ଶାନ୍ତିସ୍ତୁପର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ ୨୦ଜଣ ପ୍ରତିଭାଧାରୀଙ୍କୁ ଶାନ୍ତିସ୍ତୁପ ସମ୍ମାନ ପ୍ରଦାନ
ଶାନ୍ତିସ୍ତୁପର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ
୨୦ଜଣ ପ୍ରତିଭାଧାରୀଙ୍କୁ ଶାନ୍ତିସ୍ତୁପ ସମ୍ମାନ ପ୍ରଦାନ
ଭୁବନେଶ୍ୱର,୨୫.୭ : ମାସିକ ଓଡ଼ିଆ ଖବର କାଗଜ ଶାନ୍ତିସ୍ତୁପର ତୃତୀୟ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଅନୁଷ୍ଠିତ ହୋଇଯାଇଛି । ଶାନ୍ତିସ୍ତୁପର ସମ୍ପାଦକ ରଞ୍ଜନ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡଃ ଅରବିନ୍ଦ ଢାଲୀ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ରାଜ୍ୟବାସୀଙ୍କ ସାମାଜିକ ଓ ରାଜନୈତିକ ଜୀବନରେ ଶାନ୍ତିସ୍ତୁପ ତାର ପ୍ରଭାବ ବିସ୍ତାର କରିଚାଲିଛି ବୋଲି ମତବ୍ୟକ୍ତ କରିଥିଲେ । ଯୁବନେତା ତଥା ଭୁବନେଶ୍ୱର ସାଂସଦଙ୍କ ବାଲିଅନ୍ତା ପ୍ରତିନିଧି ଶିବ ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ସୁଚିନ୍ତିତ ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଜଗନ୍ନାଥ ପ୍ରଧାନ, ରାଜଧାନୀ ପୁସ୍ତକ ମେଳାର ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଶିକ୍ଷାବିତ୍ ପ୍ରମୋଦ ପାଢୀ ପ୍ରମୁଖ ଯୋଗଦେଇ ଆମେ ଡିଜିଟାଲ ଦୁନିଆରେ ରହୁଛେ ଓ ସମାଜର ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ ଗଣମାଧ୍ୟମର ଭୂମକା ରହିଛି, ମାତ୍ର ଖବରକାଗଜର ସବୁବେଳେ, ସବୁ ସମୟରେ ସମାଜରେ ଗୁରୁତ୍ୱବହନ କରିଆସିଛି ।
ଅବହେଳିତ ଓ ନିଷ୍ପେସ୍ପିତ ଭାବେ ଜୀବନ ବିତାଉଥିବା ସାଧାରଣ ଜନତାଙ୍କ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ଶାନ୍ତିସ୍ତୁପ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଶାନ୍ତିସ୍ତୁପର ସମ୍ପାଦକ ରଞ୍ଜନ କୁମାର ମହାପାତ୍ର ମତବ୍ୟକ୍ତ କରିଥିଲେ । ଏଥିସହିତ ସାଧାରଣ ଜନତାଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପହାଇବା ପାଇଁ ଶାନ୍ତିସ୍ତୁପ ତାର କାର୍ଯ୍ୟ ଜାରି ରଖିବ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଏହି ଅବସରରେ ୨୦ଜଣ ପ୍ରତିଭାଧାରୀ ବ୍ୟକ୍ତିବିଶେଷଙ୍କୁ ଶାନ୍ତିସ୍ତୁପ ସମ୍ମାନରେ ସମ୍ମାନିତ କରାଯିବା ସହ ଶାନ୍ତିସ୍ତୁପର ଅଗଷ୍ଟ ମାସର ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶାନ୍ତିସ୍ତୁପର ସହ ସମ୍ପାଦକ ତାପସ ରଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମ ପରିଚାଳନା କରିଥିଲେ ଉପସ୍ଥାପକ ଶୁଭୋଜିତ ପଣ୍ଡା । ଶେଷରେ ଭୁବନେଶ୍ୱର ଜିଲ୍ଲା ପ୍ରତିନିଧି ପ୍ରଳୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।