Search for:

୧୪ରେ ସଂଭାବନାର“ରଜ ମଉଜ”

Spread the love

Loading

୧୪ରେ ସଂଭାବନାର“ରଜ ମଉଜ”
ଜୀବନ ଦାସଙ୍କୁୁ “ବାଙ୍କବିହାରୀ ପରିବେଶ ସମ୍ମାନ
ଭୁବନେଶ୍ୱର ତା ୧୧/୦୬-ଓଡିଶାର ପ୍ରମୁଖ ଓ ଆଦିପର୍ବ ରଜ ଉତ୍ସବ ଅବସରରେ ଆସନ୍ତା ଜୁନ-୧୪
ତାରିଖ ପହିଲି ରଜ ସଂଧ୍ୟାରେ ସଂଭାବନା ଓଡ଼ିଆଣୀ ସମିତି ପକ୍ଷରୁ ଜୟଦେବ ଭବନ ଠାରେ
ଓଡ଼ିିଆଣୀମାନଙ୍କୁ ନେଇ ‘ରଜ ମଉଜ’ ଅନୁଷ୍ଠିତ ହେବ । ସଂଭାବନା ପକ୍ଷରୁ ଆୟୋଜିତ ହେଉଥିବା
ଏହି କାର୍ଯ୍ୟକ୍ରମର ବିଶେଷତ୍ୱ ହେଉଛି ଯେ ଓଡ଼ିଆ ମାଟିର ମହକ ଥିବା ପରମ୍ପରା,ସଂଗୀତ ଓ ନୃତ୍ୟକୁ
ନେଇ ଏହି ଉତ୍ସବ ଅନୁଷ୍ଠିତ ହୋଇଥାଏ ।
ପୋଡ଼ପିଠା ଓ ରଜ ପାନ ସହ କବିତା ପଠୋତ୍ସବ, ସଂଗୀତ ଓ ନୃତ୍ୟ ଆଦ
ିର ସମଷ୍ଟିରେ
ଉପସ୍ଥିତ ଓଡ଼ିିଆଣୀମାନେ ଭାଗ ନେଇ ଏହି ଉତ୍ସବକୁ ପାଳିବେ । ସଂଧ୍ୟା ୫ଘଟିକାରୁ କବିତା
ପାଠୋତ୍ସବରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଓଡ଼ିଆଣୀମାନେ ରଜ ଗୀତ ଓ ଓଡିଆ ସଂଗୀତ
ସହ ନୃତ୍ୟ ମଧ୍ୟ ପରିବେଷଣ କରିବେ ।
ବାସ୍ତବରେ ରଜ ହେଉଛି ପ୍ରକୃତି,ପରିବେଶ ଓ ପରମ୍ପରାର
ପର୍ବ ।
ଏହି କ୍ରମରେ ଗତବର୍ଷ ଠାରୁ ବିଶିଷ୍ଟ ପରିବେଶ କର୍ମୀ ତଥା ପରଲୋକଗତ ରାଜନେତା ଶ୍ରୀଯୁକ୍ତ
ବାଙ୍କ ବିହାରୀ ଦାସଙ୍କ ନାମରେ ନାମିତ “ବାଙ୍କବିହାରୀ ଦାସ ପରିବେଶ ସମ୍ମାନ” ଚଳିତ ବର୍ଷ ମଧ୍ୟ
ପ୍ରଦାନ କରାଯିବ ।
ଚଳିତ ଥର ଏହି ସମ୍ମାନ ପରିବେଶର ଅନ୍ୟତମ ପ୍ରମୁଖ ଅଙ୍ଗ ପ୍ରାଣୀମାନଙ୍କ ମଙ୍ଗଳ
ପାଇଁ କାମ କରୁଥିବା ଜୀବନ ବଲ୍ଲଭ ଦାସଙ୍କୁ ପ୍ରଦାନ କରାଯିବ ।
ଏହା ସହ ଶିଳ୍ପୀଙ୍କ ସ୍ୱରରେ ମନଛୁଆଁ ଓଡ଼ିଆ ସଂଗୀତ ମଧ୍ୟ ପରିବେଷିତ ହେବ । ଲୋକନୃତ୍ୟ ଓ
ଓଡ଼ିଶୀ ନୃତ୍ୟ ପରିବେଷଣ ଏହାକୁ ଅଧିକ ରୋଚକ କରିବା ପାଇଁ ସାମିଲ କରାଯାଇଛି । ଏହି
ସଂଧ୍ୟାରେ ବହୁଳ ସଂଖ୍ୟାରେ ଓଡ଼ିଆ ପରମ୍ପରା ଓ ସଂସ୍କୃତି ପ୍ରେମୀମାନେ ଉପସ୍ଥିତ ରହିବାକୁ
ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି,ରାଜଶ୍ରୀ ଶତ୍‌ପଥି ଓ ଓଡ଼ିଆଣୀ ସମିତିର ସଭାନେତ୍ରୀ ସୌଦାମିନୀ
ସାମଲ,ସଂପାଦିକା ରେଖା ସାହୁ , ରଶ୍ମି ସାହୁ, ସଂଭାବନାର ଯୁଗ୍ମ ସଂପାଦିକା ମୀନାକ୍ଷୀ ପଟ୍ଟନାୟକ
ଓ କାର୍ଯ୍ୟକ୍ରମ ସଂପାଦିକା ରଶ୍ମିତା ରଥ ପ୍ରମୁଖ ଅନୁରୋଧ କରିଛନ୍ତି ।

Leave A Comment

All fields marked with an asterisk (*) are required