୧୨ ବର୍ଷରେ ପଦାର୍ପଣ କରିବ ଶ୍ରୀ ବିନାୟକ ୟୁଥ ଆସୋସିଏସନର ସିଦ୍ଧି ବିନାୟକ ମହୋତ୍ସବ
୧୨ ବର୍ଷରେ ପଦାର୍ପଣ କରିବ ଶ୍ରୀ ବିନାୟକ ୟୁଥ ଆସୋସିଏସନର ସିଦ୍ଧି ବିନାୟକ ମହୋତ୍ସବ
ଭୁବନେଶ୍ୱର:ଆଗକୁ ଆସୁଛି ବିଘ୍ନ ବିନାଶକ ଗଜାନନଙ୍କ ପୂଜା, ରାଜଧାନୀ ଭୁବନେଶ୍ବର ମଧ୍ଯ ଆଜି ଚଳଚଞ୍ଚଳ ବିଭିନ୍ନ ଅନୁଷ୍ଠାନ ମଧ୍ଯରେ ଲାଗି ପଡିଛି ପ୍ରତିଯୋଗିତା କିଏ ଆକର୍ଷଣୀୟ ପୂଜା ମଣ୍ଡପ ନିର୍ମାଣ କରୁଛନ୍ତି ତ କିଏ ବିଶାଳ କାୟ ମୂର୍ତ୍ତି ନିର୍ମାଣ କରୁଛନ୍ତି କିଏ ସାସ୍କୃତିକ କାର୍ଯ୍ୟକ୍ରମ କରୁଛନ୍ତି ତ କିଏ ବିଶାଳ ଭସାଣୀ ଯାତ୍ରାର ଆୟୋଜନ କରୁଛିନ୍ତ ତୁହାକୁତୁହା ଚାଳିଛି ବିଭିନ୍ନ କମିଟି,ପୂଜା ମଣ୍ଡପ,ଅନୁଷ୍ଠାନର ବୈଠକ ସେଥିରୁ ବାଦ ପଡି ନାହିଁ ଭୁବନେଶ୍ବର ମହାନଗର ନିଗମ ନୟାପଲ୍ଲୀ ୩୯ନଂ ୱାର୍ଡ ଅନ୍ତର୍ଗତ ନୂଆସାହିର ଶ୍ରୀ ବିନାୟକ ୟୁଥ ଆସୋସିଏସନ,ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ଶ୍ରୀ ସିଦ୍ଧି ବିନାୟକ ମହୋତ୍ସବ ପାଳିତ କରାଯିବାର ଆୟୋଜନ ଚାଲିଛି ,ଚଳିତଥର ମହାପ୍ରଭୁ ଶ୍ରୀ ବିଘ୍ନ ବିନାଶକଙ୍କ ପୁଜା ୧୨ ବର୍ଷରେ ପଦାର୍ପଣ କରିବ,ଚଳିତଥର ମହାପ୍ରଭୁ ଶ୍ରୀ ବିଘ୍ନ ବିନାଶକ ବିଶ୍ବରୂପରେ ୭ ଦିନ ଧରି ମଣ୍ଡପରେ ପୂଜା ପାଇବେ ଆସୋସିଏସନର ତରଫରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ମଧ୍ଯ ପହଞ୍ଚିଛି.ଆସୋସିଏସନର ସଭାପତି ଦେବବ୍ରତ ମହାନ୍ତି(ବିକି) ସୂଚନା ଦେଇ ଜଣାଇଛନ୍ତି ଶ୍ରୀ ବିନାୟକ ୟୁଥ ଆସୋସିଏସନ ସବୁବେଳେ ଦାୟିତ୍ବବାନ ସଂଗଠନ ହିସାବରେ ସମସ୍ତଙ୍କର ପ୍ରିୟର ପାତ୍ର ହୋଇଛି ଆସୋସିଏସନ ତରଫରୁ ଚଳିତ ବର୍ଷ ଗଣେଶ ପୂଜାକୁ ଆକର୍ଷଣୀୟ କରିବା ନିମନ୍ତେ ପ୍ରଚେଷ୍ଟା ଜାରି ରହିଛି ,ସମ୍ପୂର୍ଣ୍ଣ ନୀତିନିୟମ ଅନୁସାରେ ପୂଜା ପାଳନ କରାଯିବା ସଙ୍ଗେ ସମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ପୂଜା ପାଳନ କରାହେବ ପୂଜା ମଧ୍ଯରେ ରକ୍ତଦାନ ଶିବିର,ବୃକ୍ଷରୋପଣ,ପାଠ୍ଯ ଉପକରଣ ବଣ୍ଟନ ସହ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଉଅଛି ଏବଂ ଭସାଣୀ ଉତ୍ସବକୁ ଯାକଯକମରେ କରାଯିବାର ବ୍ୟବସ୍ଥା ମଧ୍ଯ ହୋଇଛି…