Search for:
  • Home/
  • ରାଜ୍ୟ/
  • ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାନଙ୍କର ଉକ୍ରଟ ଦାରିଦ୍ର୍ୟ ପାଇଁ ବିଜୁ ଜନତା ଦଳର ସରକାର ସଂପୂର୍ଣ୍ଣ ଦାୟି : କଂଗ୍ରେସ

ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାନଙ୍କର ଉକ୍ରଟ ଦାରିଦ୍ର୍ୟ ପାଇଁ ବିଜୁ ଜନତା ଦଳର ସରକାର ସଂପୂର୍ଣ୍ଣ ଦାୟି : କଂଗ୍ରେସ

Spread the love

Loading

ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାନଙ୍କର ଉକ୍ରଟ ଦାରିଦ୍ର୍ୟ ପାଇଁ ବିଜୁ ଜନତା ଦଳର ସରକାର ସଂପୂର୍ଣ୍ଣ ଦାୟିତ୍ୟ : କଂଗ୍ରେସ

ରାଜ୍ୟରେ ଆକାଂକ୍ଷି ଜିଲ୍ଲାମାନଙ୍କର ଦାରିଦ୍ର୍ୟ ହାର ଦେଶର ସର୍ବାଧିକ କାହିଁକି ମୁଖ୍ୟମନ୍ତ୍ରୀ ଉତର ରଖିବେ କି : କଂଗ୍ରେସ

ଭୁବନେଶ୍ୱର, ତା. ୧୯/୦୭ ରିଖ: କେନ୍ଦ୍ର ସରକାରଙ୍କର ନିତୀ ଆୟୋଗ ରିପୋର୍ଟ ପ୍ରକାଶ
ପାଇବା ପରେ ରାଜ୍ୟର ଉକ୍ରଟ ଦାରିଦ୍ର୍ୟତାର ନଗ୍ନ ଚିତ୍ରକୁ ସ୍ପଷ୍ଟ ଭାବରେ ଅନୁଭବ କରିହେଉଛି । ଦୀର୍ଘ ୨୪ ବର୍ଷର ନିରନ୍ତର ଶାସନ ବ୍ୟବସ୍ଥାର ବିଜୁ ଜନତା ଦଳର ସରକାର ଓଡ଼ିଶାରେ ଶାସନ କଲାପରେ ଏବଂ ଖୋଦ୍‌ ନବୀନ ବାବୁ ୨୪ ବର୍ଷ କାଳ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଲା ପରେ ରାଜ୍ୟବାସୀଙ୍କୁ ତାଙ୍କର ସବୁଠାରୁ ବଡ଼ ଦାନ ହେଉଛି, ମାଲକାନାଗିରିକୁ ଭାରତ ବର୍ଷର ସବୁଠାରୁ ଗରିବ ଜିଲ୍ଲା ରୂପେ ମାନ୍ୟତା ପ୍ରଦାନ କରିବା ।
ଏହା ହେଉଛି ବିଜୁ ଜନତା ଦଳ ସରକାର ଓ ନବୀନ ବାବୁଙ୍କ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଂଚଳର ଜନସାଧାରଣଙ୍କ ପ୍ରତି ତାଙ୍କର ନିଷ୍ଠା ଓ କର୍ତବ୍ୟ ପରାୟଣ ବୋଲି ଅତି କଟୁ ଭାଷାରେ ଆଜି ସମାଲୋଚନା କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସର ମେନିଫେଷ୍ଠୋ କମିଟିର ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନ୍‌ଗୋ ।ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ ସମ୍ବୋଦିତ କରି କହିଲେ ଯେ, ୨୦୧୫ ମସିହା ପରେ କେନ୍ଦ୍ରର ମୋଦୀ ସରକାର ରାଜ୍ୟରେ ୧୦ ଟି ଜିଲ୍ଲାକୁ ଆକାଂକ୍ଷା ଜିଲ୍ଲା ବୋଲି ଘୋଷଣା କରିଥିଲେ । ଠିକ୍‌ ସେହିଭଳି ଭାବରେ ରାଜ୍ୟ ସରକାର ରାଜ୍ୟର ଭୋକର ଭୂଗୋଳର ପରିବର୍ତନ ସଂପୂର୍ଣ୍ଣ ନବୀନ ବାବୁଙ୍କ ସରକାରରେ ହୋଇଛି ବୋଲି ଦାବି କରୁଛନ୍ତି । ଏପରିକି ରାଜ୍ୟ ଆଜି ଖାଦ୍ୟାଭାବରୁ ମୁକ୍ତ ହୋଇ ଖାଦ୍ୟ ଶସ୍ୟ ବଳକା ରାଜ୍ୟ ରୂପେ ପରିଗଣିତ ହେଉଛି ବୋଲି ଦାବୀ କରୁଛନ୍ତି । କିନ୍ତୁ ରାଜ୍ୟର ସ୍ୱର୍ଣ୍ଣଗର୍ଭା ସୁନ୍ଦରଗଡ଼ ଜିଲ୍ଲା, ଯାଜପୁର ଜିଲ୍ଲା ଓ
କେନ୍ଦୁଝର ଜିଲ୍ଲା ମାନଙ୍କରେ ବହୁ ନଗଡ଼ାର ଚିତ୍ର କ’ଣ ଆଜି ବୟାନ କରୁଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ବାରମ୍ବାର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବୋଲି ଦାବି କରୁଛନ୍ତି । କିନ୍ତୁ ରାଜ୍ୟର
ପାରଦର୍ଶିତା ଲାଭ କରିବା ପରିବର୍ତେ ଏଭଳି ଅପମାନଜନକ ସ୍ଥିତି କିଭଳି ସୃଷ୍ଟି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜ୍ୟର ନବୀନ ବାବୁ କେନ୍ଦ୍ର ସରକାରଙ୍କ ପାଖରୁ ବିଭିନ୍ନ କ୍ଷେତରେ ପୁରସ୍କାର ପାଉଛନ୍ତି । କିନ୍ତୁ ପ୍ରକୃତସ୍ଥିତି ଭିନ୍ନ କିଛି ବୟାନ
କରୁଛି । ଗରୀବ୍‌ ସୂଚକାଙ୍କ ୧୨ ଟି ଦିଗକୁ ଲକ୍ଷ କରି ପ୍ରସ୍ତୁତ କରାଯାଇଥିଲା । ରାଜ୍ୟର ମାଲକାନାଗିରି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମୟୁରଭଞ୍ଜ ଓ ଗଜପତି ଜିଲ୍ଲା
ମାନଙ୍କରେ ଦାରିଦ୍ର୍ୟହାର ୪୫ ପ୍ରତିଶତ ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ । ଏହା ୨୨ ବର୍ଷର ସରକାର ପାରିବା ପଣିଆକୁ ସଂପୂର୍ଣ୍ଣ ରୁପେ ପ୍ରକାଶ କରୁଛି । କେନ୍ଦ୍ରରେ ବିଜେପି ସରକାର ରାଜ୍ୟରେ ୧୦ ଟି ଜିଲ୍‌ାକୁ ଆକାଂକ୍ଷା ଜିଲ୍ଲା ରୂପେ ଗ୍ରହଣ କରିଥିଲେ ଏବଂ ଏଥିପାଇଁ କେନ୍ଦ୍ର ସରକାରଙ୍କର ବିଭିନ୍ନ ପଦାଧିକାରୀ ଏବଂ ଖୋଦ୍‌ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରୀମାନେ ଏହି ଜିଲ୍ଲା ଗୁଡ଼ିକର ଦାୟିତ୍ୱ ନେଇଥିଲେ । ଯଦ୍ୱାରାକି, ଏହି ଜିଲ୍ଲାର ଜନସାଧାରଣଙ୍କର ଦ୍ରୁତ ଉନ୍ନତି ପରିଲକ୍ଷିତ ହେବ । କିନ୍ତୁ ସ୍ଥିତି ଆଜି ଭିନ୍ନ କଥା ବୟାନ କରୁଛି । ଏହି ସବୁ ଜିଲ୍ଲାମାନଙ୍କର ୭୦ ପ୍ରତିଶତରୁ ଅଧିକ ମହିଳା ରକ୍ତହିନତା ଓ ଅପପୃଷ୍ଠିର ଶିକାର ହେଉଛନ୍ତି । ଶିଶୁ ମୃତ୍ୟୁହାର ଏବଂ ଶୂନର ୫ ବର୍ଷ ପିଲାମାନଙ୍କ ମଧ୍ୟରେ ତାଙ୍କର ଶାରିରୀକ ବିକାଶ ଓ ଓଜନ ହ୍ରାସ ପାଇବା ଇତ୍ୟାଦି ବହୁ ପରିମାଣରେ ଦେଖାଦେଉଛି ।
ଏଥିପାଇଁ ଆମେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟି କରୁଛୁ । କେବଳ ଭାଷଣବାଜି ଛଡ଼ା ଗ୍ରାଉଣ୍ଡଜିରୋର କାର୍ଯ୍ୟ ସଂପୂର୍ଣ୍ଣ ନିରାଶଜନକ ।ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି କହିଲେ ଯେ, ରାଜ୍ୟ ସରକାର ରାଜ୍ୟର ଗରିବିକୁ ଦ୍ରୁତଗତିରେ ହ୍ରାସ ହୋଇଛି ବୋଲି ଯେଉଁ ମିଛ କଥାଗୁଡ଼ିକ ପ୍ରଚାର କରୁଥିଲେ ଆଜି ନୀତି ଆୟୋଗର ରିପୋର୍ଟ ପ୍ରକାଶ ପରେ ରାଜ୍ୟରେ ଗରିବ କିଭଳି ଉକ୍ରଟ ଭାବରେ ମୁଣ୍ଡ ଟେକି ଛିଡ଼ା ହୋଇଛି ତାହା
ପ୍ରମାଣିତ ହେଲା । ବିଜୁ ଜନତା ଦଳର ନେତା ମନ୍ତ୍ରୀ ସମସ୍ତେ ରାଜ୍ୟବାସୀଙ୍କ ପାଇଁ ଅହରହ ପରିଶ୍ରମ କରୁଛନ୍ତି ବୋଲି ଡ଼ିଣ୍ଡିିମ ପିଟୁଥିଲାବେଳେ ପ୍ରକୃତରେ ସେ କାହା ପାଇଁ କାମ କରୁଛନ୍ତି? ଯଦି ରାଜ୍ୟ ପାଇଁ ଏତେ ପରିଶ୍ରମ କରୁଛନ୍ତି ତାହାଲେ ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲାମାନଙ୍କର ସ୍ଥିତିର ପରିବର୍ତନ କାହିଁକି ହେଉ ନାହିଁ ବୋଲି ସେ ପ୍ରଶ୍ନ କରୁଛନ୍ତି । ରାଜ୍ୟରେ ଏହି ଜିଲ୍ଲାମାନଙ୍କରେ ୭୦ ପ୍ରତିଶତରୁ ଅଧିକ ମହିଳା ଓ
ଅପପୃଷ୍ଟିର ଶିକାର ହେଉଛନ୍ତି । ବିଶୁଦ୍ଧ ପାନୀୟ ଜଳ ଏମାନଙ୍କ ପାଇଁ ସାତସପନ । ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ପରିମଳ ଓ ରୋଜଗାର ଏ ସବୁ ଏମାନଙ୍କ ପାଇଁ ୨୫ ବର୍ଷ ଶାସନ ପରେ
ଅପହଂଚ କାହିଁକି? ଏହାର ଉତର କ’ଣ କଂଗ୍ରେସ ରଖିବ? ସୁନ୍ଦରଗଡ଼ ଜିଲ୍ଲାର ୨ ଟି ଉପନିର୍ବାଚନରେ ଖୋଦ୍‌ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାର ଦାୟିତ୍ୱ ନିଜେ ନେଲେ ବୋଲି କହିଥିଲେ । କିନ୍ତୁ ଜିଲ୍ଲାର ସ୍ଥିତିକୁ ପରଖିଲେ ମୁଖ୍ୟମନ୍ତ୍ରୀ କିଭଳି ଦାୟିତ୍ୱ ନେଉଛନ୍ତି
ତାହା ଭଲ ଭାବରେ ବୁଝା ପଡ଼ୁଛି । ରାଜ୍ୟ ସରକାରଙ୍କର ସଚିବମାନେ ଏ ସବୁ ଜିଲ୍ଲାଗୁଡ଼ିକକୁ ଗ୍ରସ୍ତ କରୁଥିଲ ତ? ଏହି ସବୁ ଜିଲ୍ଲା ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚୀବ ଆଗରୁ କେବେ ଗ୍ରସ୍ତ କରୁଥିଲେ କି? ଏତେ ସୁବ ପରେ ସ୍ଥିତି ଆଜି ସରକାରଙ୍କର
ମୁଖା ଖୋଲିଯାଇଛି । ଏ ସରକାରର ରାଜ୍ୟବାସୀଙ୍କ ପ୍ରତି ତିଳେ ମାତ୍ର ନିଷ୍ଠା ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Leave A Comment

All fields marked with an asterisk (*) are required