କ୍ରାନ୍ତି ଦିଵସ ୯ଅଗଷ୍ଟରେ ଭୁଵନେଶ୍ଵରଠାରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଵିଶାଳ ଶ୍ରମିକ ସମାଵେଶ ଆହୁତ।
କ୍ରାନ୍ତି ଦିଵସ ୯ଅଗଷ୍ଟରେ ଭୁଵନେଶ୍ଵରଠାରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନମାନଙ୍କ ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ଵିଶାଳ ଶ୍ରମିକ ସମାଵେଶ
– ଭୁଵନେଶ୍ଵର: ତା୨୭/୭/୨୦୨୪ରିଖ: ଆଜି ଏଆଇଟିୟୁସି ରାଜ୍ଯ କାର୍ଯ୍ଯକାରୀ କମିଟିର ପରିଵର୍ଦ୍ଧିତ ଵୈଠକ ରାଜ୍ଯ ସଭାପତି କମ୍ରେଡ୍ ଅଶୋକ ଦାଶଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଵୈଠକରେ ରାଜ୍ଯ ସାଧାରଣ ସମ୍ପାଦକ ଵିଜୟ ଜେନା ଵିଵରଣୀ ଉପସ୍ଥାପନ କରିଵା ସହ ସ୍ଵାଧୀନତା ପୁର୍ଵରୁ ଓ ପରେ ଶ୍ରମିକ ଶ୍ରେଣୀର ଦୀର୍ଘ ଆନ୍ଦୋଳନ ଫଳରେ ପ୍ରଣୀତ ଆଇନ ଗୁଡିକୁ ଅକାମୀ କରାଇ କର୍ପୋରେଟ ସ୍ଵାର୍ଥରେ ପ୍ରଣୀତ ୪ଟି ଶ୍ରମ କୋଡ୍ ପ୍ରଣୟନ କରି ଶ୍ରମିକ ଶ୍ରେଣୀକୁ ମଧ୍ଯଯୁଗୀୟ କ୍ରୀତ ଦାସ ଵ୍ଯଵସ୍ଥା ଆଡକୁ ନେଵା ଓ ତିନିଟି ଅପରାଧୀକ ଆଇନର ସଂଶୋଧନ ଆଣି ଭାରତୀୟ ଗଣତନ୍ତ୍ରକୁ ଏକ ପୋଲିସ ଶାସିତ ଵ୍ଯଵସ୍ଥାରେ ପରିଣତ କରିଵା ପାଇଁ ୧ଜଲାଇରୁ କାର୍ଯ୍ଯକାରୀ କରାଇଛନ୍ତି। କର୍ମଚାରୀ ରାଜ୍ଯ ଵୀମ କେନ୍ଦ୍ରୀୟ ଟ୍ରଷ୍ଟ ଵୋର୍ଡ ରୁ ଏଆଇଟିୟୁସିର ପ୍ରତିନିଧିଙ୍କୁ ଵାଦଦେଵା ଘଟଣାର ପ୍ରତିଵାଦ ସମେତ ସ୍କିମ ଓ୍ଵାର୍କର ଯଥା ଅଂଗନଓ୍ଵାଡି, ଆଶା କର୍ମୀ, ମଧ୍ଯାହ୍ନ ଭୋଜନ ପାଚିକା ସହାୟିକାମାନଙ୍କୁ ଓ୍ଵାର୍କର ମାନ୍ଯତା, ସର୍ଵନିମ୍ନ ମଜୁରୀ ୨୬ହଜାର ଘୋଷଣା, ସର୍ଵନିମ୍ନ ପେନସନ ୧୦ହଜାର ଟଙ୍କା ଘୋଷଣା, ନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣରେ ସରଳୀକରଣ, ପ୍ରାପ୍ଯ ପ୍ରଦାନ ସରଳୀକରଣ ଵକେୟା ପ୍ରଦାନ, ମନରେଗା ଶ୍ରମିକଙ୍କୁ ଦୈନିକ ମଜୁରୀ ୭ଶହ ଟଙ୍କା, ଵାର୍ଷିକ ୨୪୦ଦିନ କାମର ଗ୍ଯାରେଣ୍ଟି ଦାଵିରେ ଦେଶଵ୍ଯାପୀ ଭାରତର କ୍ରାନ୍ତି ଦିଵସ ୯ଅଗଷ୍ଟରୁ ୧୪ଅଗଷ୍ଟ ପର୍ଯ୍ଯନ୍ତ ପ୍ରତିଵାଦ ଓ ପ୍ରତିରୋଧ ଆନ୍ଦୋଳନ ହେଉଥିଵା ଵେଳେ ଓଡିଶା ରାଧାନୀ ଭୁବନେଶ୍ଵରରେ ୯ଅଗଷ୍ଟରେ ମିଳିତ ଶ୍ରମିକ ସମାଵେଶ ଅନୁଷ୍ଠିତ ହେଵ। ଏହି ସମାଵେଶରେ ଏଆଇଟିୟୁସିର ସର୍ଵଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ୍ ଅମର୍ଜିତ କାଉର ଯୋଗ ଦେଵାପାଇଁ ସମ୍ମତି ଦେଇଥିଵାରୁ ଏଆଇଟିୟୁସିର ୟୁନିୟନମାନେ ଵହୁସଂଖ୍ଯାରେ ଯୋଗ ଦେଵା ପାଇଁ ଆହ୍ଵାନ ଦିଆଯାଇଛି। ଏହି ଵୈଠକରେ ରାଜ୍ଯ କାର୍ଯ୍ଯକାରୀ ସଭାପତି କଃ ମହେଶ୍ଵର ରାଉତ, ରାଜ୍ଯ ସମ୍ପାଦକ କମ୍ରେଡ୍ ଜୟନ୍ତ ଦାସ, କମ୍ରେଡ୍ ହରପ୍ରିୟା ସ୍ଵାଇଁ, କମ୍ରେଡ ନମିତା ସାହୁ, କଃ ସତ୍ଯଵାଦୀ ଵାଘ, କଃ ଵ୍ରଜଵନ୍ଧୁ ପ୍ରଧାନ, କଃ ସୁର ଜେନା,କଃ ଅଳକ ନାଥ ମିଶ୍ର, କଃ ପ୍ରମୋଦ ମହାନ୍ତି, କଃ ପ୍ରତିଭା ପାଲ, କ଼ଃ ମମତାଜ ଖୁଣ୍ଟିଆ, କଃ ମାଧଵୀ କୁଳିତା, କଃ ଵିନୋଦ ଵେହେରା, କଃ ଅଳକ ନାଥ ମିଶ୍ର, କଃ ସୁରେନ୍ଦ୍ର ଶର୍ମା, କଃ ରଞ୍ଜନ ମହାପାତ୍ର, କଃ ଶିଶିର ମଲ୍ଲିକ, କଃ କମଲେଶ ଦାସ, କଃ ନରସିଂହ ମାଲଵିଶୋୟୀ, କଃ ନୀରଞ୍ଜନ ପାଣିଗ୍ରାହୀ ଓ କଃ ଵସନ୍ତ ପ୍ରତାପ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଛନ୍ତି।