ଓବିସି ରାଷ୍ଟ୍ରୀୟ ଅଧ୍ୟକ୍ଷ କ୍ୟା ପଟେନ ଅଜୟ ସିଂ ଯାଦବଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ଓବିସି ରାଷ୍ଟ୍ରୀୟ ଅଧ୍ୟକ୍ଷ କ୍ୟା ପଟେନ ଅଜୟ ସିଂ ଯାଦବଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଭୁବନେଶ୍ୱର ତା. ୧୮.୭- ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ତରଫରୁ ଓବିସି ବିଭାଗର ରାଷ୍ଟ୍ରୀୟ ଅଧ୍ୟକ୍ଷ କ୍ୟାପଟେନ ଅଜୟ ସିଂ ଯାଦବଙ୍କୁ କଂଗ୍ରେସ ଭବନରେ ସମ୍ବର୍ଦ୍ଧିତ କରାଯାଇଛି । ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ଶିବାନନ୍ଦ ରାୟଙ୍କ ଅଧ୍ୟକ୍ଷତାରେ
ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ସାଂସଦ ଶ୍ରୀ ରାମଚନ୍ଦ୍ର ଖୁଂଟିଆ, କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ରଞ୍ଜନ ଚୌଧୁରୀ ଓ ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଓଡ଼ିଶାରେ
କିପରି ପଛୁଆବର୍ଗଙ୍କୁ ଏକତ୍ରିତ କରି ତାଙ୍କର ଅଧିକାରର ଲଢେ଼ଇକୁ ଆଗକୁ ନେଇହେବ ସେ ବିଷୟରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ । କ୍ୟାପଟେନ ଯାଦବ
ଜଣେ ଅନୁଭବୀ ଓ ପରିପକ୍ୱ ରାଜନୀତିଜ୍ଞ ତେଣୁ ତାଙ୍କ ତତ୍ୱାବଧାନରେ ଆଗାମୀ ଦିନରେ ଓଡ଼ିଶା ଓବିସି ବିଭାଗ ନିଶ୍ଚିତଭାବେ ସାଂଗଠନିକ କ୍ଷେତ୍ରରେ ସୁଦୃଢ଼ ହେବ
ବୋଲି ଉପସ୍ଥିତ ନେତୃମଣ୍ଡଳୀ ମତ ପ୍ରକାଶ କରିଥିଲେ । ଓଡ଼ିଶା ପ୍ରଦେଶ ଓବିସି ବିଭାଗ ପ୍ରଭାରୀ ଇଂ ସରୋଜ ମହାତୋଙ୍କ ଉପସ୍ଥିତିରେ ବିଭିନ୍ନ ଜିଲ୍ଲାର ଓବିସି ବିଭାଗର ଅଧ୍ୟକ୍ଷମାନେ ଶ୍ରୀ ଯାଦବଙ୍କୁ ସମ୍ବର୍ଦ୍ଧିତ କରିବା ସହ ନିଜ ନିଜ ଜିଲ୍ଲାରେ ଓବିସି
ସଂଗଠନକୁ କିପରି ସୁଦୃଢ଼ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ ।କ୍ୟାପଟେନ ଅଜୟ ସିଂ ଯାଦବ ନିଜ ଅଭିଭାଷଣରେ କହିଥିଲେ କି ଆମର ପ୍ରିୟ ନେତା ରାହୁଲ ଗାନ୍ଧୀ ଓ ଏଆଇସିସି ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜ୍ଜୁନ ଖାଡ଼ଗେ ଓବିସି ବିଭାଗ ଉପରେ ଗୁରୁତ୍ୱ ଦେଇଛନ୍ତି ଏବଂ ଅଗାମୀ ଦିନରେ କେନ୍ଦ୍ରରେ କଂଗ୍ରେସ ଦଳ
ସରକାର ଗଢ଼ିଲେ ଓବିସି ପାଇଁ ଏକ ନୂତନ ବିଭାଗ ସୃଷ୍ଟି କରାଯିବ ସହ ପଛୁଆବର୍ଗର ସରଂକ୍ଷଣକୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ । ନେତୃତ୍ୱ ବିକାଶ ମିଶନ (ଏଲଡିଏମ) ମାଧ୍ୟମରେ ଏସ୍ସି / ଏସ୍ଟି ବର୍ଗର ବିକାଶ ସହ ରାଜ୍ୟରେ
ସାଧାରଣ ବର୍ଗ ଭିିତରେ ଓବିସି ବହୁଳ ନିର୍ବାଚନ ମଣ୍ଡଳୀ ଚିହ୍ନଟ କରାଯାଇ ସେଠାରେ ଓବିସିଙ୍କୁ ସୁଯୋଗ ଦିଆଯିବ ।
କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶ୍ରୀ ଓମେନ ଚାଣ୍ଡିଙ୍କ ବିୟୋଗରେ ପ୍ରଦେଶ କଂଗ୍ରେସ ପକ୍ଷରୁ ସେହି ସଭାରେ ୨ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ପରିଶେଷରେ ଚିନ୍ମୟ ସୁନ୍ଦର ଦାସ ଧନ୍ୟବାଦ ଅର୍ପଣ
କରିଥଲେ ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଜୟଦେବ ଜେନା,ଏଲଡିଏମ ଓଡ଼ିଶା ପ୍ରଭାରୀ ଶ୍ରୀ ରାଜକିଶୋର ବାରିକ, ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଶ୍ରୀ ବାଙ୍କନିଧି ବେହେରା, ପିସିସି ସାଧାରଣ ସଂପାଦକ ମାନସ
ଆଚାର୍ଯ୍ୟ, ସୁବ୍ରତ ମହାପାତ୍ର, ତରୁଣ ମିଶ୍ର, ଜୟକୃଷ୍ଣ ସୁବୁଦ୍ଧି, ପ୍ରଭାତ ପ୍ରତାପସିଂ, ବିଷ୍ଣୁ ବାରିକ, ପ୍ରଶନ୍ନ ନାୟକ, ଓବିସି ରାଷ୍ଟ୍ରୀୟ ସହ ସଂଯୋଜକ କୈଳାସ ଚନ୍ଦ୍ରସାହୁ, ରଣଜିତ ପାତ୍ର, ମନୋରଞ୍ଜନ ରାଉତରାୟ, ଅର୍ଣ୍ଣପୂର୍ଣ୍ଣା ସାହୁ, ସତ୍ୟବ୍ରତ ନାୟକ,ମିହିର ଆଚାର୍ଯ୍ୟ, ପ୍ରଦୀପ ମହାପାତ୍ର, ଅଭିଷେକ ରାଉତ, ଦିଲ୍ଳୀପ ନାୟକ, ଶ୍ରୀଧରବଳିଆରସିଂ, ଅଜୟ ସାହୁ, ଶତୃଘନ ବେହେରା, ଲୋକନାଥ ଦାସ, ରାମକୃର୍ଷ୍ଣ ଦଳେଇ,ନିଶିକାନ୍ତ ସ୍ୱାଇଁ, ସୁକୁମାର ପ୍ରଧାନ, ବିଜୟାନନ୍ଦ ଚାଉଳିଆ, ଗଣେଶ ଦାସ, ସାଗରପରିଡ଼ା, ବିରଞ୍ଚି ବାରିକ, ଆଲୋକ ଲେଙ୍କା, ସୁବ୍ରତ ପ୍ରଧାନ, କୈଳାସ ସାହୁ, ଯଦୁବାରିକ, ଫକିର ଖଟୁଆ, ବିଦୁଭୂଷଣ ମହାପାତ୍ର, ସଂକୁନା କହଁର, ସନ୍ତୋଷ ବେହେରା,ପଞ୍ଚାନନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।