Search for:
  • Home/
  • ରାଜ୍ୟ/
  • ପଳାଶପଲ୍ଲୀ ଓ ଭୀମପୁର ଅଞ୍ଚଳ ପରିଦର୍ଶନ କରି ସମସ୍ୟା ବୁଝିଲେ ବିଧାୟକ ବାବୁ ସିଂ।

ପଳାଶପଲ୍ଲୀ ଓ ଭୀମପୁର ଅଞ୍ଚଳ ପରିଦର୍ଶନ କରି ସମସ୍ୟା ବୁଝିଲେ ବିଧାୟକ ବାବୁ ସିଂ।

Spread the love

Loading

ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ହର ଘର ତ୍ରିିରଙ୍ଗା ଯାତ୍ରା ।

ପଳାଶପଲ୍ଲୀ ଓ ଭୀମପୁର ଅଞ୍ଚଳ ପରିଦର୍ଶନ କରି ସମସ୍ୟା ବୁଝିଲେ ବିଧାୟକ ବାବୁ ସିଂ।

ଭୁବନେଶ୍ୱର, ତା.୧୩/୦୮:ଭାରତର ସ୍ଵାଧୀନତା ପ୍ରାପ୍ତିର ୭୭ ତମ ପୂର୍ତ୍ତି ଓ ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଚଳିତବର୍ଷ ୭୮ ତମ ସ୍ଵାଧୀନତା ଦିବସ ପାଳନ କୁ ଆକର୍ଷଣୀୟ ଓ ସ୍ମରଣୀୟ କରି ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ବଜାୟୀ ରଖିବା,ଜାତି , ଧର୍ମ, ବର୍ଣ୍ଣ ନିର୍ବିଶେଷରେ ରାଷ୍ଟ୍ରୀୟ ସଂହତି କୁ ମଜବୁତ କରିବା ଲକ୍ଷ୍ୟ ନେଇ ଏବଂ ତ୍ରିରଙ୍ଗା ପତାକା କୁ ସମ୍ମାନ ଦେଇ ଆମ ଦେଶର ଝଣ୍ଡା ବିଶ୍ୱରେ ସର୍ବାଗ୍ରେ ଉଚ୍ଚା ରଖିବା ନିମିତ୍ତ “ହର ଘର ତ୍ରିରଙ୍ଗା” ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ୱାର୍ଡ଼ ଓ ପଞ୍ଚାୟତ ଅଞ୍ଚଳରେ ପ୍ରତି ଦିନ ବିଧାୟକ ବାବୁ ସିଂ ଙ୍କ ନେତୃତ୍ୱରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଛି। ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ଼ ନଂ ୫୨,୫୩, ଧଉଳୀ ପଞ୍ଚାୟତ, ଭୁବନେଶ୍ୱର କୋର୍ଟ ରେ ତ୍ରିରଙ୍ଗା ଯାତ୍ରା ରେ ଯୋଗଦେଇଥିଲେ ଶ୍ରୀ ସିଂ। ଏଥି ସହିତ ଭୀମପୁର ଓ ପଳାଶପଲ୍ଲୀ ଅଞ୍ଚଳରେ ଜନସାଧାରଣ ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ ପାଇଁ ପ୍ରୟାସ ଆରମ୍ଭ କରିଥିଲେ।ରାଷ୍ଟ୍ର ଭକ୍ତି ଜାତୀୟତାବାଦ, ଦେଶଭକ୍ତି ଓ ଦେଶରେ ଏକତା ଅଖଣ୍ଡତା ରକ୍ଷା କରିବା ପାଇଁ ଏବଂ ଦେଶକୁ ଶକ୍ତିଶାଳୀ କରିବା ଦେଶର ୧୪୦କୋଟି ଲୋକଙ୍କୁ ଦଳ, ମତ, ଜାତି ନିର୍ବିଶେଷରେ ସମସ୍ତଙ୍କୁ ଏକଜୁଟ୍ କରିବା ନିହାତି ଆବଶ୍ୟକ । ସମସ୍ତଙ୍କୁ ଦେଶ ମାତୃକାର ସେବା କରିବା ଓ ଭାରମାତାର ପୂଜନ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଛି । ସମାଜର ୭୨ ଭାଗ ହେଉଛି ଯୁବ ସମାଜ ଏବଂ ବିଶେଷ କରି ଏହି ଯୁବ ସମାଜ ଏଥିରେ ଅନୁପ୍ରାଣିତ ହୋଇଛନ୍ତି । ଗତ କିଛିବର୍ଷ ଧରି ପାର୍ଟିର କାର୍ଯ୍ୟକର୍ତାମାନେ ସମସ୍ତ ଦେଶବାସୀଙ୍କ ସହ ମିଶି ସାରା ଦେଶରେ ହର୍ଷୋଲ୍ଲାସ ସହିତ ଦେଶର ଏକତା ତଥା ଅଖଣ୍ଡତା ଉଦ୍ଦେଶ୍ୟରେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ‘ହର ଘର ତ୍ରିିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଥିଲା। ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ଘର ଓ ଅନୁଷ୍ଟାନରେ ‘ହର ଘର ତ୍ରିରଙ୍ଗା’ ଉତୋଳନ କରାଯିବା ସହିତ ମହାପୁରୁଷ ଏବଂ ବରପୁତ୍ରମାନଙ୍କ ପ୍ରତିମୂର୍ତି ଓ ସ୍ମାରକୀ ଉପରେ ପୁଷ୍ପାଞ୍ଜଳୀ ଅର୍ପଣ କରାଯିବ।ଅଗଷ୍ଟ ୧୪ ପଯ୍ୟନ୍ତ ଏକାମ୍ର ର ବିଭିନ୍ନ ସ୍ଥାନରେ ହର ଘର ତ୍ରିିରଙ୍ଗା ଯାତ୍ରା କରାଯିବ। ସାଧାରଣ ଜନତା ମଧ୍ୟ ଏ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଧାୟକ ଶ୍ରୀ ସିଂ ଏକାମ୍ର ବାସୀଙ୍କୁ ନିବେଦନ କରିଛନ୍ତି ।

Leave A Comment

All fields marked with an asterisk (*) are required