Search for:
  • Home/
  • ରାଜ୍ୟ/
  • ୧୯ ବର୍ଷରେ ପ୍ୟାଶନ କ୍ଲବ, ୟୁନିଟ-4 ପକ୍ଷରୁ ସ୍ୱତନ୍ତ୍ର ରଥରେ ଶ୍ରୀଗଣେଶଙ୍କ ଶ୍ରୀଜଗନ୍ନାଥ ବେଶରେ ପୁଜା

୧୯ ବର୍ଷରେ ପ୍ୟାଶନ କ୍ଲବ, ୟୁନିଟ-4 ପକ୍ଷରୁ ସ୍ୱତନ୍ତ୍ର ରଥରେ ଶ୍ରୀଗଣେଶଙ୍କ ଶ୍ରୀଜଗନ୍ନାଥ ବେଶରେ ପୁଜା

Spread the love

Loading

୧୯ ବର୍ଷରେ ପ୍ୟାଶନ କ୍ଲବ, ୟୁନିଟ-4 ପକ୍ଷରୁ ସ୍ୱତନ୍ତ୍ର ରଥରେ ଶ୍ରୀଗଣେଶଙ୍କ ଶ୍ରୀଜଗନ୍ନାଥ ବେଶରେ ପୁଜା

ଭୁବନେଶ୍ୱର:ଆସନ୍ତା ମାସ ୭ ତାରିଖରେ ହବାକୁ ଯାଉଥ‌ିବା ଗଣେଶ ପୂଜା ପାଇଁ ୟୁନିଟ-୪ ଏମ.ଏଲ.ଏ କଲୋନୀ ସ୍ଥିତ ଯୁବ ଅନୁଷ୍ଠାନ
ଫ୍ୟାଶନ କ୍ଲବ ଦ୍ବାରା ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରାଯାଇଥିଲା | ୨୦୦୫ ମସିହାରେ ପ୍ରତିଷ୍ଠିତ ଏହି ସଂଗଠନ
ଭୁବନେଶ୍ବର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ସରକାରୀ ଏବଂ ବେସରକାରୀ କାର୍ଯ୍ୟ ରେ ଯୋଡି ହୋଇ ଅନେକ
ପ୍ରସଂଶା ସାଉଣ୍ଟିଛନ୍ତି | ବିଶେଷକରି ସଂଗଠନ ଦ୍ବାରା କୋଭିଡ଼-୧୯ ଭଳି ମହାମାରୀ ସମୟରେ କରଯାଇଥିବା କାର୍ଯ୍ୟ
ପାଇଁ ସ୍ବତନ୍ତ୍ର ସ୍ଥାନ ହାସଲ କରିସାରିଛି ଏବଂ ଅନେକ ଜାଗାରୁ ପୁରସ୍କୃତ ମଧ୍ୟ ହୋଇଛନ୍ତି | ଏହି ସଂଗଠନ ବିଭିନ୍ନ ସାମାଜିକ
ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ସ୍ଵଚ୍ଛ ଭାରତ ଅଭିଯାନ, ବୃକ୍ଷ ରୋପଣ, ରକ୍ତ ଦାନ, ବସ୍ତ୍ର ଦାନ, ଅନ୍ନ ଦାନ, ବିଶ୍ବ ପଖାଳ
ଦିବସ, ବିଶ୍ବ ବନ୍ଧୁତା ଦିବସ ଆୟୋଜନ କରିଆସୁଛି | ଏହି ଯୁବ ସଂଗଠନ ଦ୍ବାରା ମହା ଆଡମ୍ବର ସହିତ ଗଣେଶ ପୂଜା
ଦୀର୍ଘ ୧୯ ବର୍ଷ ଧରି ନିରନ୍ତର ଭାବେ କରିଆସୁଛନ୍ତି |
ପ୍ରତ୍ୟକ ଥର ଏହି ସଂଗଠନ କିଛି ନୂଆ ଚିନ୍ତାଧାରା ସହିତ ପୂଜା କରିଆସୁଛି | ଆପଣାକୁ ଜଣେଇଦେବାକୁ ଚାହେଁଇବି କି
ଏହି ସଂଗଠନ ପୂର୍ବ ବର୍ଷ ମାନଙ୍କରେ ମୁଦ୍ରାରେ, ପ୍ଲାଷ୍ଟିକ ମାଳି ରେ, ଏମିତି ନୂଆ ନୂଆ ଚିନ୍ତାଧାରା ରେ ଗଣେଶଙ୍କ ପୂଜା
କରିଆସୁଛି | ଚଳିତ ବର୍ଷ ସଂଗଠନ ଦ୍ବାରା ପାଖାପାଖ୍ ୩୦ଫୁଟ ଉଚ୍ଚର ରଥ ନିର୍ମାଣ କରିକି ସେଥ୍‌ରେ ଶ୍ରୀ ଜଗନ୍ନାଥଙ୍କ
ଗଜାନନ ବେଶରେ ଗଣେଶଙ୍କୁ ପୂଜା କରିବାକୁ ନିଷ୍ପତି ନିଆଯାଇଛି | ଏଥ୍ ସହିତ ଚାରିଦିନ ଧରି ହବାକୁ ଥ‌ିବା ଏହି ପୂଜାରେ
ଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର, ଭଜନ, ପ୍ରବଚନ, ଓଡିଶୀ ନୃତ୍ୟ ପରିବେଷଣ କରାଯିବା ସହିତ ଛୋଟ ପିଲାଙ୍କର
ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯିବ | ୧୦ ତାରିଖ ଦିନ ପ୍ରସାଦ ସେବନ ର ଆୟୋଜନ କରାଯିବ | କ୍ଳବ ର
ସଭାପତି ଅଶୋକ କୁମାର ପଲ୍ଲାଇ ଙ୍କ ଅଧ୍ଯକତାରେ ବସିଥ‌ିବା ଏହି ସାମ୍ବାଦିକ ସମ୍ମିଳନୀ ରେ ଆଦିଶକ୍ତି ଚାରିଟାବଲେ ଟ୍ରଷ୍ଟ
ର ଅଧଖ୍ୟ ଡ଼.ନାରାୟଣ ମହାପାତ୍ର, ଯୁବ ନେତା ନରେନ ସହୂ, କ୍ଳବ ର ସମ୍ପାଦକ ସୁବାଷ ବେହେରା, ଉପସଭାପତି
ପ୍ରଶାନ୍ତ ବଡୁ,ସହସମ୍ପାଦକ କେଦାର ମହାରଣା, କୋଷାଧକ ଗୋପାଳ ଚନ୍ଦ୍ର ଦାଶ ଏବଂ ସମସ୍ତ କର୍ମକର୍ତା ଗଣ ଉପସ୍ଥିତ
ଥିଲେ | ଶେଷରେ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave A Comment

All fields marked with an asterisk (*) are required