ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ବୃତ୍ତି ବିକାଶ କାର୍ଯ୍ୟକ୍ରମ
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ବୃତ୍ତି ବିକାଶ କାର୍ଯ୍ୟକ୍ରମ
ଭୁବନେଶ୍ୱର ତା ୨୩/୦୮/୨୦୨୪ରିଖ ଜାତୀୟ ସେବା ଯୋଜନା (ଏନ ଏସ ସେସ) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଜିଓୱାଇଏନ ଲାଇଟ ହାଉସ କମ୍ୟୁନିଟି, ଭୁବନେଶ୍ୱରର ମିଳିତ ଉଦ୍ୟମରେ ବୃତ୍ତି ବିକାଶ କାର୍ଯ୍ୟକ୍ରମ ଶୁକ୍ରବାର ଦିନ ଆୟୋଜିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ଜିଓୱାଇଏନ ଲାଇଟ ହାଉସ କମ୍ୟୁନିଟିର ତଥାବ୍ରତ ଭଟାଚାର୍ଯ୍ୟ, ସୌମ୍ୟ ଜିତ ଦାସ, ସ୍ମିତା ଦୀପକ କୁମାରୀ, ରୁକୟା ଖାନ ଯୋଗଦେଇଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ତରଫରୁ ବିଶେଷଜ୍ଞ ଦଳରେ ପରୀକ୍ଷା ନିରୀକ୍ଷକ ଡଃ ପ୍ରଶାନ୍ତ କୁମାର ପରିଡା, ଉପପରୀକ୍ଷା ନିରୀକ୍ଷକ ଡଃ ଯାମିନୀ ରଞ୍ଜନ ମହାନ୍ତି ଏବଂ ସହ ପରୀକ୍ଷା ନିରୀକ୍ଷକ ବିଜୟ ବେହେରା ଯୋଗଦେଇ ବିଜ୍ଞାନ ଏବଂ କଳା ବିଭାଗର ଶାଖା ଓ ଏହାର ଆଗାମୀ ବୃତ୍ତିଗତ ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ l ସଚିବ ଶୁଭ୍ରବାଳା ବେହେରା ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ପ୍ରଦାନ କରିବା ସହ ଭବିଷ୍ୟତ ଜୀବନରେ କିପରି ଏକ ଶୃଙ୍ଖଳିତ କାର୍ଯ୍ୟ ଚୟନ କରି ପାରିବେ ସେ ଉପରେ ଆଲୋକପାତ କରିଥିଲେ l ଡଃ ବିଶ୍ୱ ମୋହନ ଜେନା, କାର୍ଯ୍ୟକ୍ରମ ସଂଯୋଜକ ଜାତୀୟ ସେବା ଯୋଜନା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆଜିର ସମାଜରେ ବାଣିଜ୍ୟର ଭୂମିକା କଣ ଉପସ୍ଥାପନା କରିବା ସହ କାର୍ଯ୍ୟକ୍ରମକୁ ପୌରୋହିତ୍ୟ କରିଥିଲେ l ଆଠଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପ୍ରାୟ ପଚାଶ ଜଣ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ l