୮ : ଆର୍ଯ୍ୟ ସମାଜ, ଓଡ଼ିଶାର ଆହ୍ୱାନରେ ଶ୍ରାବଣ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇଥିବା ବୈଦିକ ପରମ୍ପରାର ଅନନ୍ୟ ପର୍ବ “ଶ୍ରାବଣୀ ଉପାକର୍ମ” ଶ୍ରୀକୃଷ୍ଣ ଜନ୍ମାଷ୍ଟମୀରେ ଉଦ୍ଯାପିତ ହୋଇଯାଇଛି ।
ଆର୍ଯ୍ୟସମାଜ, ଓଡ଼ିଶା ପକ୍ଷରୁ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପରେ ଭୁବନେଶ୍ୱରର ୭ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଘରେ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ପ୍ରଫେସର ଡଃ ସଂଘମିତ୍ରା ମିଶ୍ରଙ୍କ ଶହୀଦ ନଗରସ୍ଥିତ ବାସଭବନରେ ବୈଦିକ ଯଜ୍ଞ ଓ ବେଦ ସ୍ୱାଧ୍ୟାୟ ସହ ୮ଦିନ ଧରି ଚାଲିଥିବା ଉତ୍ସବ ଉଦ୍ଯାପିତ ହୋଇଯାଇଛି ବୋଲି ଆର୍ଯ୍ୟସମାଜ ଓଡ଼ିଶାର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି ।
ବୈଦିକ ଗୁରୁକୁଳ ଆଶ୍ରମ, ବେଦବ୍ୟାସ, ଗୁରୁକୁଳ ଆମସେନା, ସପ୍ତଶ୍ରୀ ଗୁରୁକୁଳ ବଲାଙ୍ଗୀର, ମନୁର୍ଭବ ଆଶ୍ରମ ଗୁରୁକୁଳ, ଭସ୍ମା ଓ ଖୋର୍ଦ୍ଧାସ୍ଥିତ ଦୟାନନ୍ଦ ଆଦର୍ଶ ଗୁରୁକୁଳ, ବେଦଧାମ, ଉସୁନା, ଶିବାନନ୍ଦ ତପୋଭୂମି, ତାଳଚେର ତପୋବନ ଶାନ୍ତି ଆଶ୍ରମ, ଚାଡ଼େି ଫୁଲବାଣୀ, ଶ୍ରୀବତ୍ସ ଗୋରକ୍ଷାଶ୍ରମ, ତନରଡ଼ାଠାରେ ବେଦପାଠୀ, ବ୍ରହ୍ମଚାରୀ, ସନ୍ନ୍ୟାସୀମାନଙ୍କ ଦ୍ୱାରା ପାଳନ ହୋଇଥିବା ବେଳେ ଆର୍ଯ୍ୟସମାଜ, ଶହୀଦ ନଗର, ଆର୍ଯ୍ୟସମାଜ ଭଦ୍ରକ, ବଡ଼ମାଳ, ଜଗତସିଂହପୁର, ରାଉରକେଲା, କେରଡ଼ାଗଡ଼, ବଲାଙ୍ଗୀର, ପାଟଣାଗଡ଼, ଏରଡ଼ା, ନନ୍ଦୀଘୋର, କାନପୁର, ପୋଲସରା, ବୁଗୁଡ଼ା, ଗୋଡ଼ଭଗା, ପାଇକମାଳ ପ୍ରମୁଖ ଶତାଧିକ ଆର୍ଯ୍ୟ ସମାଜରେ ମହାସମାରୋହରେ ବେଦ ପ୍ରଚାର, ସ୍ୱାଧ୍ୟାୟ କାର୍ଯ୍ୟକ୍ରମ ୮ଦିନ ଧରି ପାଳିତ ହୋଇଯାଇଛି ।
ଏହି ସମସ୍ତ କାର୍ଯ୍ୟକ୍ରମ ମାନଙ୍କରେ ଆର୍ଯ୍ୟସନ୍ନ୍ୟାସୀ ଧର୍ମାନନ୍ଦ ମହାରାଜ, ଆଚାର୍ଯ୍ୟ ଡଃ ଦେବବ୍ରତ, ସ୍ୱାମୀ ମୁକ୍ତାନନ୍ଦ, ସ୍ୱାମୀ ସୁଧାନନ୍ଦ, ସ୍ୱାମୀ ସୋମବେଶ, ସ୍ୱାମୀ ଆତ୍ମାନନ୍ଦ, ସ୍ୱାମୀ ଭଗବତାନନ୍ଦ, ସ୍ୱାମୀ ବିଶୁଦ୍ଧାନନ୍ଦ, ଶୃତିପ୍ରିୟ ବାନପ୍ରସ୍ଥି ପ୍ରମୁଖ ଯୋଗଦେଇ ବେଦମନ୍ତ୍ରର ବାଖ୍ୟା କରିବା ସହ ପ୍ରବଚନ ମାନଙ୍କରେ ଭାଗ ନେଇଥିଲେ ।
ବିଭିନ୍ନ କାର୍ଯ୍ୟକ୍ରମରେ ରାଜନେତା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଶିଷ୍ଟ ବିଦ୍ୱାନ ଇଂ ପ୍ର୍ରିୟବ୍ରତ ଦାସ, ଶ୍ରୀମତୀ ଶନ୍ନୋଦେବୀ, ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ଇଂ ବ୍ରଜବନ୍ଧୁ ପଣ୍ଡା, ପଣ୍ଡିତ ବୀରେନ୍ଦ୍ର କର, ପଣ୍ଡିତ ରଘୁନାଥ ନାୟକ, ଗାୟକ ଆହ୍ଲାଦ ସୁରେନ୍ଦ୍ର ଛୋଟରାୟ, ପାଲାଚାର୍ଯ୍ୟ ନାରାୟଣ ଶୁକ୍ଳା, ପଣ୍ଡିତ ବିନୋଦ ବିହାରୀ ଦାସ, ସହଦେବ ଶାସ୍ତ୍ରୀ, ଆଚାର୍ଯ୍ୟ ଧର୍ମରାଜ, ପଣ୍ଡିତ ଭୀମସେନ ଶାସ୍ତ୍ରୀ, ପଣ୍ଡିତ ଲକ୍ଷ୍ମୀଧର ପଣ୍ଡା ପ୍ରମୁଖ ଆଠଦିନ ବ୍ୟାପୀ ବୈଦିକ ଯଜ୍ଞରେ ପୁରୋଧା ଭାବେ କାର୍ଯ୍ୟ କରିବା ସହ ସାଧାରଣ ଜନତା ବେଦକୁ ବୁଝିବା ଭଳି ବୈଦିକ ପ୍ରବଚନ ଦେଇଥିଲେ । ଶତାଧିକ ସ୍ଥାନରେ ହୋଇଥିବା ଏହି ପର୍ବରେ ଡଃ ବୁଦ୍ଧଦେବ ମିଶ୍ର, ଡଃ ବଦ୍ରୀନାଥ ପଟ୍ଟନାୟକ, ଗୋପାଳକୃଷ୍ଣ ମହାପାତ୍ର, ସୁଧାଂଶୁ ସାମନ୍ତରାୟ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ସସ୍ତ୍ରୀକ ଜଜମାନ ଭାବେ ଯୋଗ ଦେଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଯଜ୍ଞପ୍ରକାଶ ଦାସ, ଡଃ ଗୋପାଳ ଦାସ, ଚିରଞ୍ଜନ ପଣ୍ଡା, ଦୁଷ୍ମନ୍ତ ସ୍ୱାଇଁ, ରବିନାରାୟଣ ଲେଙ୍କା, ବରୁଣ ରାଜ ଓ ସୁନିଲ କୁମାର ଦେ ପ୍ରମୁଖ ପରିଚାଳନା କରିଥିଲେ ।