ଓଡିଶା କୋଠାଵାଡି ଓ ଅନ୍ଯାନ୍ଯ ନିର୍ମାଣ ଶ୍ରମିକ କଲ୍ଯାଣ ଵୋର୍ଡ ର ନିସ୍କ୍ରିୟତା ଵିରୋଧରେ ତୀଵ୍ର ପ୍ରତିଵାଦ।
ନିର୍ମାଣ ଶ୍ରମିକ ୟୁନିୟନ ସମନ୍ଵୟ କମିଟି,ଓଡିଶାର ଵୈଠକ ଅନୁଷ୍ଠିତ: ଶ୍ରମିକ ଵିରୋଧୀ ଶ୍ରମ କୋଡ୍, ଗଣତାନ୍ତ୍ରୀକ ଆନ୍ଦୋଳନ ଵିରୋଧୀ ନୂତନ ଫଉଜଦାରୀ ଆଇନ ପ୍ରତ୍ଯାହାର ଏଵଂ ଓଡିଶା କୋଠାଵାଡି ଓ ଅନ୍ଯାନ୍ଯ ନିର୍ମାଣ ଶ୍ରମିକ କଲ୍ଯାଣ ଵୋର୍ଡ ର ନିସ୍କ୍ରିୟତା ଵିରୋଧରେ ତୀଵ୍ର ପ୍ରତିଵାଦ।
ଭୁଵନେଶ୍ଵର: ତା ୩୧/୭/୨୦୨୪: ଆଜି ନିର୍ମାଣ ଶ୍ରମିକ ୟୁନିୟନ ସମନ୍ଵୟ କମିଟି, ଓଡିଶାର ଏକ ଵୈଠକ ଆଜି ଭୁଵନେଶ୍ଵରରେ ଅନୁଷ୍ଠିତ ହୋଇ ଯାଇଛି। ଚଳିତ ଜୁଲାଇ ପହିଲାରୁ ଦେଶ ଵ୍ଯାପୀ ଲାଗୁ କରାଯାଇଥିଵା ଶ୍ରମିକ ଵିରୋଧୀ ଶ୍ରମ କୋଡ୍, ଶ୍ରମିକ ଶ୍ରେଣୀର ଗଣତାନ୍ତ୍ରୀକ ଆନ୍ଦୋଳନ ଵିରୋଧୀ ତିନୋଟି ନୂଆ ଫଉଜଦାରୀ ଆଇନ ଵିରୋଧରେ ଗଭୀର କ୍ଷୋଭ ପ୍ରକାଶ ସହ ଅଵିଳମ୍ଵେ ପ୍ରତ୍ଯାହାର ଦାଵି କରିଛନ୍ତି। ସେହିଭଳି ଓଡିଶାର କୋଠାଵାଡି ଓ ଅନ୍ଯାନ୍ଯ ନିର୍ମାଣ ଶ୍ରମିକ କଲ୍ଯାଣ ଵୋର୍ଡର ଅଚଳାଵସ୍ଥା ଯୋଗୁଁ ପଞ୍ଜିକୃତ ନିର୍ମାଣ ଶ୍ରମିକମାନେ ଦୁର୍ଘଟଣା ସହାୟତା, ମୃତ୍ଯୁକାଳୀନ ସହାୟତା, ନିର୍ମାଣ ଶ୍ରମିକ ପରିଵାର ଛାତ୍ର ଵୃତ୍ତି, ମେଟାର୍ଣ୍ଣିଟି ସହାୟତା, ଗୃହ ନିର୍ମାଣ ସହାୟତା ଦିଆଯାଉ ନାହିଁ। ଶ୍ରମିକ ପଞ୍ଜିକରଣ ଓ ନଵୀକରଣରେ ଥିଵା ସମସ୍ଯା ଅଵିଳମ୍ଵେ ସମାଧାନ ଇତ୍ଯାଦି ଵିଷୟରେ ଆଲୋଚନା ସହ ସରକାର କଲ୍ଯାଣ ଵୋର୍ଡକୁ ତୁରନ୍ତ କାର୍ଯ୍ଯକ୍ଷମ କରାଇ ସମସ୍ଯା ସମାଧାନ ଵ୍ଯଵସ୍ଥା କରାନ୍ତୁ, ନଚେତ୍ ଵ୍ଯାପକ ସମ୍ମିଳିତ ଆନ୍ଦୋଳନ ପାଇଁ ଆହ୍ଵାନ ଦିଆଯାଇଛି। ନିର୍ମାଣ ଶ୍ରମିକ ୟୁନିୟନ ସମନ୍ଵୟ କମିଟି ଓଡିଶାର ଆଵାହକ ତଥା ଏଆଇଟିୟୁସି ରାଜ୍ଯ ସାଧାରଣ ସମ୍ପାଦକ ଵିଜୟ ଜେନା ଉଦଵୋଧନ ଦେଇ ଡଵଲ ଇଞ୍ଜିନ ସରକାର ସମୟରେ ଶ୍ରମିକ ଶ୍ରେଣୀ ସମ୍ମୁଖିନ ହେଉଥିଵା ସମସ୍ଯା ସମ୍ପର୍କରେ ସୂଚନା ଦେଇ ସରକାର ଅଵିଳମ୍ଵେ ଏହି ସମସ୍ଯା ସମାଧାନ କରନ୍ତୁ, ନଚେତ ଵ୍ଯାପକ ଷଶ୍ରମିକ ଆନ୍ଦୋଳନର ଆହ୍ଵାନ ଦେଇଥିଲେ।ସମନ୍ଵୟ କମିଟିର ଅନ୍ଯତମ ନେତା ମହାଵୀର ପ୍ରସାଦ ମିଶ୍ରଙ୍କ ଅଧ୍ଯକ୍ଷତାରେ ଅନୂଷ୍ଠିତ ହୋଇ ଅଛି।ଏହି ଵୈଠକରେ ଓଡିଶା ଫରେଷ୍ଟ ଉଡ୍ ଏଗ୍ରିକଲଚର ଆଣ୍ଡ ଵିଲଡିଙ୍ଗ କନଷ୍ଟ୍ରକଶନ ଓ୍ଵାରକର୍ସ ୟୁନିୟନର ସଭାପତି ସୁର ଜେନା, କାର୍ଯ୍ଯକାରୀ ସଭାପତି ପ୍ରଵୀଣ ଦାଶ, ଵିପ୍ଳଵ କେଶରୀ ମହାପାତ୍ର, ଓଡିଶା ନିର୍ମାଣ ମଜଦୁର ସଭାର ସମ୍ପାଦକ ସତ୍ଯ ନାରାୟଣ ତ୍ରୀପାଠୀ, ଓସ୍ଵା ର ସାଧାରଣ ସମ୍ପାଦକ ମନୋ ରଞ୍ଜନ ମହାରଣା, ଓଡିଶା କୋଠା ଵାଡି ଓ ଅନ୍ଯାନ୍ଯ ମଜଦୂର ସଂଘର ଚପଳା ନାଏକ, ଉତ୍କଳ ଲେଵର ୟୁନିୟନର ସାଧାରଣ ସମ୍ପାଦକ ମହାଵୀର ପ୍ରସାଦ ମିଶ୍ର, ଓଡିଶା ମିଳିତ ନିର୍ମାଣ ଶ୍ରମିକ ସଂଗଠନର ରାଜକିଶୋର ମଲ୍ଲିକ, ଓଡିଶା ଇନଫ୍ରାଷ୍ଟ୍ରକ୍ଚର କନଷ୍ଟ୍ରକଶନ ଓ୍ଵାରକର୍ସ ୟୁନିୟନର ସାଧାରଣ ସମ୍ପାଦକ ଵିରଞ୍ଚି ଵିଶ୍ଵାଳ, ଵିଶ୍ଵ ନିରାମୟ ନିର୍ମାଣ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ସେକ ଅମଜାଦ ଅଲୀ ଏଵଂ ଅନେକ ନିର୍ମାଣ ଶ୍ରମିକ ସଂଗଠନର ନେତୃତ୍ଵ ଏହି ଵୈଠକରେ ଶ୍ରମିକ ସମସ୍ଯା ନେଇ ଗଭୀର ଉଦଵେଗ ପ୍ରକାଶ କରିଵା ସହ କଲ୍ଯାଣ ଵୋର୍ଡ ର ଅଚଳାଵସ୍ଥା ଦୂର କରିଵା ପାଇଁ ସରକାର ତ୍ଵରିତ ପଦକ୍ଷେପ ନିଅନ୍ତୁ ନଚେତ ଵ୍ଯାପକ ନିର୍ମାଣ ଶ୍ରମିକ ଆନ୍ଦୋଳନ ପାଇଁ ଆଵାହକ ଵିଜୟ ଜେନା ଦୃପ୍ତ ଆହ୍ଵାନ ଦେଇଛନ୍ତି।