ବ୍ରାଣ୍ଡିଂ ରାଜନୀତିରେ ମାହିର ନବୀନ ପଟ୍ଟନାୟକଙ୍କ ବୟାନବାଜି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ହାସ୍ୟାସ୍ପଦ: ଦିଲୀପ ମହାନ୍ତି
ବ୍ରାଣ୍ଡିଂ ରାଜନୀତିରେ ମାହିର ନବୀନ ପଟ୍ଟନାୟକଙ୍କ ବୟାନବାଜି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ହାସ୍ୟାସ୍ପଦ: ଦିଲୀପ ମହାନ୍ତି
ଭାରତୀୟ ଜନତା ପାର୍ଟି “ନାମ ନୁହେଁ, କାମ ଉପରେ ବିଶ୍ୱାସ କରେ”
ବିଜେପି ସରକାରର ପ୍ରଥମ ବଜେଟ୍କୁ ସବୁ ବର୍ଗର ଲୋକ, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନ ସ୍ୱାଗତ କରିଛନ୍ତି
ନାମ ପରିବର୍ତନ କରି ଓଡ଼ିଶାବାସୀଙ୍କୁ ବାରମ୍ବାର ଧୋକା ଦେବାରେ ଓସ୍ତାଦ୍ ହେଉଛନ୍ତି ନବୀନ ପଟ୍ଟନାୟକ
ଭୁବନେଶ୍ୱର, ତା.୨୯/୦୭: ବାସ୍ତବରେ ଓଡ଼ିଶାବାସୀ ହେଉଛନ୍ତି ପ୍ରକୃତ ଗେମ୍ ଚେଞ୍ଜର । ୨୫ ବର୍ଷର ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭିଚାରରେ ଶିକାର ହୋଇଥିବା ଓଡ଼ିଶାବାସୀ ଆଜି ନବୀନ ପଟ୍ଟନାୟକଙ୍କ ସରକାରକୁ ଉପାଡି ଫୋପାଡି ଦେଇଛନ୍ତି । ଏହା ସତ୍ୱେ ଓଡିଶାବାସୀଙ୍କର ନିଷ୍ପତିକୁ ସ୍ୱୀକାର କରିବା ପାଇଁ ପ୍ରସ୍ତୁତ ନାହାନ୍ତି ଖୋଦ୍ ନବୀନ ପଟ୍ଟନାୟକ । ନାମ ପରିବର୍ତନ କରି ଓଡ଼ିଶାବାସୀଙ୍କୁ ବାରମ୍ବାର ଧୋକା ଦେବାରେ ଓସ୍ତାଦ୍ ହେଉଛନ୍ତି ନବୀନ ପଟ୍ଟନାୟକ । ନିଜ ଶାସନ କାଳରେ କେନ୍ଦ୍ରୀୟ ଯୋଜନାକୁ ହଡପ୍ କରି ନିଜ ନାମରେ ନାମିତ କରିବା ଅନେକ ଉଦାହରଣ ସୃଷ୍ଟି କରିଛନ୍ତି ନବୀନ ପଟ୍ଟନାୟକ । ବାସଗୃହ, ପାନୀୟଜଳ, ଆମ୍ବୁଲାନ୍ସ, ଚାଉଳ ଆଦି କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନାକୁ ନିଜ ନାମରେ ବ୍ରାଣ୍ଡିଂ କରି ଭୋଟ ରାଜନୀତି କରୁଥିବା ନବୀନ ପଟ୍ଟନାୟକଙ୍କ ବୟାନବାଜି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଏବଂ ହାସ୍ୟାସ୍ପଦ ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, କ୍ଷମତା ନିଶାରୁ ବାହାରି ନଥିବା ନବୀନ ପଟ୍ଟନାୟକ ଆଜି ବି ଚିଠା ଲେଖିବାର ପୁରୁଣା ଅଭ୍ୟାସ ଛାଡିନାହାନ୍ତି । ଏପରିକି ଛାୟା କ୍ୟାବିନେଟ୍ ଗଠନ କରିଦେଲେ । ଭାରତୀୟ ଜନତା ପାର୍ଟି “ନାମ ନୁହେଁ, କାମ ଉପରେ ବିଶ୍ୱାସ କରେ” । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ବିଜେପି ସରକାରର ପ୍ରଥମ ବଜେଟ୍କୁ ସବୁ ବର୍ଗର ଲୋକ, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନ ସ୍ୱାଗତ କରୁଥିବାବେଳେ ନବୀନ ବାବୁଙ୍କ ବକ୍ତବ୍ୟରୁ ତାଙ୍କ ଅସହିଷ୍ଣୁତା ମନୋଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି ।