ଇଷ୍ଟ କୋଷ୍ଟ ରେଲ୍ଵେ ପୋର୍ଟର୍ସ ୟୁନିୟନ ପକ୍ଷରୁ ଖୋର୍ଦ୍ଧା ଡିଆରଏମ ଏଵଂ ସିନିୟର ଡିସିଏମଙ୍କଠାରେ ଦାଵିପତ୍ର
ଇଷ୍ଟ କୋଷ୍ଟ ରେଲ୍ଵେ ପୋର୍ଟର୍ସ ୟୁନିୟନ ପକ୍ଷରୁ ଖୋର୍ଦ୍ଧା ଡିଆରଏମ ଏଵଂ ସିନିୟର ଡିସିଏମଙ୍କଠାରେ ଦାଵିପତ୍ର ଉପସ୍ଥାପିତ।
ଖୋର୍ଦ୍ଧା: ତା ୧୬/୮: ଆଜି “ଇଷ୍ଟ କୋଷ୍ଟ ରେଲ୍ଵେ ପୋର୍ଟର୍ସ ୟୁନିୟନ” ପକ୍ଷରୁ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ଅଞ୍ଚଳରେ କାର୍ଯରତ ଶହ ଶହ ଲାଇସେନସଡ୍ ପୋର୍ଟର ଵା ଷ୍ଟେସନ କୁଲିଙ୍କ ସମସ୍ଯା ନେଇ ୯ଦଫା ଦାଵି ଉପସ୍ଥାପିତ ହୋଇ ଅଛି। ଦାବିଗୁଡିକ ମଧ୍ଯରେ ପ୍ରତ୍ଯେକ ପୁର୍ଣ୍ଣାଙ୍ଗ ରେଳ ଷ୍ଟେସନରେ ଷ୍ଟେସନ କୁଲିମାନଙ୍କ ପାଇଁ ୧ନମ୍ପ୍ଵର ପ୍ଲାଟଫର୍ମମାନଙ୍କରେ ସ୍ଥାୟୀ କୁଲି ଵିଶ୍ରାମ ଘର, ପାରସେଲ ହ୍ଯାଣ୍ଡଲିଙ୍ଗ କାର୍ଯ୍ଯ କଣ୍ଟ୍ରକ୍ଟର ଜରିଆରେ କରାଇଵା ପରିଵର୍ତ୍ତେ ପୋର୍ଟର ମାନଙ୍କ ଜରିଆରେ କରାଇଵା, ପୋର୍ଟରମାନଙ୍କୁ ରେଳଵାଇର ଗୃପ- ଡି ପଦଵୀକୁ ପଦୋନ୍ନତି ଦେଵା, ରେଳଵାଇ କୁଲି ସନ୍ତାନ ସନ।ତତିଙ୍କୁ କେନ୍ଦ୍ରୀୟ ଵିଦ୍ଯାଳୟରେ ଅଧ୍ଯୟନ ପାଇଁ କୋଟା ଧାର୍ଯ୍ଯ କରିଵା, ରେଳଵାଇ କୁଲିମାନଙ୍କୁ ସ୍ଵାସ୍ଥ୍ଯ ଵୀମା ଓ ରେଳ ହସ୍ପିଟାଲରେ ସ୍ଥାୟୀ କର୍ମଚାରୀଙ୍କ ଭଳି ସ୍ଵାସ୍ଥ
ଯ ସେଵା, ଵର୍ଷକୁ ୨ହଳ ପୋଷାକ ସହ ଵ୍ରାସ ମେଟାଲରେ ନାମ ଫଳକ ପ୍ରଦାନ, ରେଳ କୁଲିଙ୍କ ପରିଵାରକୁ ମିଳୁଥିଵା ମାଗଳା ରେଳଯାତ୍ରା ରେ କେଵଳ କୁଲି ଓ ତାଙ୍କ ସ୍ତ୍ରୀ ପରିଵର୍ତ୍ତେ କୁଲିଙ୍କ ପିତାମାତା ଓ ସନ୍ତାନ ସନ୍ତତୀଙ୍କୁ ସାମିଲ କରିବା, ପୁରୀ ସମେତ ଵିଭିନ୍ନ ର ଷ୍ଟସନରେ ଵୃଦ୍ଧ, ଵୃଦ୍ଧା, ରୋଗୀ ଓ ଗର୍ଭଵତୀ ମହିଳାଙ୍କୁ ଵ୍ଯାଟେରୀ ଚାଳିତ ଗାଡିରେ ନେଵା ସ୍ଥାନରେ ସାଧାରଣ ସୁସ୍ଥ ଯାତ୍ରୀଙ୍କ ଲଗେଜ ଵହନ ଯୋଗୁଁ ରେଳଵାଇ ଷ୍ଟସନ କୁଲିଙ୍କ ଜୀଵନ ଓ ଜୀଵିକା ଵିପନ୍ନ ହୋଇଥିଵାରୁ ଏହି ସୁଵିଧା କେଵଳ ଵୃଦ୍ଧ, ଵୃଦ୍ଧା, ଗର୍ଭଵତୀ ମହିଳା, ରୋଗାଗ୍ରସ୍ତ ଯାତ୍ରୀମାନଙ୍କ ମଧ୍ଯରେ ଏହି ସୁଵିଧା ସିମୀତ ରଖି ରେଳ କୁଲିଙ୍କ ରୋଜଗାର ସୁରକ୍ଷା ଦେଵା ପାଇଁ ଦାଵି ଉପସ୍ଥାପନ କରାଯାଇଛି। ଏଆଇଟିୟୁସି ରାଜ୍ଯ ସମ୍ପାଦକ ଜୟନ୍ତ ଦାସ, ଇଷ୍ଟ କୋଷ୍ଟ ରେଲ୍ଵେ ପୋର୍ଟର୍ସ ୟୁନିୟନର କାର୍ଯ୍ଯକାରୀ ସଭାପତି ସୁର ଜେନା, ସାଧାରଣ ସମ୍ପାଦକ ଶିଵ ବେହେରା, ଵଳରାମ ଜାଲି, ଵସନ୍ତ ଵେହେରା, ରଵୀନ୍ଦ୍ର ଵିଶ୍ଵାଳ, ଵୁଲୁ ଵେହେରା, ଅକ୍ଷୟ ଵେହେରା, ଦେଵ ରାଜ ପାତ୍ର ଓ ଟୁକୁନା ଵେହେରା ପ୍ରମୁଖ ଖୁର୍ଦ୍ଧା ଡିଆରଏମ ଶ୍ରୀଯୁକ୍ତ ଏଚ୍ ଏସ୍ ଵାଜ୍ଵାଙ୍କ ଠାରେ ଦାଵିପତ୍ର ଉପସ୍ଥାପନ କରିଥିଲେ ଓ ଏହି ଦାଵି ନେଇ ସିନିୟର ଡିସିଏମ୍ ଶ୍ରୀଯୁକ୍ତ ଅନୀଲ କୁମାରଙ୍କ ସହ ସଵିଶେଷ ସମସ୍ଯା ଆଲୋଚନା କରି ସମସ୍ଯା ସମାଧାନ ପାଇଁ ଉପସ୍ଥାପନ କରିଥିଲେ। ଏହି ଦାଵି ସମ୍ପର୍କରେ ଵିଚାର କରିଵେ ଵୋଲି ସିନିୟର ଡିସିଏମ ପ୍ରତିଶୃତି ଦେଇଥିଵା ଵିଷୟ ୟୁନିୟନ କାର୍ଯ୍ଯକାରୀ ସଭାପତି ସୁର ଜେନା ସୂଚନା ଦେଇଛନ୍ତି।