Search for:
  • Home/
  • ରାଜ୍ୟ/
  • ୧୮୦ ମିଟର ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ଶତାଧିକ ହେଶଭକ୍ତ

୧୮୦ ମିଟର ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ଶତାଧିକ ହେଶଭକ୍ତ

Spread the love

Loading

ଉର ନିର୍ବାଚନ ମଣ୍ଡଳୀରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ
୧୮୦ ମିଟର ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହେଲେ ଶତାଧିକ ହେଶଭକ୍ତ
ଭୁବନେଶ୍ୱର,  ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସ୍ୱାଧୀନତାର ୭୭ ବର୍ଷ ପରେ ରାଷ୍ଟ୍ର ଭକ୍ତି, ଜାତୀୟତାବାଦ, ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତା ବଜାୟ ରଖିବା ସହିତ ଏକ ଶକ୍ତିଶାଳୀ ରାଷ୍ଟ୍ର ନିର୍ମାଣରେ ଜନସାଧାରାଣଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଜାରି ରହିଥିବା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆଜି ଉର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରୟଦର୍ଶୀ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଚନ୍ଦ୍ରଶେଖରପୁର ଓମଫେଡ ଛକ ଠାରୁ ୧୮୦ ମିଟର ତ୍ରିରଙ୍ଗା ପତାକା ଧରି ମାନବ ଶୃଙ୍ଖଳ ଶୋଭାଯାତ୍ରାରେ ଶତାଧିକ ଦେଶଭକ୍ତ ବାହାରି ଜନତା ମଇଦାନ ସ୍ଥିତ ଧ୍ୱଜା କ୍ଷେତ୍ରରେ ପହି ଥିଲେ । ସେଠାରେ ଭୁବନେଶ୍ୱର ଜିଲ୍ଲା ବିଜେପି କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶ୍ରୀଯୁକ୍ତ ମିଶ୍ର ଅଭିଭାଷଣ ରଖି କହିଥିଲେ ଲୋକମାନଙ୍କ ମଧ୍ୟରେ ରଷ୍ଟ୍ରୀୟ ଏକତା ଭାବ ଜାଗ୍ରତ କରିବା ସହିତ ଜାତୀୟତାବାଦରେ ଉଦବୁଦ୍ଧ ହୋଇ ଦେଶ ମାତୃକାର ସେବା କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ଉପସଭାପତି ନିରଞ୍ଜନ ରାଉତ, ଯୁବମୋର୍ଚ୍ଚା ସଭାପତି ସ୍ୱୟଂସେବକ ରାୟ, ମହିଳାମୋର୍ଚ୍ଚା ସଭାପତି ଶୁଭାସିନୀ ପୃଷ୍ଟି, ସମ୍ପାଦକ ଦିଲ୍ଲୀପ କୁମାର ବେହେରା, ଚନ୍ଦ୍ରଶେଖରପୁର ମଣ୍ଡଳ ସଭାପତି ନଗେନ କୁମାର ବିଶୋଇ, ବାଣୀବିହାର ମଣ୍ଡଳ ସଭାପତି ବିଜୟ କୁମାର ରାଉତ, ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ଅଞ୍ଜନ କୁମାର ନାଥ, ଗ୍ରାମୀଣ ମଣ୍ଡଳ ସଭାପତି ସଂଯୁକ୍ତା ପଡିହାରୀ, କର୍ପୋରେଟର ଯଶୋଧାରା ପ୍ରଧାନ ଓ ଲକ୍ଷ୍ମୀପ୍ରିୟା ପରିଡା, ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୁନାଲ ରାଉତ, ବରିଷ୍ଠ ନେତା ପ୍ରଦୀପ କୁମାର ଜେନା, କ୍ଷୀରୋଦ କୁମାର ଜେନା, ରାଜେନ୍ଦ୍ର ଜେନା, ଯୁବନେତା ସଞ୍ଜୟ କୁମାର ପତି ଏବଂ ଉର ନିର୍ବାଚନ ମଣ୍ଡଳୀର ସମସ୍ତ ନେତୃମଣ୍ଡଳୀ, କର୍ମର୍କା, ବରିଷ୍ଠ ନାଗରିକ, ମହିଳା, ଯୁବକ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required