Search for:

ମାସିକ ବୌଦ୍ଧିକ ସମାବେଶ

Spread the love

Loading

\”ସୁବାର୍ତ୍ତା\” ମାସିକ ବୌଦ୍ଧିକ ସମାବେଶ
ଭୁବନେଶ୍ୱର:ଦେଶ ମୁକ୍ତି ଆନ୍ଦୋଳନର ସଦେଶମସ୍ତ ଶହୀଦ ବୀର, ସମର୍ପିତ ସ୍ବାଧୀନତା ସଂଗ୍ରାମୀ, ବିପ୍ଲବୀ ସ୍ବାଧୀନଚତା ସଂଗ୍ରାମୀ ମାନଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ଲୋହିତ ପ୍ରଣାମ ଜଣାଇ ଦୀର୍ଘ ପାଞ୍ଚ ବର୍ଷ ପରେ ପୁନଃ \”ସୁବାର୍ତ୍ତା\” ମାସିକ ବୌଦ୍ଧିକ ସମାବେଶ , ସ୍ମରଣୀୟ କ୍ରାନ୍ତି ଦିବସ ଅବସରରେ ହୋଇଛି ଶୁଭ ଉଦଘାଟିତ ।  ଅର୍ଥଶାସ୍ତ୍ର ବିଶାରଦ ତଥା ସମାଜସେବୀ ଡଃ ସଂଜୟ ବେହୁରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର‌୍ୟ୍ୟକ୍ରମରେ \”ସୁବାର୍ତ୍ତା ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ନିଜର ପ୍ରାରମ୍ଭିକ ବକ୍ତବ୍ୟରେ କହିଥିଲେ ଯେ ଅଗଷ୍ଟ ୯ ତାରିଖ, ଜାତୀୟ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ୧୯୪୨ ମସିହା, ଆଜିର ଦିବସରେ  ଇଂରେଜ  ଉପନିବେଶରୁ ଭାରତକୁ ମୁକ୍ତ କରିବା ପାଇଁ ବଜ୍ର ନିନାଦିତ କଣ୍ଠରେ ଆହ୍ବାନ ଦେଇଥିଲେ ମୁକ୍ତି ଆନ୍ଦୋଳନର ମହାନାୟକ  ମହାତ୍ମା ଗାନ୍ଧି।  ନେତୃତ୍ବର କଷଟି ପାଷାଣରେ ବହୁବାର ପରୀକ୍ଷିତ  ଅପ୍ରତିଦ୍ଵନ୍ଦୀ ଜନନେତା ଗାନ୍ଧୀ ଙ୍କ ଆହ୍ବାନରେ ସମଗ୍ର ଭାରତବାସୀ ଏକଜୁଟ୍ ହୋଇ ବ୍ରିଟିଶ ଶାସନ ବିରୋଧରେ ଲଢ଼େଇ କରିଥିଲେ। ପ୍ରତିବାଦ , ଆନ୍ଦୋଳନର ଗଭୀରତା ଏତେ ପ୍ରଭାବଶାଳୀ ଥିଲା ଯେ ବାଧ୍ୟ ହୋଇ ବ୍ରିଟିଶ ଶାସନ ମଥାନତ କରିଥିଲା । ମୁମ୍ବାଇର ଜଣେ ଯୁବ ସଂଗ୍ରାମୀ  ଅରୁଣା ଆସିଫ ଅଲ୍ଲୀ ଗ୍ୱାଲିଆ ଟ୍ୟାଙ୍କ ମଇଦାନରେ (ବର୍ତ୍ତମାନ କ୍ରାନ୍ତି ମଇଦାନ) ପତାକା ଉଡ଼ାଇ ଏହି ଆନ୍ଦୋଳନ ପାଇଁ ଶଙ୍ଖଧ୍ୱନି ଦେଇଥିଲେ। ଏହି ଆନ୍ଦୋଳନକୁ ବ୍ରିଟିଶ ସାମ୍ରାଜ୍ୟକୁ ଦୋହଲାଇ ଦେଇଥିଲା। ୧୯୪୨ରୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ୧୯୪୭ରେ ସିଦ୍ଧି ପ୍ରାପ୍ତ ହୋଇଥିଲା। ଅର୍ଥାତ ୧୯୪୭, ଅଗଷ୍ଟ ଭାରତ ସ୍ୱାଧୀନତାର ସ୍ୱାଦ ଚାଖିଥିଲା ଓ ଇଂରେଜ ସରକାର ଭାରତ ଛାଡ଼ିଥିଲେ। ଅବଶ୍ୟ ଗାନ୍ଧିଜୀ ଏହି ଅଂହିସା ଭାବେ ଏହି ଆନ୍ଦୋଳନର ଡାକରା ଦେଇଥିଲେ। ମାତ୍ର ଆନ୍ଦୋଳନ ସମୟରେ ଅନେକ ସ୍ଥାନରେ ହିଂସା, ଦଙ୍ଗା ଆଦି ଦେଖିବାକୁ ମିଳିଥିଲା। ଆଜି ସେହି ମହାନ ସଂକଳ୍ପର ସ୍ମୃତି ଚାରଣ କରୁଛି  ସମଗ୍ର ଭାରତ ବର୍ଷ। ଦେଶ ମାତୃକାର ପାଇଁ ହସି ହସି ଜୀବନ ଦେଇଥିବା ସେହି ବୀର ସଂଗ୍ରମୀମାନଙ୍କ ବଳିଦାନକୁ ମନେ ପକାଉଛନ୍ତି  ଆଜି କୋଟି କୋଟି ଭାରତୀୟ। ଇତିହାସକୁ ମନେ ପକାଇ ଦେଶକୁ ବିକାଶ ପଥରେ ଆଗେଇ ନେବାକୁ ଦେଶ ପାଳୁଛି ଆଜି କ୍ରାନ୍ତି ଦିବସ। ସୁବାର୍ତ୍ତାର  ଭୁବନେଶ୍ୱର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ନିଜ ବକ୍ତବ୍ୟରେ  ମହାତ୍ମା ଗାନ୍ଧୀଙ୍କ ମାର୍ଗଦର୍ଶନରେ ଦେଶରେ ଭାରତ ଛାଡ଼ ଆନ୍ଦୋଳନରେ  ମହାନ୍ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନୀଳକଣ୍ଠ ଦାସ, ରାଜର୍ଷୀ ନବକୃଷ୍ଣ ଚୈାଧୁରୀ, ଡଃ ହରେକୃଷ୍ଣ ମହତାବ, ଆଚାର‌୍ୟ୍ୟ ହରିହର, ଲକ୍ଷ୍ମଣ ନାୟକ , ଭାଗୀରଥି ମହାପାତ୍ର ଙ୍କ ସମେତ ଅନେକ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ସଂଗ୍ରାମର ଇତିହାସ ଉପରେ ଆଲୋକପାତ କରି ସେମାନଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥଲେ । ଓଡ଼ିଶା ନାଗରିକ ମହାମଞ୍ଚର ସାଧାରଣ ସମ୍ପାଦକ ଡଃ ପ୍ରଦୀପ କୁମାର ବିଶ୍ଵାଳ ନିଜ ବକ୍ତବ୍ୟରେ କହିଥିଲେ ଯେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଚରମ  ବଳିଦାନ ଆଜିର ପିଢି ଏହି ସଂଗ୍ରାମରୁ ଶିକ୍ଷା ଲାଭ କରି ଦେଶ ତଥା ରାଜ୍ୟର ଐତିହ୍ୟ, ସଂସ୍କୃତି, ଭାଷା, ପରମ୍ପରା ଓ ସ୍ୱାଭିମାନକୁ ସୁରକ୍ଷା ଦେବାପାଇଁ ପ୍ରାଥମିକତା ଦେବା ଆବଶ୍ୟକ । ଏହି ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ବରପୁତ୍ରମାନେ ଆମ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ।
ଏହି ସମାବେଶରେ ସମର୍ପିତ ସମାଜସେବୀ ତଥା ସାଧାରଣ ଲୋକଙ୍କ ଚିକିତ୍ସାରେ ଜୀବନ ନିର୍ବାହ କରିଥିବା ପ୍ରତିବଦ୍ଧତାଧର୍ମୀ ବଳିଷ୍ଠ ବ୍ୟକ୍ତିତ୍ବ ଜଳଧର ବିଶ୍ବାଳ , ଅତୁଳନୀୟ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ ନକୁଳ ନାୟକ ଙ୍କ ସ୍ମୃତି ଚାରଣ ଦିବସ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୁବାର୍ତ୍ତା ପରିଚାଳନା ସମ୍ପାଦକ କ୍ରାନ୍ତି କୁମାର ସାକସେନା, ସମାଜସେବୀ  ସନ୍ତୋଷ ଲେଙ୍କା, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ରାଜ୍ୟ ସଂଯୋଜକ ନାରାୟଣ ଓଝା , କଳିଙ୍ଗ ପାଇକ ସଂଘ ର ପ୍ରତିଷ୍ଠାତା ସଦସ୍ୟ ମୋହନ ସୁନ୍ଦର ଦଳ ସିଂହ ରାୟ ଅଗଷ୍ଟ ୯ ର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ ।    ଯୁବ ଅଧିବକ୍ତା ସୁପ୍ରିୟା ଖଟୁଆ ଆନୁଷ୍ଠାନିକ ଧନ୍ୟବାଦାର୍ପଣ କରିଥିଲେ ।

Leave A Comment

All fields marked with an asterisk (*) are required